ଏମାନେ ହେଉଛନ୍ତି ଋଷ ରାଷ୍ଟ୍ରପତିଙ୍କ ସିକ୍ରେଟ ଝିଅ, ଦୁନିଆ ନଜରରୁ ନିଜ ପରିବାରକୁ ଲୁଚାଇ ରଖିଛନ୍ତି ପୁଟିନ
Russia-Ukraine War, Russian President Vladimir Putin Family: ଋଷ ରାଷ୍ଟ୍ରପତି ପୁଟିନ (Vladimir Putin) ୧୯୫୨ ମସିହାରେ ସେଣ୍ଟ ପିଟର୍ସବର୍ଗରେ ଜନ୍ମଗ୍ରହଣ କରିଥିଲେ । ପୁଟିନ ୧୯୭୫ ମସିହାରେ ଋଷର ଗୁଇନ୍ଦା ସଂସ୍ଥା କେଜିବି (KGB) ରେ ଯୋଗ ଦେଇଥିଲେ ଓ ପରେ ରାଷ୍ଟ୍ରପତି ହୋଇଥିଲେ । ଏକଦା ସିକ୍ରେଟ ଏଜେଣ୍ଡ ଥିବା ପୁଟିନଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅତ୍ୟନ୍ତ ଗୁପ୍ତ ରହିଛି ଓ ନିଜ ପରିବାର (Vladimir Putin Secret Family and Daughters) କୁ ଦୁନିଆ ନଜରରୁ ଲୁଚାଇ ରଖନ୍ତି ।
ମସ୍କୋ: Russia-Ukraine War, Russian President Vladimir Putin Family: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଗୁରୁବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ୟୁକ୍ରେନ ବିରୋଧରେ ଏକ ସ୍ୱତନ୍ତ୍ର ସାମରିକ ଅପରେସନ ଘୋଷଣା କରିଥିଲେ । ଯାହା ପରେ ଋଷ ଭାରତୀୟ ସମୟ ଅନୁସାରେ ସକାଳ ୮.୩୦ରେ ୟୁକ୍ରେନ ଉପରେ ଆକ୍ରମଣ କରି ଯୁଦ୍ଧ ଆରମ୍ଭ କରିଦେଇଥିଲା । ଏହି ସମୟରେ ସାରା ଦୁନିଆରେ ପୁଟିନଙ୍କୁ ନେଇ ଚର୍ଚ୍ଚା ଚାଲିଛି ।
ଋଷ ରାଷ୍ଟ୍ରପତି ପୁଟିନ (Vladimir Putin) ୧୯୫୨ ମସିହାରେ ସେଣ୍ଟ ପିଟର୍ସବର୍ଗରେ ଜନ୍ମଗ୍ରହଣ କରିଥିଲେ । ପୁଟିନ ୧୯୭୫ ମସିହାରେ ଋଷର ଗୁଇନ୍ଦା ସଂସ୍ଥା କେଜିବି (KGB) ରେ ଯୋଗ ଦେଇଥିଲେ ଓ ପରେ ରାଷ୍ଟ୍ରପତି ହୋଇଥିଲେ । ଏକଦା ସିକ୍ରେଟ ଏଜେଣ୍ଡ ଥିବା ପୁଟିନଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅତ୍ୟନ୍ତ ଗୁପ୍ତ ରହିଛି ଓ ନିଜ ପରିବାର (Vladimir Putin Secret Family and Daughters) କୁ ଦୁନିଆ ନଜରରୁ ଲୁଚାଇ ରଖନ୍ତି ।
