ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଭାଗବନ୍ତ ମାନ, ଯାହାଙ୍କୁ ମିଳୁଛି ପଞ୍ଜାବ ସିଏମର ଗାଦି

Bhagwant Mann Total Assets Worth: ୪୮ ବର୍ଷୀୟ ମାନ (Bhagwant Mann) ନାମାଙ୍କନପତ୍ର ଦାଖଲ ସମୟରେ ନିଜ ସମ୍ପତ୍ତିକୁ ନେଇ ଖୁଲାସା କରିଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembely Election 2022) ସମୟରେ ନିଜ ମା`ଙ୍କ ସହ ସେ ଧୂରୀର ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଥିଲେ । ସେହି ସମୟରେ ତାଙ୍କ ସମ୍ପତ୍ତି ବିଷୟରେ ଖୁଲାସା ହୋଇଥିଲା ।

Tamal Bakchi/ତମାଲ ବାକଚି Wed, 06 Apr 2022-6:53 pm,
1/6

ଚଣ୍ଡିଗଡ଼: Bhagwant Mann Total Assets Worth:   ପଞ୍ଜାବର ଧୂରୀ ବିଧାନସଭା ଆସନ (Dhuri assembly seat) ରୁ ନିର୍ବାଚନ ଲଢ଼ିଥିବା ଆମ ଆଦମୀ ପାର୍ଟି (Aam Aadmi Party) ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାଗବନ୍ତ ମାନ (Bhagwant Mann) ଜିତିଛନ୍ତି । ଏହି ବିଜୟ ପରେ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab CM) ଗାଦି ମଧ୍ୟ ତାଙ୍କୁ ମିଳିବ । ଆସନ୍ତୁ ଜାଣିବା ଭଗବନ୍ତ ମାନ କିଏ ଓ ତାଙ୍କର କେତେ ସମ୍ପତ୍ତି ଅଛି ।

2/6

୪୮ ବର୍ଷୀୟ ମାନ (Bhagwant Mann) ନାମାଙ୍କନପତ୍ର ଦାଖଲ ସମୟରେ ନିଜ ସମ୍ପତ୍ତିକୁ ନେଇ ଖୁଲାସା କରିଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Election 2022) ସମୟରେ ନିଜ ମା'ଙ୍କ ସହ ସେ ଧୂରୀର ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଥିଲେ । ସେହି ସମୟରେ ତାଙ୍କ ସମ୍ପତ୍ତି ବିଷୟରେ ଖୁଲାସା ହୋଇଥିଲା ।

3/6

୧.୯୭ କୋଟି ସମ୍ପତ୍ତିର ମାଲିକା ଭାଗବନ୍ତ ମାନ

ହାସ୍ୟ ଅଭିନେତାରୁ ରାଜନେତା ହୋଇଥିବା ସାଙ୍ଗୁର ଆସନରୁ AAP ସାଂସଦ  ଭାଗବନ୍ତ ମାନ (Bhagwant Mann) ଙ୍କ ପାଖରେ ୧.୯୭ କୋଟି ଟଙ୍କାର ସମ୍ପତ୍ତି (Bhagwant Mann Total Assets Worth) ଅଛି, ଯେଉଁଥିରେ ୨୭ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ଟୟୋଟା ଫର୍ଚୁନର ଏସୟୁଭି ଓ ୧.୪୯ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି ।

4/6

୪୮.୧୦ ଲକ୍ଷ ମୂଲ୍ୟର ଚଳନ ସମ୍ପତ୍ତି

ଭାଗବନ୍ତ ମାନ (Bhagwant Mann) ନିଜ ଆଫିଡେଭିଟରେ ୪୮.୧୦ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଓ ୧.୪୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଘୋଷଣା କରିଥିଲେ ।

5/6

ଭାଗବନ୍ତ ମାନଙ୍କ ପାଖରେ ରହିଛି ଏତିକି ସୁନା

ଭାଗବନ୍ତ ମାନ (Bhagwant Mann) ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପାଖରେ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର, ଯାହାର ଓଜନ ୯୫ ଗ୍ରାମ ହେବ । ଏହାସହ ୫.୫୦ ଲକ୍ଷ ମୂଲ୍ୟର ଘରୋଇ ସାମଗ୍ରୀ ଓ ୨୦,୦୦୦ ଟଙ୍କାର ଏକ ବନ୍ଧୁକ ଅଛି ।

ଏହା ବି ପଢ଼ନ୍ତୁ:-ବଡ଼ ଖୁସି ଖବର, ମାର୍ଚ୍ଚ ୧୬ରେ ସରକାରୀ କର୍ମଚାରୀଙ୍କୁ ମିଳିବ ଉପହାର! ଖାତାରେ ଆସିବ ପୂରା ୩୮,୬୯୨ ଟଙ୍କା

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଋଷର ସେନା, ସୈନ୍ୟକୁ ନେଇ କହିଲା ଏହି ବଡ଼ କଥା

ଏହା ବି ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, RBI ବଦଳାଇଲା ଏହି ନିୟମ

6/6

ମୋଟ ଆୟ ହେଉଛି ୧୮.୩୪ ଲକ୍ଷ ଟଙ୍କା

ଭାଗବନ୍ତ ମାନ (Bhagwant Mann) ୨୦୨୦-୨୧ ବର୍ଷ ପାଇଁ ନିଜର ମୋଟ ଆୟ ୧୮.୩୪ ଲକ୍ଷ ବୋଲି ଘୋଷଣା କରିଛନ୍ତି । ମାନ ପାଖରେ ସଙ୍ଗରରେ ୧.୧୨ କୋଟି ଟଙ୍କା ମୂଲ୍ୟର କୃଷି ଜମି ରହିଥିବା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ପଟିଆଲାରେ ତାଙ୍କର ୩୭ ଲକ୍ଷ ଟଙ୍କା ମୂଲ୍ୟର ବାଣିଜ୍ୟିକ ସମ୍ପତ୍ତି ମଧ୍ୟ ଅଛି । କିନ୍ତୁ ତାଙ୍କ ପାଖରେ କୌଣସି ଆବାସୀୟ ସମ୍ପତ୍ତି ନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link