ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ଖାଦ୍ୟ, ଆପଣଙ୍କୁ କରିଦେବ ସୁପର ହିରୋ!

କୁହାଯାଏ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏକ ସୁସ୍ଥ ଜଳଖିଆ ସହିତ ଦିନ ଆରମ୍ଭ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସକାଳେ ଆମ ଶରୀରକୁ ଭଲ ପୃଷ୍ଟିକର ଖାଦ୍ୟ ଆବଶ୍ୟକତା ରହିଥାଏ ଯାହା କେବଳ ଆମ ଏନର୍ଜି ଲେବଲକୁ ବୁଷ୍ଟ କରେ। ଏହା ବ୍ୟତୀତ ତାହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିଥାଏ। ଯଦି ଆପଣ ଭୁଲ ଜଳଖିଆ ଖାଇଥାଆନ୍ତି ତେବେ ଆପଣଙ୍କ ପାଚନକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ସକାଳରେ ଖାଲି ପେଟରେ ଏଭଳି କିଛି ଖାଦ୍ୟ ଖାଇବା ଉଚିତ୍ ଯାହା, ଆମ ଅନ୍ତନଳୀ, ମେଟାବୋଲିଜିମ୍ ସ୍ତରକୁ ସୁସ୍ଥ ରଖିଥାଏ।

ରୁକ୍ମଣୀ ବେହେରା Wed, 06 Apr 2022-5:44 pm,
1/6

ଖଜୁରୀ

ସକାଳୁ ଯଦି ଆପଣ ଅଧିକ ଏନର୍ଜି ଚାହୁଁଛନ୍ତି ତେବେ ଦୁଇଟି ଖଜୁରୀ ଖାଆନ୍ତୁ। ଏହା ଆପଣଙ୍କ ଶରୀରକୁ ତତକ୍ଷଣାତ୍ ଶକ୍ତି ବୃଦ୍ଧି କରିଥାଏ। ଏହା ସହ ଆପଣ ସକାଳରେ ଖାଲି ପେଟରେ କଦଳୀ, ସେଉ ଆଉ ପାଚିଲା ଅମୃତଭଣ୍ଡା ଖାଇପାରିବେ।

2/6

ପନିପରିବା ରସ

ଗାଜର, ବିଟ୍ ଏହା ସହ ସବୁଜ ପରିବାର ଜୁସରୁ ଆପଣଙ୍କ ଦିନ ଆରମ୍ଭ କରିବା ବହୁତ ଭଲ। ଏଥିରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଚର୍ମ ଆଉ କେଶ ପାଇଁ ଉପକାରିତା। ଯଦି ଆପଣ ଅଁଳା ବା ଘିକୁଆଁରୀ ଜୁସ ବି ପିଇଉଛନ୍ତି ତାହା ମଧ୍ୟ ଆପଣଙ୍କ ଚର୍ମ ଆଉ କେଶ ପାଇଁ ଉତ୍ତମ ଅଟେ।

3/6

ବାଦାମ

ଯଦି ଆପଣ ଘରେ କୌଣସି ପ୍ରକାର ବ୍ୟାୟାମ କରୁଛନ୍ତି କିମ୍ବା ଜିମ୍ ଯାଉଛନ୍ତି ତେବେ ଆପଣ ସକାଳେ ଖାଲି ପେଟରେ ଭିଜା ବାଦାମ ବା ଅଖୋରୋଟ ଖାଇବା ବେଶ ଫଳପ୍ରଦ। ଡ୍ରାଏ ଫ୍ରୁଟ୍ସରେ ପ୍ରୋଟିନର ଉତ୍ତମ ଉତ୍ସ ଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସକାଳ ସମୟରେ ଫାଇବର ଆଉ ଓମେଗା-୩ ଫ୍ୟାଟି ଏସିଡରେ ଭରପୂର ଥିବା ବାଦାମ ଖାଇବା ଦ୍ବାରା ଶରୀରକୁ ଅଧିକ ଲାଭ ମିଳିଥାଏ।

