Pet Animal: କାହିଁକି ଗଧିଆକୁ ପୋଷା ମନାଇ ପାରିନାହିଁ ମଣିଷ? ଜାଣନ୍ତୁ କାରଣ

why human could not tame wolf: ଆପଣ ନିଶ୍ଚିତ ଭାବରେ ଆଜି ପର୍ଯ୍ୟନ୍ତ ଅନେକ ପ୍ରକାରର ଗୃହପାଳିତ ପଶୁଙ୍କୁ ଦେଖିଥିବେ। ଯେଉଁଥିରେ କୁକୁର, ବିଲେଇ, ଗାଈ, ସାପ, ବାଘ, ସିଂହ, ହାତୀ ଭଳି ପ୍ରାଣୀ ଅନ୍ତର୍ଭୂକ୍ତ ରହିଥିବେ। ହେଲେ କେବେ ଆପଣ ବିଲୁଆ କିମ୍ବା ଗଧିଆ ପାଳି ଥିବାର ଦେଖିବାକୁ ପାଇନଥିବେ। ଆଜି ପର୍ଯ୍ୟନ୍ତ ମଣିଷ କାହିଁକି ଗଧିଆ ଭଳି ପ୍ରାଣୀଙ୍କୁ ଗୃହ ପାଳିତ ପଶୁ କରି ପାରିନାହିଁ ତାହା ପଛରେ ଏକ କାରଣ ରହିଛି।

Sun, 04 Feb 2024-10:53 pm,
1/4

କୁକୁର, ବିଲେଇ, ଗାଈ, ସାପ, ବାଘ, ସିଂହ, ହାତୀ ଭଳି ପ୍ରାଣୀଙ୍କୁ ମଣିଷ ଗୃହ ପାଳିତ ପଶୁ କରିପାରିଛି। ହେଲେ ଗଧିଆ ଭଳି ପ୍ରାଣୀ ଆଜି ପର୍ଯ୍ୟନ୍ତ ଗୃହ ପାଳିତ ପଶୁ ତାଲିକାରୁ ବାଦ ପଡ଼ିଛନ୍ତି। ମଣିଷ କାହିଁକି ଗଧିଆ ଭଳି ପ୍ରାଣୀଙ୍କୁ ଗୃହ ପାଳିତ ପଶୁ କରି ପାରିନାହିଁ ତାହାର କାରଣ ସମ୍ପର୍କରେ ଜାଣନ୍ତୁ।

 

2/4

ସାମାଜିକ ଗଠନ:  ଗଧିଆ ଭଳି ପ୍ରାଣୀ ଦଳ ଦଳ ହୋଇ କିମ୍ବା ଗୋଷ୍ଠୀ ହୋଇ ରହିଥାନ୍ତି। ସେମାନେ ଏକ ମଜବୁତ ସାମାଜିକ ଗଠନ ଅନୁସରଣ କରିଥାନ୍ତି। ଯଦି ଆପଣ ଗୋଟିଏ ଗଧିଆକୁ ଗୃହ ପାଳିତ ପଶୁ କରି ରଖିବା ପାଇଁ ଆପଣଙ୍କ ଘରକୁ ନେଇ ଆସନ୍ତି, ତାହେଲେ ସେହି ଗଧିଆ ତାହାର ଦଳ କିମ୍ବା ଗୋଷ୍ଠୀ ଠାରୁ ଅଲଗା ହୋଇଯାଏ। ପରେ ସେହି ଦଳ କିମ୍ବା ଗୋଷ୍ଠୀରେ ସାମିଲ ହୋଇଥିବା ବାକି ଗଧିଆ, ସେହି ଗଧିଆ ରହିଥିବା ଅଞ୍ଚଳକୁ ନଷ୍ଟ କରିଦେବେ।

3/4

ଶିକାରୀ ପ୍ରବୃତ୍ତି: ଗଧିଆ ହେଉଛି ଏକ ଶିକାରୀ ପ୍ରବୃତ୍ତିର ପ୍ରାଣୀ। ଯିଏ ମଣିଷ କିମ୍ବା କୌଣସି ପଶୁ ଶିକାର କରିବାର କ୍ଷମତା ରଖିଥାଏ। ଯେତେବେଳେ ଗଧିଆ ଦଳ କିମ୍ବା ଗୋଷ୍ଠୀରେ ଏକାଠି ହୋଇ ରହିଥାନ୍ତି ସେତେବେଳେ ସିଂହ ଭଳି ପ୍ରାଣୀ ସେମାନଙ୍କ ସାମ୍ନାରେ ଛିଡା଼ ହେବା କଷ୍ଟକର ହୋଇଯାଏ। ଯଦି ଆପଣ ସେମାନଙ୍କୁ ପୋଷା ମନାଇ ରଖିବାକୁ ଚେଷ୍ଟା କରନ୍ତି କିମ୍ବା କୌଣସି ସ୍ଥାନରେ ବାନ୍ଧି ରଖିଥାନ୍ତି, ତାହେଲେ ଅନେକ ବର୍ଷ ପରେ ମଧ୍ୟ, ଯେତେବେଳେ ସେମାନେ ସୁଯୋଗ ପାଇବ, ସେତେବେଳେ ସେପରି ପ୍ରାଣୀ ଆପଣଙ୍କ ଉପରେ ଆକ୍ରମଣ କରିବାକୁ ପଛାଇବ ନାହିଁ। ସେଥିପାଇଁ ଗଧିଆ ଭଳି ପ୍ରାଣୀକୁ ପୋଷା ମନାଇ ରଖିବା ମଣିଷ ଲାଗି ଏତେ ସହଜ ନୁହେଁ। 

4/4

ସ୍ୱାଧୀନତା: ଦଳ କିମ୍ବା ଗୋଷ୍ଠୀରେ ରହୁଥିବା ଗଧିଆ ସ୍ୱାଧିନ ରହିବାକୁ ପସନ୍ଦ କରିଥାନ୍ତି। ସେମାନେ କୌଣସି ବନ୍ଦ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି ନାହିଁ। ସେହି ସମୟରେ ପୁରୁଣା ଗଧିଆ କେବେ ଶୀକାର କରନ୍ତି ନାହିଁ। ବରଂ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟ ଶିକାର କରି ନିଜ ପରିବାର ପାଖକୁ ଆଣିଥାନ୍ତି। ଶାରୀରିକ ଦୃଷ୍ଟିରୁ ମଜବୁତ ରହିଥିବା ଗଧିଆଙ୍କ ଉପରେ ସେମାନଙ୍କ ପରିବାର ଶୀକାର ପାଇଁ ନିର୍ଭର କରିଥାଏ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link