ବହୁତ ସିକ୍ରେଟ ପୁଟିନଙ୍କ ପରିବାର
ଦି ସନର ରିପୋର୍ଟ ଅନୁଯାୟୀ, ଭ୍ଲାଦିମିର ପୁଟିନ (Vladimir Putin) ନା ତ ନିଜ ପରିବାର ବିଷୟରେ ସର୍ବସାଧାରଣରେ ଆଲୋଚନା କରନ୍ତି ନା ନିଜ ଝିଅମାନଙ୍କ ବିଷୟରେ ଚର୍ଚ୍ଚା କରନ୍ତି । କୁହାଯାଏ ଯେ ତାଙ୍କର ଦୁଇଟି ଝିଅ ଅଛନ୍ତି, ଯାହାଙ୍କ ନାମ ହେଉଛି ମାରିଆ (Maria) ଓ କ୍ୟାଟ୍ରିନା (Katrina) । (ଫଟୋ ସୌଜନ୍ୟ - ଦି ସନ୍)
ମେଡିକାଲ ରିସର୍ଚ୍ଚର ହେଉଛନ୍ତି ଝିଅ ମାରିଆ
ଭ୍ଲାଦିମିର୍ ପୁଟିନ (Vladimir Putin) ଙ୍କ ଝିଅ ମାରିଆ (Maria) ଜଣେ ଡାକ୍ତରୀ ଅନୁସନ୍ଧାନକାରୀ ଓ ମସ୍କୋରେ ଡଚ୍ ସ୍ୱାମୀ ଜର୍ଜ ଫାସେନଙ୍କ ସହ ରୁହନ୍ତି । ତାଙ୍କର ଏକ ସନ୍ତାନ ମଧ୍ୟ ଅଛି । (ଫଟୋ ସୌଜନ୍ୟ- ଦି ସନ୍)
ଦ୍ୱିତୀୟ ଝିଅ କ୍ୟାଟ୍ରିନା ହେଉଛନ୍ତି ଆକ୍ରୋବାଟ୍ ଡାନ୍ସର
କ୍ୟାଟ୍ରିନା ଟିଖୋନୋଭା (Katerina Tikhonova) ଜଣେ ଆକ୍ରୋବାଟ୍ ଡାନ୍ସର ଓ ମସ୍କୋ ଷ୍ଟେଟ୍ ୟୁନିଭର୍ସିଟିରେ ଉଚ୍ଚ ପଦବୀରେ ଅବସ୍ଥାପିତ । ସେ ୧.୭ ବିଲିୟନ ଡଲାରର ଷ୍ଟାର୍ଟଅପ୍ ଚଳାଉଛନ୍ତି । ସେ ୨୦୧୭ରେ ଋଷର ବିଲିୟନେୟାର କାଇଲି ଶାମାଲୋଭ (Kylie Shamalov) ଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ଦମ୍ପତିଙ୍କ ଚଳିତ ବର୍ଷ ଛାଡପତ୍ର ହୋଇଥିଲେ । (ଫଟୋ ସୌଜନ୍ୟ-ଦି ସନ୍)
ସୁଇପରଙ୍କ ସହ ପୁଟିନଙ୍କର ଥିଲା ସମ୍ପର୍କ
୨୦୨୦ ମସିହାରେ ଖୁଲାସା ହୋଇଥିଲା ଯେ, ଭ୍ଲାଦିମିର ପୁଟିନ (Vladimir Putin) ଜଣେ ମହିଳା ସୁଇପର ସହିତ ସମ୍ପର୍କ ରଖିଥିଲେ, ଯିଏକି ବର୍ତ୍ତମାନ କୋଟି କୋଟିର ମାଲିକ ଅଟନ୍ତି । ସ୍ୱେତଲାନା କ୍ରିଭୋନୋଗିଖ୍ (Svetlana Krivonogikh) ନାମକ ଜଣେ ମହିଳାଙ୍କ ସହ ପୁଟିନଙ୍କ ସମ୍ପର୍କ ୯୦ ଦଶକରେ ଆରମ୍ଭ ହୋଇଥିଲା ଓ ୨୦୦୩ ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ । (ଫଟୋ ସୌଜନ୍ୟ -ଦି ସନ୍)