4/6

ଅମୃତଭଣ୍ଡା

ପାଚିଲା ଅମୃତଭଣ୍ଡା ସହ ନିଜର ଦିନ ଆରମ୍ଭ କରିବା ଏକ ଉତ୍ତମ ଅଭ୍ୟାସ। ଏହା ଶରୀରର ଡିଟକ୍ସଫିକେସନ୍ ପାଇଁ ବେଶ ଲାଭଦାୟକ। ଶରୀରରେ ଶକ୍ତି ବୃଦ୍ଧିକାରୀ ଫାଇବର ମାତ୍ରା ତରଭୁଜରେ ଭରପୁର ରହିଥାଏ। ସକାଳେ ଖାଲି ପେଟରେ ପାଚିଲା ଅମୃତଭଣ୍ଡା ଖାଇବା ପରେ ୪୫ ମିନିଟ୍ ପର୍ଯ୍ୟନ୍ତ ଜଳଖିଆ ଖାଆନ୍ତୁ ନାହିଁ। ଏହା ଆପଣଙ୍କ ଖରାପ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ। ଆଉ ହୃଦଜନିତ ସମସ୍ତ ରୋଗର ଆଶଙ୍କାକୁ ହ୍ରାସ କରିଥାଏ। ଏହା ସହ କୋଷ୍ଠକାଠିନ୍ୟରୁ ଆରାମ ପ୍ରଦାନ କରିଥାଏ।

5/6

ପାନୀୟ

ହାଲୁକା ଉଷୁମ ପାଣି, ପଇଡ ପାଣି, ଜିରା ପାଣି କିମ୍ବା ଅନ୍ୟାନ୍ୟ ହଜମକାରୀ ଚା ସକାଳର ସର୍ବୋତ୍ତମ ପାନୀୟ ଭାବରେ ବିବେଚନା କରାଯାଏ। ଯେଉଁମାନେ ସକାଳେ କଫି ପିଅନ୍ତି, ସେହି ସ୍ଥାନରେ ଏ ସବୁ ଡ୍ରିଙ୍କ ଆପଣଙ୍କ ପାଇଁ ଲାଭଦାୟକ। ଏହା ବ୍ୟତୀତ ଆପଣ ମହୁ ମଧ୍ୟ ବ୍ୟବହାର କରିପାରିବେ। ମହୁରେ ବିଭିନ୍ମ ପ୍ରକାରର ମିନିରାଲ୍ସ,ଭିଟାମିନ ଏବଂ ପେଟ ପାଇଁ ଉପକାରିତା ଏନଜାଇମ୍ ରହିଥାଏ। ହାଲୁକା ଉଷୁମ ପାଣିରେ ମହୁ ମିଶାଇ ସେବନ କଲେ ଆପଣ ନିଜ ଶରୀରର ମେଟାବୋଲିଜିମକୁ ବୃଦ୍ଧି କରିବା ସହ ଶରୀରରୁ ବର୍ଜ୍ୟବସ୍ତୁକୁ ବାହାର କରିଥାଏ। ଅନେକ ଲୋକେ ନିଜର ଓଜନ ହ୍ରାସ କରିବା ପାଇଁ ମଧ୍ୟ ଏହି ଉପାୟକୁ ଆପଣାନ୍ତି।

6/6

ତରଭୁଜ

ସକାଳେ ଖାଲି ପେଟରେ ତରଭୁଜ ଖାଇବା ଶରୀରର ଇଲେକ୍ଟ୍ରୋଲାଇଟ ସନ୍ତୁଳନ ରଖିଥାଏ ଆଉ ଶରୀରକୁ ହାଇଡ୍ରେଟ ରଖିଥାଏ। ତରଭୁଜ ପ୍ରାୟ ୯୦ ପ୍ରତିଶତ ଜଳର ଅଭାବକୁ ପୂରଣ କରିଥାଏ। ଏହା ସହ ପ୍ରାକୃତିକ ସର୍କରା ଏବଂ କମ କ୍ୟାଲେରୀ କାରଣରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ। ଏଥିରେ ଭିଟାମିନ ସି, ଭିଟାମିନ ବି୬, ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ବ ଥାଏ ଯାହା ପ୍ରତିରୋଧକ ଶକ୍ତି ସହ ମନୋବଳକୁ ବଢାଇଥାଏ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link