AC at ATM Counter: କାହିଁକି ଏଟିଏମ କାଉଣ୍ଟର ଠାରେ ଲାଗିଥାଏ ଏସି? ଜାଣନ୍ତୁ ଏହାର କାରଣ

Why is AC installed at ATM Counter: ଲୋକେ ନଗଦ ଟଙ୍କା ଉଠାଇବା ପାଇଁ ଏଟିଏମ୍ ମେସିନ୍ ବ୍ୟବହାର କରିଥାନ୍ତି। ଏଟିଏମ୍ ମେସିନ ସ୍ଥାପନ ହୋଇଥିବା କ୍ୟାବିନ ଠାରେ ଏସି ଲଗା ଯାଇଥିବାର ଆପଣ ଦେଖିବାକୁ ପାଇଥିବେ। ଯାହା ଆମକୁ ପ୍ରବଳ ସୂର୍ଯ୍ୟ କିରଣ ଏବଂ ଉତ୍ତାପରୁ ଆଶ୍ୱସ୍ତି ଦେଇଥାଏ। ଅନେକ ଲୋକ ବିଶ୍ୱାସ କରିଥାନ୍ତି ଯେ ଏଟିଏମ୍ କ୍ୟାବିନ ଠାରେ ଏସି ସ୍ଥାପନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସୁରକ୍ଷା। ହେଲେ ଯଦିଓ ଏହା ସତ ହେଲେ ସମ୍ପୂର୍ଣ୍ଣ ନୁହେଁ। ଏହା ମଧ୍ୟ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ। ହେଲେ ଏଟିଏମ କାଉଣ୍ଟର ଠାରେ କାହିଁକି ଲାଗିଥାଏ ଏସି ତାହାର କାରଣ ସମ୍ପର୍କରେ ଜାଣନ୍ତୁ।

Wed, 03 Jan 2024-1:09 am,
1/5

ଆଜିର ଦିନରେ ପ୍ରାୟ ସମସ୍ତେ ବିଭିନ୍ନ ପ୍ରକାରର ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଛନ୍ତି। ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ମୋବାଇଲ୍ ଫୋନ୍ ରହିଛି। ଆପଣ ହୁଏତ କେବେ ଧ୍ୟାନ ଦେଇଥିବେ ଯେ ବୈଦ୍ୟୁତିକ ଉପକରଣକୁ ଅତ୍ୟଧିକ ବ୍ୟବହାର କରିବାରୁ ଏହା ଗରମ ହୋଇ ଉଠିଥାଏ।

2/5

ଏଟିଏମ୍ ମେସିନ୍ ସହିତ ମଧ୍ୟ ସମାନ ଘଟଣା ଘଟିଥାଏ। କାରଣ ଏଟିଏମ୍ ମେସିନ ହେଉଛି ଏକ ବୈଦ୍ୟୁତିକ ଉପକରଣ। ଯାହା ଦିନ ରାତି ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିଥାଏ। ଏଭଳି ପରିସ୍ଥିତିରେ ଅତ୍ୟଧିକ ଗରମ ହେବା କାରଣରୁ ଏଟିଏମ୍ ମେସିନ୍ କାମ କରିବା ବନ୍ଦ କରି ଦେଇଥାଏ।

 

3/5

ଯଦି ଏଟିଏମ୍ ମେସିନ୍ କାମ କରିବା ବନ୍ଦ କରିଦିଏ ତାହେଲେ ନଗଦ ଟଙ୍କା ଉଠାଇବା ପାଇଁ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ସେହି କାରଣରୁ ଏଟିଏମ କାଉଣ୍ଟର ଠାରେ ଏସି ଲଗା ଯାଇଥାଏ। ଏଟିଏମ୍ କ୍ୟାବିନ ଠାରେ ଏସି ସ୍ଥାପନ କରିବା ଦ୍ୱାରା ଏଟିଏମ ମେସିନ ଥଣ୍ଡା ରହିଥାଏ।

 

4/5

ଏଟିଏମ୍ କ୍ୟାବିନ ଠାରେ ଏସି ସ୍ଥାପନ କରିବା ଦ୍ୱାରା ଏକ ସମୟରେ ଦୁଇଟି କାର୍ଯ୍ୟ ହୋଇଥାଏ। ପ୍ରଥମତଃ ଏଟିଏମ୍ ମେସିନ ଥଣ୍ଡା ରହିଥାଏ। ଦ୍ୱିତୀୟତଃ ନଗଦ ଟଙ୍କା ଉଠାବାକୁ ଏଟିଏମ କାଉଣ୍ଟର ଆସୁଥିବା ଲୋକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଥାଏ।

5/5

ଏଟିଏମ୍ କ୍ୟାବିନ ଠାରେ ସ୍ଥାପିତ ହୋଇଥିବା ଏସି ଗରମ ସମୟରେ ଲୋକଙ୍କୁ ଥଣ୍ଡା ପ୍ରଦାନ କରିଥାଏ। ଯାହା ଲୋକଙ୍କ ପାଇଁ ନଗଦ ଟଙ୍କା ଉଠାଇବା କାର୍ଯ୍ୟକୁ ସହଜ କରିଥାଏ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link