Diwali 2023: `ଅଦ୍ଭୁତ, ଅଲୌକିକ ଓ ଅବିସ୍ମରଣୀୟ!`: ଅଯୋଧ୍ୟା ଦୀପୋତ୍ସବର ଫଟୋ ସେୟାର କରି ଏପରି କହିଲେ ପିଏମ ମୋଦୀ

Deepotsav in Ayodhya: ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଅଯୋଧ୍ୟା ଦୀପୋତ୍ସବର ଫଟୋ ସୟାର କରି ପିଏମ ମୋଦୀ ଲେଖିଛନ୍ତି, `ଅଦ୍ଭୁତ, ଅଲୌକିକ ଓ ଅବିସ୍ମରଣୀୟ!` ଅଯୋଧ୍ୟା ସହରର ମହାନ ଦୀପୋତ୍ସବ ଦ୍ୱାରା ଲକ୍ଷ ଲକ୍ଷ ଦୀପ ପ୍ରଜ୍ୱଳିତ ହୋଇ ସମଗ୍ର ଦେଶ ଆଲୋକିତ ହୋଇଛି । ଏଥିରୁ ଉତ୍ପନ୍ନ ଶକ୍ତି ସମଗ୍ର ଭାରତରେ ନୂତନ ଉତ୍ସାହ ଏବଂ ଉତ୍ସାହ ବିସ୍ତାର କରୁଛି । ମୁଁ କାମାନା କରେ ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କ ପାଇଁ କଲ୍ୟାଣ କରନ୍ତୁ ଓ ମୋର ସମସ୍ତ ପରିବାର ସଦସ୍ୟଙ୍କ ପାଇଁ ପ୍ରେରଣା ହୁଅନ୍ତୁ । ନମସ୍କାର ଜୟ ସିୟାରାମ!`

Jagdish Barik Sun, 12 Nov 2023-8:15 pm,
1/5

Diwali 2023: ଦୀପାବଳି ଅବସରରେ ଅଯୋଧ୍ୟା ସହରରେ ଆଲୋକର ଏକ ମହୋତ୍ସବର ଆୟୋଜନ କରାଯାଇଥିଲା । ରାମ ନଗରୀରେ ଆଜି ୨୨ ଲକ୍ଷରୁ ଅଧିକ ଦୀପ ସହିତ ଆଲୋକିତ ହୋଇଥିଲା । କିନ୍ତୁ କୌହଳର ବିଷୟ ହେଉଛି ୨୨ ଲକ୍ଷ ଦୀପ ଜାଳିବା ଦ୍ୱାରା ପୁରୁଣା ରେକର୍ଡ ଭାଙ୍ଗି ପୁଣି ଥରେ ଏକ ନୂତନ ରେକର୍ଡ ସ୍ଥାପନ ହୋଇଛି । ବର୍ତ୍ତମାନ ପିଏମ ମୋଦୀ ଦୀପାବଳିର ଫଟୋ ମଧ୍ୟ ସେୟାର କରିଛନ୍ତି ଓ ସେ ଏହାକୁ 'ଅଦ୍ଭୁତ, ଅଲୌକିକ ଓ ଅବିସ୍ମରଣୀୟ! ବୋଲି ବର୍ଣ୍ଣନା କରିଛନ୍ତି ।

 

2/5

ପିଏମ ମୋଦୀ X ରେ ଅଯୋଧ୍ୟା ଦୀପୋତ୍ସବର ଫଟୋ ସେୟାର କରିବା ସହ ଲେଖିଛନ୍ତି,'ଅଦ୍ଭୁତ, ଅଲୌକିକ ଓ ଅବିସ୍ମରଣୀୟ!' ଅଯୋଧ୍ୟା ସହରର ମହାନ ଦୀପୋତ୍ସଭ ଦ୍ୱାରା ଲକ୍ଷ ଲକ୍ଷ ଦୀପ ପ୍ରଜ୍ୱଳିତ ହୋଇ ସମଗ୍ର ଦେଶ ଆଲୋକିତ ହୋଇଛି । ଏଥିରୁ ଉତ୍ପନ୍ନ ଶକ୍ତି ସମଗ୍ର ଭାରତରେ ନୂତନ ଉତ୍ସାହ ଏବଂ ଉତ୍ସାହ ବିସ୍ତାର କରୁଛି । ମୁଁ କାମାନା କରେ ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କ ପାଇଁ କଲ୍ୟାଣ କରନ୍ତୁ ଓ ମୋର ସମସ୍ତ ପରିବାର ସଦସ୍ୟଙ୍କ ପାଇଁ ପ୍ରେରଣା ହୁଅନ୍ତୁ । ନମସ୍କାର ଜୟ ସିୟାରାମ!"

 

3/5

ଆପଣଙ୍କୁ କହିରଖୁଛୁ ଯେ ପ୍ରଭୁ ରାମଙ୍କ ସହର ଅଯୋଧ୍ୟାରେ ଦୀପାବଳି ଉତ୍ସବରେ ପ୍ରାୟ ୨୨.୨୩ ଲକ୍ଷ ମାଟି ଦୀପ ଏକାସାଙ୍ଗରେ ୫୧ଟି ଘାଟରେ ଜଳାଯାଇଥିଲା ।

 

4/5

ଏଥି ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଲେଚା ଯାଇ ସେନା ସୌନିକମାନଙ୍କ ସହ ଦିୱାଲୀ ପାଳନ କରିବାକୁ ଯାଇଥିଲେ । ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ଦୀପାବଳି, ଆଲୋକର ପର୍ବ, ସେନା ସହିତ ପାଳନ କରନ୍ତି ।

 

5/5

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି ଯେ ହିମାଚଳ ପ୍ରଦେଶର ଲେପଚାସରେ ଆମର ସୁରକ୍ଷା ବାହିନୀ ସହିତ ଦିୱାଲୀ ପାଳନ କରିବା ଏକ ଗର୍ବର ଅନୁଭୂତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link