ସୁନ୍ଦରୀଙ୍କ ହାତରେ ଦେଶର ସୁରକ୍ଷା ଦାୟିତ୍ୱ

୪ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ପ୍ରାୟ ଅଧା ଲୋକ ବର୍ତ୍ତମାନ ଯୁଦ୍ଧକ୍ଷେତ୍ରକୁ ଡେଇଁପଡ଼ିଛନ୍ତି। ଏପରିକି କିଭର ମହିଳା ଓ ତରୁଣୀମାନେ ମଧ୍ୟ ବନ୍ଧୁକ ଧରି ମାତୃଭୂମିର ସୁରକ୍ଷାରେ ନିଜକୁ ନିୟୋଜିତ କରିଛନ୍ତି।

ଭାରତ ଭୂଷଣ ପରିଡ଼ା Wed, 06 Apr 2022-6:46 pm,
1/5

କ୍ରିମିଆ ଆକ୍ରମଣ

୨୦୧୪ରେ ୟୁକ୍ରେନର କ୍ରିମିଆ ଉପରେ ଆକ୍ରମଣ କରି ଋଷ ନିଜ ସାମ୍ରାଜ୍ୟରେ ମିଶାଇଥିଲା। ଏଥିରେ ବି ଦେଶର ମହିଳାମାନେ ଋଷୀୟ ସୈନ୍ୟମାନଙ୍କ ସହ ଯୁଦ୍ଧ କରିଥିଲେ। ଜଣେ ବୃଦ୍ଧ ମହିଳାଙ୍କ ସଂଗଠନ ବାବୁସ୍ଖା ବାଟାଲିୟନ ଋଷ ସହ  ଯୁଦ୍ଧ କରିଥିଲା। ଏବେ ପୁଣି ଥରେ ୟୁକ୍ରେନର ମହିଳାମାନେ ଋଷ ସେନାକୁ ରୋକିବାକୁ ଅସ୍ତ୍ର ଉଠାଇଛନ୍ତି।

2/5

ଲେସିଆ ଭାସିଲଙ୍କୋ

ୟୁକ୍ରେନ ପାଇଁ ଅସ୍ତ୍ର ଉଠାଇଥିବା ମହିଳାଙ୍କ ମଧ୍ୟରେ ଅନ୍ୟଜଣେ ହେଉଛନ୍ତି ସାଂସଦ ଲେସିଆ ଭାସିଲଙ୍କୋ। ତିନି ସନ୍ତାନର ଜନନୀ ଲେସିଆ ଋଷ ବିରୋଧରେ ହୁଙ୍କାର ଦେଇଛନ୍ତି। ଲେସିଆ କୁହନ୍ତି ଯେ, ଯେତେବେଳେ ଶତ୍ରୁ ତାଙ୍କ ଦେଶ ଉପରେ ଆକ୍ରମଣ କରନ୍ତି, ସେତେବେଳେ ବନ୍ଧୁକ ଉଠାଇବା ଏବଂ ନିଜ ପରିବାରକୁ ଆକ୍ରମଣରୁ ରକ୍ଷା କରିବା ୟୁକ୍ରେନର ପ୍ରତ୍ୟେକ ମହିଳାଙ୍କ ଦାୟିତ୍ୱ ଅଟେ।