ସ୍ୱେତଲାନା ଓ ପୁଟିନଙ୍କ ଝିଅ
ସ୍ୱେତଲାନା କ୍ରିଭୋନୋଗିଖ୍ (Svetlana Krivonogikh) ଓ ଭ୍ଲାଦିମିର୍ ପୁଟିନ Vladimir Putin) ଙ୍କର ମଧ୍ୟ ଏକ ୧୮ ବର୍ଷର ଝିଅ ଅଛନ୍ତି, ଯାହା ଗତ ବର୍ଷ ଖୁଲାସା ହୋଇଥିଲା । ୟେଲିଜାଭେଟା ଭ୍ଲାଦିମିରୋଭନା (Yelizaveta Vladimirovna) ଓରଫ ଲୁଇଜା (Luiza) ଙ୍କ ଜନ୍ମ ପରେ ପୁଟିନ ଓ ସ୍ୱେତଲାନା ଅଲଗା ହୋଇଥିଲେ । (ଫଟୋ ସୌଜନ୍ୟ-ଦି ସନ୍)
କ୍ଲିନରରୁ କୋଟିପତି ପାଲଟିଲେ ସ୍ୱେତଲାନା
ରିପୋର୍ଟ ଅନୁଯାୟୀ, ୪୫ ବର୍ଷୀୟ ସ୍ୱେତଲାନା କ୍ରିଭୋନୋଗିଖ୍ ୯୦ ଦଶକରେ ଭ୍ଲାଦିମିର୍ ପୁଟିନଙ୍କ ଭେଟିବା ସମୟରେ ଜଣେ କ୍ଲିନର୍ ଥିଲେ, କିନ୍ତୁ ଆଜିର ଦିନରେ ସେ ଜଣେ ଧନୀ ମହିଳା ଓ କୋଟି କୋଟି ସମ୍ପତ୍ତିର ମାଲିକ ଅଟନ୍ତି । (ଫଟୋ ସୌଜନ୍ୟ - ଦି ସନ୍)
ଝିଅ ଲୁଇଜା ପାଇଁ କରନ୍ତି ବହୁତ ଟଙ୍କା ଖର୍ଚ୍ଚ
ପୁଟିନ୍ ୧୮ ବର୍ଷୀୟ ଲୁଇଜା (Luiza) ଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି । ଲୁଇଜା ସୋସିଆଲ ମିଡିଆରେ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଅନେକ ସମୟରେ ଦେଖାଉଥିବାର ଦେଖାଯାଏ । ରିପୋର୍ଟରେ କୁହାଯାଇଛି ଯେ ପୁଟିନ (Vladimir Putin) ଏହି ସମସ୍ତ ଟଙ୍କା ଖର୍ଚ୍ଚ କରୁଛନ୍ତି । (ଫଟୋ ସୌଜନ୍ୟ - ଦି ସନ୍)
୩୭ ବର୍ଷୀୟ ଜିମ୍ନାଷ୍ଟ ଆଲିନାଙ୍କୁ କରୁଛନ୍ତି ଡେଟିଂ
ରିପୋର୍ଟ ଅନୁଯାୟୀ, ଭ୍ଲାଦିମିର ପୁଟିନ (Vladimir Putin) ମଧ୍ୟ ୩୭ ବର୍ଷୀୟ ପୂର୍ବତନ ଜିମ୍ନାଷ୍ଟ ଆଲିନା କାବାୟେବା (Alina Kabaeva) ଙ୍କ ସହିତ ସଂପର୍କରେ ଅଛନ୍ତି ଓ ସେ ତାଙ୍କୁ ଡେଟ କରୁଛନ୍ତି । ଆଲିନା ଜଣେ ଜିମ୍ନାଷ୍ଟ ରହିସାରିଛନ୍ତି ଓ ଦୁଇଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ, ୧୪ଟି ବିଶ୍ୱ ଚାମ୍ପିଅନସିପ୍ ଏବଂ ୨୫ଟି