NEW DGP Odisha: ନୂଆ ଡିଜିପିଙ୍କ ବାବଦରେ ଜାଣନ୍ତୁ

Who is YB Khurania: ରାଜ୍ୟର ୩୮ତମ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍‍ ଆଇପିଏସ‍ ୟୋଗେଶ ବାହାଦୁର ଖୁରାନିଆ। ଦାୟିତ୍ୱ ଗ୍ରହଣ ପରେ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ସୌଜନ୍ୟତା ମୂଳକ ସାକ୍ଷାତ କରିଛନ୍ତି। ନୂଆ ସରକାରରେ ନୂଆ ଡିଜିପିଙ୍କ ଭୁମିକାକୁ ନେଇ ଅନେକ ଆଶା, ଆକାଂକ୍ଷା ରହିଛି। ବିଶେଷ କରି ପୂର୍ବ ସରକାର ସମୟରେ ହୋଇଥିବା ବିଭିନ୍ନ ଅପରାଧ

Fri, 16 Aug 2024-9:14 pm,
1/6

ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ଜୀବନ୍ତ ଜାଳିଦେବା ଘଟଣାରେ ଅଭିଯୁକ୍ତ ଦାରା ସିଂହଙ୍କୁ ଗିରଫ କରିବାରେ ଖୁରାନିଆ ପ୍ରଶଂସିତ ହୋଇଥିଲେ।

2/6

ବାମପନ୍ଥୀ ଉଗ୍ରବାଦକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ବି ତାଙ୍କର  ଅଭିଜ୍ଞତା ରହିଛି। ଓଡ଼ିଶାରେ ନକ୍ସଲ ବିରୋଧୀ ଅଭିଯାନର ସେ ଆଇଜି ଭାବେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ଓ ଦକ୍ଷିଣ ମଣ୍ଡଳ ପୁଲିସର ଡିଆଇଜି ଭାବେ କାର୍ଯ୍ୟ କରିଛନ୍ତି ଖୁରାନିଆ। ଏହାସହ ପୁଲିସ ଟ୍ରେନିଂରେ ମଧ୍ୟ ତାଙ୍କ ଅଭିଜ୍ଞତା ରହିଛି।

3/6

ରାଉରକେଲା, ମୟୁରଭଞ୍ଜ, ଗଞ୍ଜାମର ପୁଲିସ ଅକଧୀକ୍ଷକ ( ଏସ୍‍ପି) ଭାବେ ପୂର୍ବରୁ କାର୍ଯ୍ୟ କରିଛନ୍ତି ଖୁରାନିଆ। ଏହା ସହ ଭୁବନେଶ୍ୱର-କଟକ ପୁଲିସ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରକ୍ଷା କରିଛନ୍ତି।

4/6

ଶ୍ରୀ ଖୁରାନିଆ ଅନେକ ଦିନ ଧରି ଓଡ଼ିଶାରେ କାମ କରିବା ପରେ ବିଏସ୍‍ଏଫ୍‍ର ସ୍ୱତନ୍ତ୍ର ଡିଜି ପଦବୀରେ କାର୍ଯ୍ୟ କରୁଥିଲେ। କ୍ୟାବିନେଟ କମିଟି ତାଙ୍କୁ କିଛିଦିନ ତଳେ ପୁଣିଥରେ ଓଡ଼ିଶା କ୍ୟାଡରକୁ ଫେରିବା ଲାଗି ଅନୁମତି ପ୍ରଦାନ କରିଥିଲେ। ୨୦୧୮ରେ ସେ ବିଏସ୍‍ଏଫ୍ ଯୋଗ ଦେଇଥିଲେ, ୨୦୨୧ରେ  ପଶ୍ଚିମାଞ୍ଚଳ ସ୍ୱତନ୍ତ୍ର ଡିଜି  ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ।

5/6

ଶ୍ରୀ ଷଡ଼ଙ୍ଗୀ  ସାଧାରଣ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିରପେକ୍ଷ ଭାବେ ରକ୍ଷା କରିବାରେ ବିଶେଷ ସୁନାମ ଅର୍ଜନ କରିଛନ୍ତି।

6/6

ସେ ଭାରପ୍ରାପ୍ତ ଡିଜିପୁଲିସ ଅରୁଣ କୁମାର ଷଡ଼ଙ୍ଗୀଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଷଡ଼ଙ୍ଗୀ ଡିସେମ୍ବର ୨୦୨୩ ମସିହାରୁ ଭାରପ୍ରାପ୍ତ ଡିଜି ଭାବେ କାର୍ଯ୍ୟ କରୁଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link