Railway Track Facts: କାହିଁକି ଲୁହା ନିର୍ମିତ ରେଳ ଧାରଣାରେ ଲାଗେ ନାହିଁ କଳଙ୍କି?

why there is no rust on railway tracks: ଆପଣ ଦେଖିଥିବେ ଯେ ଘରେ ପଡ଼ିଥିବା କୌଣସି ଲୁହାରେ କିଛି ଦିନ ମଧ୍ୟରେ କଳଙ୍କି ଲାଗି ଯାଇଯାଏ। ହେଲେ ଖୋଲା ସ୍ଥାନରେ ରହିବା ସତ୍ତ୍ୱେ ଲୁହା ନିର୍ମିତ ରେଳ ଧାରଣାରେ କାହିଁକି କଳଙ୍କି ଲାଗେ ନାହିଁ? ଯେଉଁ ରେଳ ଧାରଣା ଉପରେ ବେଶ ଦ୍ରୁତ ଟ୍ରେନ୍ ଗତିରେ ଦୌଡ଼ିଥାଏ ତାହା ସର୍ବଦା ଖୋଲା ସ୍ଥାନରେ ରହିଥାଏ।

Thu, 04 Jan 2024-1:07 am,
1/5

ହେଲେ ଖୋଲା ସ୍ଥାନରେ ରହିବା ସତ୍ତ୍ୱେ ଲୁହା ନିର୍ମିତ ରେଳ ଧାରଣାରେ କେବେ କଳଙ୍କି ଲାଗେ ନାହିଁ। ଯେଉଁ ଲୁହା ବ୍ୟବହାର କରି ରେଳ ଧାରଣା ନିର୍ମାଣ କରାଯାଏ ସେଥିରେ ଏପରି କ'ଣ ରହିଛି ଯେ ଯେଉଁଥି ପାଇଁ କେବେ କଳଙ୍କି ଲାଗେ ନାହିଁ। 

2/5

ପ୍ରଥମେ ଜାଣିରଖନ୍ତୁ ଯେ କାହିଁକି ଲୁହାରେ ଲାଗିଥାଏ କଳଙ୍କି। ଯେତେବେଳେ କୌଣସି ଲୁହା ଅମ୍ଳଜାନ ଏବଂ ଆର୍ଦ୍ରତା ସଂସ୍ପର୍ଶରେ ଆସିତାଏ, ସେତେବେଳେ ଲୁହାରେ ଏକ ଅକ୍ସାଇଡ ଏକ ସ୍ତର ଜମା ହେବା ଆରମ୍ଭ କରିଥାଏ। ଯାହାକୁ କଳଙ୍କି କୁହାଯାଏ। 

3/5

ହେଲେ ଖୋଲା ସ୍ଥାନରେ ରହୁଥିବା ଲୁହା ନିର୍ମିତ ରେଳ ଧାରଣା ସବୁବେଳେ ଅମ୍ଳଜାନ ଏବଂ ଆର୍ଦ୍ରତା ସଂସ୍ପର୍ଶରେ ଆସିଥାଏ। ହେଲେ ଯେଉଁ ଲୁହା ବ୍ୟବହାର କରି ରେଳ ଧାରଣା ନିର୍ମାଣ କରାଯାଏ ସେଥିରେ କ'ଣ କେବେ ଅକ୍ସାଇଡ ସ୍ତର ଜମା ହୁଏ ନାହିଁ? 

4/5

ଏହାର କାରଣ ହେଉଛି ରେଳ ଧାରଣା ନିର୍ମାଣରେ ସ୍ୱତନ୍ତ୍ର ଧରଣର ଲୁହା ବ୍ୟବହୃତ ହୋଇଥାଏ। ରେଳ ଧାରଣା ଏକ ସ୍ୱତନ୍ତ୍ର ପ୍ରକାରର ଲୁହା ଦ୍ୱାରା ନିର୍ମିତ ହୋଇଥାଏ। ଯାହାକୁ ମାଙ୍ଗାନିଜ୍ ଷ୍ଟିଲ୍ ମଧ୍ୟ କୁହାଯାଏ। ଆପଣଙ୍କୁ କହିରଖୁଛୁ ଯେ ମାଙ୍ଗାନିଜ୍ ଷ୍ଟିଲ୍ ଇସ୍ପାତ ଏବଂ ମାଙ୍ଗାନିଜ୍ ମିଶ୍ରଣ ଦ୍ୱାରା ପ୍ରସ୍ତୁତ ହୋଇଥାଏ। 

5/5

ଆପଣଙ୍କୁ କହିରଖୁଛୁ ଯେ ୧୨ ପ୍ରତିଶତ ମାଙ୍ଗାନିଜ ଏବଂ ୦.୮ ପ୍ରତିଶତ କାର୍ବନ ମାଙ୍ଗାନିଜ ଷ୍ଟିଲ ମଧ୍ୟରେ ମିଶ୍ରିତ ହୋଇ ରହିଥାଏ। ଲୁହା ନିର୍ମିତ ରେଳ ଧାରଣା କୌଣସି ଅକ୍ସିଡେସନ୍ ପ୍ରଭାବ ହୁଏ ନାହିଁ। ଯେଉଁ କାରଣରୁ ରେଳ ଧାରଣା ବର୍ଷ ବର୍ଷ ଧରି ବାହାରେ ପଡ଼ିରହିବା ସତ୍ତ୍ୱେ ଏଥିରେ କଳଙ୍କି ଲାଗି ନାହିଁ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link