Delhi NCR Winter: କାହିଁକି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଥାଏ ହାଡ଼ଭଙ୍ଗା ଶୀତ?

Why does Delhi experience Chilly Winter: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ବଢିବାରେ ଲାଗିଛି। ଦିଲ୍ଲୀ ମହାନଗରୀରେ ଶୀତ ଏବେ ଶିଖରରେ ପହଞ୍ଚିଛି। ପ୍ରଶ୍ନ ଉଠୁଛି ହେଉଛି ଦେଶର ରାଷ୍ଟ୍ରୀୟ ରାଜଧାନୀରେ ହାଡ଼ଭଙ୍ଗା ଶୀତ କାହିଁକି ଅନୁଭୂତ ହୋଇଥାଏ? ଏହା ପଛର କେଉଁ କାରଣ ଆମେ ସେ ସମ୍ପର୍କରେ ଜଣାଇବୁ।

Thu, 11 Jan 2024-1:10 am,
1/5

ଣିପାଗ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ, ପାକିସ୍ତାନ ଏବଂ ଆଫଗାନିସ୍ତାନ ଠାରୁ ଆସୁଥିବା ପବନ କାରଣରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥାଏ। ଶୀତଳ ପବନ କାରଣରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଥାଏ।

 

2/5

ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁସାରେ ଦିଲ୍ଲୀ ମହାନଗରୀ ପାହାଡ଼ିଆ ଅଞ୍ଚଳର ନିକଟରେ ଅବସ୍ଥିତ ହୋଇଥିବାରୁ ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ। କାରଣ ଜାମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ରାଜ୍ୟ ରାଜଧାନୀ ଦିଲ୍ଲୀ ନିକଟରେ ଅବସ୍ଥିତ ରହିଛି। 

3/5

ଦିଲ୍ଲୀ ମହାନଗରୀର ଭୌଗୋଳିକ  ଅବସ୍ଥିତି ମଧ୍ୟ ଏପରି ଯେ ସମଗ୍ର ଅଞ୍ଚଳ ସ୍ଥଳ ଭାଗ ଦ୍ୱାରା ଘେରି ହୋଇ ରହିଛି। ଦିଲ୍ଲୀ ଜଳବାୟୁ ଉପରେ ସମୁଦ୍ରର ପ୍ରଭାବ ବହୁ କମ ମାତ୍ରାରେ ପଡ଼ିଥାଏ। ଯେଉଁଥିପାଇଁ ଦୈନିକ ତାପମାତ୍ରାର ପରିସର ବଡ଼ ହୋଇଯାଏ। ଏଠାକାର ବାୟୁରେ ଆର୍ଦ୍ରତା ଅଭାବରୁ ରାତି ସମୟରେ ତାପମାତ୍ରା ଶୀଘ୍ର ହ୍ରାସ ପାଇଥାଏ।

4/5

ପ୍ରାୟ ୧୧ ବର୍ଷ ପରେ ଚଳିତ ବର୍ଷ ଜାନୁଆରୀ ୪ ତାରିଖ ଦିଲ୍ଲୀ ପାଇଁ ସବୁଠାରୁ ଥଣ୍ଡା ଦିନ ରହିଥିଲା। ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀର ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ୭ ଡିଗ୍ରୀ କମ ୧୨.୫ ଡିଗ୍ରୀ ସେଲସିୟସ ରହିଥିବାର  ରେକର୍ଡ ହୋଇଥିଲା। ସେହିପରି ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ଯାହା ବିଗତ ୧୧ ବର୍ଷ ମଧ୍ୟରେ ସବୁଠାରୁ ଥଣ୍ଡା ଦିନ ରହିଥିଲା। ଗତ ୨୦୧୩ ଜାନୁୟାରୀ ୩ ତାରିଖରେ ଦିଲ୍ଲୀ ମହାନଗରୀର ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ସେଲସିୟସ ରହିଥିବାର ରେକର୍ଡ଼ କରାଯାଇଥିଲା। 

5/5

ଦିଲ୍ଲୀ ନିକଟସ୍ଥ ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହେଉଛି। ଯେଉଁ କାରଣରୁ ସେହି ପଡୋଶୀ ରାଜ୍ୟରୁ ଶୀତଳ ବାୟୁ ଦିଲ୍ଲୀ ଆଡ଼କୁ ପ୍ରବାହିତ ହେଉଛି। ଯାହା ଫଳରେ ଦିଲ୍ଲୀରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link