3/5

ଆନାସ୍ତାସିଆ ଲେନା

କିଛି ଦିନ ଆଗରୁ ପୂର୍ବତନ ମିସ୍ ୟୁକ୍ରେନ ଥିବା ଆନାସ୍ତାସିଆ ଲେନା ମଧ୍ୟ ଋଷିୟ ସେନା ବିରୁଦ୍ଧରେ ବନ୍ଧୁକ ଧରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ଘୋଷଣା କରିଥିଲେ। ସେ ସୋସିଆଲ ମିଡିଆରେ ବନ୍ଧୁକ ଧରିଥିବାର ଫଟୋ ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ସେ ଲେଖିଥିଲେ, ଯଦି କୌଣସି ବ୍ୟକ୍ତି ଦଖଲ କରିବା ଉଦ୍ଦେଶ୍ୟରେ ୟୁକ୍ରେନ ସୀମାରେ ପ୍ରବେଶ କରେ, ତେବେ ତାଙ୍କୁ ହତ୍ୟା କରାଯିବ। ଆନାସ୍ତାସିଆଙ୍କ ଏହି ପୋଷ୍ଟକୁ ୟୁକ୍ରେନର ହଜାର ହଜାର ଲୋକ ପସନ୍ଦ କରିଛନ୍ତି। ଯାହାକୁ ନେଇ ସେ ପରେ ଧନ୍ୟବାଦ ଦେଇ ଲେଖିଥିଲେ। 'ଆମ ଦେଶ ପାଇଁ ସମସ୍ତଙ୍କ ସମର୍ଥନକୁ ମୁଁ ପ୍ରଶଂସା କରୁଛି। ୟୁକ୍ରେନରେ ଆମେ ସମସ୍ତେ ପ୍ରତିଦିନ ଋଷ ଆକ୍ରମଣ ବିରୋଧରେ ଲଢ଼ିବୁ' ବୋଲି ସେ କହଛନ୍ତି।

4/5

କିରା ରୁଡିକ୍

ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଥିବା ମହିଳାମାନଙ୍କ ମଧ୍ୟରେ ୟୁକ୍ରେନର ସାଂସଦ ତଥା ଦେଶର ଲୋକପ୍ରିୟ ନେତା କିରା ରୁଡିକ୍ ରହିଛନ୍ତି। ସେ ହେଉଛନ୍ତି ପ୍ରଥମ ୟୁକ୍ରେନୀୟ ମହିଳା ଯିଏ ଋଷର ଆକ୍ରମଣ ବିରୁଦ୍ଧରେ ଅସ୍ତ୍ର ଉଠାଇବା କଥା କହିଥିଲେ। ୟୁକ୍ରେନର ଏହି ମହିଳା ସାଂସଦ ନିଜ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ, ତାଙ୍କୁ କାଲାଶନିକୋଭ ବନ୍ଧୁକ ମିଳିଛି। ଯଦି ଋଷ ସୈନ୍ୟମାନେ କିଭରେ ପ୍ରବେଶ କରନ୍ତି, ତେବେ ସେମାନେ ନିଜ ମାଟିକୁ ବଞ୍ଚାଇବାକୁ ପ୍ରସ୍ତୁତ ଅଛନ୍ତି।

5/5

ଯୁଦ୍ଧକ୍ଷେତ୍ରରେ ମହିଳା

ଋଷର ଏୟାର ଷ୍ଟ୍ରାଇକ୍, କ୍ଷେପଣାସ୍ତ୍ର ମାଡ଼ ଏବଂ ଗୁଳିମାଡ଼ରେ ଭୟଭୀତ ହୋଇ ଶତାଧିକ ୟୁକ୍ରେନୀୟ ଦେଶ ଛାଡ଼ି ଚାଲିଯାଉଛନ୍ତି। ଫଳରେ ଏହି ଦେଶର ମହିଳାମାନେ ପୁଟିନ ସେନା ପାଇଁ ବନ୍ଧୁକ ଧରିଥିବା ନଜର ଆସିଛନ୍ତି। ହାତରେ କାଲାଶନିକୋଭ ରାଇଫଲ ଧରି ଦେଶ ପାଇଁ ଜୀବନ ଉତ୍ସର୍ଗ କରିବାର ଏମାନେ ଉତ୍ସାହ ଦେଖାଇଛନ୍ତି। ୟୁକ୍ରେନର ସାଧାରଣ ମହିଳାମାନେ ଯେଉଁମାନେ ବନ୍ଧୁକ ଉଠାଇବାକୁ ସ୍ୱପ୍ନରେ ବି ଭାବି ନଥିଲେ, ଦେଶକୁ ବିପଦ ଆସିବାରୁ କେବଳ ଅସ୍ତ୍ର ଉଠାଇ ନାହାନ୍ତି, ବରଂ ଯୁଦ୍ଧକ୍ଷେତ୍ରକୁ ଲମ୍ଫ ପ୍ରଦାନ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link