Satish Kaushik: ସତୀଶ କୌଶିକଙ୍କ କମ୍ପାନିର ମାଲିକ କିଏ ହେବ ଜାଣନ୍ତୁ?

Satish Kaushik: ସତୀଶ କୌଶିକ (Satish Kaushik) ୪ ଦଶନ୍ଧିରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ରହିଆସିଛନ୍ତି, ତେଣୁ ଏମିତି କେହି ନାହିଁ, ଯିଏ ତାଙ୍କୁ ଜାଣନ୍ତି ନାହିଁ । ସତୀଶ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ଫିଲ୍ମ ମିଷ୍ଟର ଇଣ୍ଡିଆର ‘କ୍ୟାଲେଣ୍ଡର’ ହେଉ କି ଦିୱାନା ମସ୍ତାନାର ପପୁ ପେଜର ସତିଶଙ୍କୁ ଦେଇଛି ଭିନ୍ନ ପରିଚୟ । ସେହିପରି ଫିଲ୍ମର ରାମଲଖନରେ ‘ କାଶୀରାମ’ ଚରିତ୍ର ସବୁବେଳେ ଲୋକଙ୍କ ମନରେ ରହିବେ । ନିଜର ଅଭିନୟ କ୍ୟାରିୟରରେ ସତିଶ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି । ଆଉ ତାଙ୍କର ସବୁ ଅଭିନୟ ଜୀବନ୍ତ ଥିବାବେଳେ ଫ୍ୟାନ୍ସଙ୍କ ମନକୁ ଛୁଇଁଥାଏ । ତାଙ୍କର ଏହି ଚମତ୍କାର ଅଭିନୟ ସବୁବେଳେ ଫ୍ୟାନ୍ସଙ୍କ ମନରେ ଜୀବନ୍ତ ରହିବ ।

Fri, 17 Mar 2023-7:40 pm,
1/5

ବଲିଉଡର ଲୋକପ୍ରିୟ ଅଭିନେତା, ପ୍ରଯୋଜକ ଓ ନିର୍ମାତା ସତୀଶ କୌଶିକଙ୍କ ମୃତ୍ୟୁ ସିନେମା ଦୁନିଆକୁ ଦୋହଲାଇ ଦେଇଥିଲା। ବିଶେଷ ଭାବେ ସତୀଶଙ୍କ ମୃତ୍ୟୁ ପରେ ତାଙ୍କ ୧୧ବର୍ଷର ଝିଅ ବଂଶିକା ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।

2/5

ଇତି ମଧ୍ୟରେ ପୁତୁରା ନିଶାନ୍ତ ସତୀଶ କୌଶିକଙ୍କ ଶେଷ ରୀତିନୀତି ସମ୍ପୂର୍ଣ୍ଣ କରିଛନ୍ତି। ଆଉ ସତୀଶ ଅଧା ଛାଡ଼ି ଯାଇଛନ୍ତି ସମସ୍ତ କାମ ପୁରା କରିବାକୁ ଅଣ୍ଟା ଭିଡିଛନ୍ତି।

 

3/5

ପୁତୁରା ନିଶାନ୍ତ କହିଛନ୍ତି, ‘ସତୀଶ କୌଶିକଙ୍କ ସମ୍ପର୍କରେ ମୁଁ ପୁତୁରା ହେଉଥିଲେ ବି ସେ ମୋତେ ପୁଅ ଠାରୁ ବି ଅଧିକ ଭଲ ପାଆନ୍ତି। ତାଙ୍କର ସାହାଯ୍ୟ ଓ ସମର୍ଥନ ପାଇଁ ମୁଁ ଏତେ ବାଟ ଆଗେଇ ଆସିଛି। କ୍ୟାରିୟରରେ ଦାଦା ହିଁ ମୋତେ ବ୍ରେକ ଦେଇଥିଲେ। ସେ ମୋତେ ସତୀଶ କୌଶିକ ଏଣ୍ଟରଟେନମେଣ୍ଟର ପ୍ରଯୋଜକ କରିଥିଲେ। ପାଖାପାଖି ୧୨ବର୍ଷ ହେବ ମୁଁ ତାଙ୍କ ସହିତ କାମ କରି ଆସଛି।

4/5

ହଠାତ ଦାଦା ଚାଲିଯିବା ପରେ ମୋତେ ସବୁକିଛି ଅନ୍ଧାର ଦେଖାଯାଉଛି। କେଉଁ କାମ ଆରମ୍ଭ କରି କେମିତି କରିବି କିଛି ବୁଝି ପାରୁନାହିଁ। ଦାଦାଙ୍କ ସାଙ୍ଗ ବୋନି କପୁର, ଅନୁପମ ଖେର, ସଲମାନ ଖାନ ଓ ଅଶୋକ ପଣ୍ଡିତ ମୋତେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି।

5/5

ଯେତେ ଯାହା ହେଲେ ବି ଦାଦା ଛାଡ଼ି ଯାଇଥିବା କାମକୁ ପୁରା କରିବା ମୋର ପ୍ରଥମ ପ୍ରାଧାନ୍ୟ। ଦାଦାଙ୍କ ପରେ ଖୁଡ଼ି ଏହି କମ୍ପାନିର ମାଲିକ ହେବେ। ଯେମିତି ମୁଁ ଦାଦାଙ୍କ ସହ ମିଶି କାମ କରୁଥିଲି। ସେମିତି ଖୁଡ଼ିଙ୍କ ସହ ବି କରିବି।’

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link