ୟୁରୋପୀୟ ଚାମ୍ପିଅନସିପ୍ ଜିତିଛନ୍ତି । କ୍ରୀଡ଼ାରୁ ଅବସର ନେବା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ ଓ ପୁଟିନଙ୍କ ୟୁନାଇଟେଡ୍ ଋଷ ପାର୍ଟି (United Russia Party) ର ସାଂସଦ ହୋଇଥିଲେ । (ଫଟୋ ସୌଜନ୍ୟ -ଦି ସନ୍)
୨୦୧୩ରେ ପୁଟିନ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ
୧୯୮୩ ମସିହାରେ ଭ୍ଲାଦିମିର୍ ପୁଟିନ (Vladimir Putin) ଲ୍ୟୁଡମିଲା ଶକ୍ରେବେନେଭା (Lyudmila Shkrebneva) ଙ୍କୁ ବିବାହ କରିଥିଲେ । ପୁଟିନ ଓ ଲ୍ୟୁଡମିଲାଙ୍କର ଦୁଇ ଝିଅ ଅଛନ୍ତି, ଯାହାଙ୍କ ନାମ ମାରିଆ ଓ କ୍ୟାଟ୍ରିନା । ୨୦୧୩ରେ ଦୁହେଁ ଛାଡପତ୍ର ନେଇଥିଲେ ଓ ଦୁହେଁ ଅଲଗା ହୋଇଗଲେ । (ଫଟୋ ସୌଜନ୍ୟ-ଦି ସନ୍)
ଏହା ବି ପଢ଼ନ୍ତୁ:-କମେଡିଆନରୁ ରାଷ୍ଟ୍ରପତି, ବର୍ତ୍ତମାନ ପୁଟିନ ଆଗରେ ମୁଣ୍ଡ ନୁଆଁଇବାକୁ ନାରାଜ; ଜାଣନ୍ତୁ ଯୁଦ୍ଧରେ ୟୁକ୍ରେନର କମାଣ ସମ୍ଭାଳିଥିବା ଜେଲେନସ୍କିଙ୍କ ବିଷୟରେ ସବୁକିଛି
ଏହା ବି ପଢ଼ନ୍ତୁ:-ୟୁକ୍ରେନର ଏହି ସାହସୀ ମହିଳା, ଯିଏ ଏକାକୀ ନିଜ ଦମରେ ଦେଉଥିଲେ ଋଷକୁ ଟକ୍କର; ଭୟରେ ଥରୁଥିଲେ ପୁଟିନ!
ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦୁନିଆକୁ ଭୋଗିବାକୁ ପଡ଼ିବ ଏସବୁ ସମସ୍ୟା
ଏହା ବି ପଢ଼ନ୍ତୁ:-ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ମସଲା, ଶରୀରର ମଜଭୁତ ହେବା ସହ ବଢ଼ିବ ଯୌନ ଶକ୍ତି
ଭ୍ଲାଦିମିଙ୍କ ପୁଟିନଙ୍କ ସମ୍ପତ୍ତି
ଦି ସନର ରିପୋର୍ଟ ଅନୁଯାୟୀ, ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ପାଖରେ ୧୬୦ ବିଲିୟନ ପାଉଣ୍ଡ ଅର୍ଥାତ୍ ପ୍ରାୟ ୧୬୫୫୫ ବିଲିୟନ ଟଙ୍କାର ସମ୍ପତ୍ତି ରହିଛି । ସେ କାର, ଜାହାଜ ଏବଂ ଗୁପ୍ତ ପ୍ରାସାଦର ମାଲିକ । ଏହା ବ୍ୟତୀତ ତାଙ୍କର ବ୍ୟକ୍ତିଗତ ଜେଟ୍ ଓ ଘଣ୍ଟାର ଏକ ବଡ଼ ସଂଗ୍ରହ ଅଛି ।