Odisha Election 2024: ଆଜି ପୁଣି ଥରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱରରରେ ପହଞ୍ଚି ସିଧା ପାର୍ଟି ଅଫିସ୍ ଯିବେ। ସେଠାରେ ବରିଷ୍ଠ ନେତୃତ୍ୱଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି, ପ୍ରଚାର ଓ ପରିଚାଳନା ନେଇ ଆଲୋଚନା କରିବେ। ୨୦ ତାରିଖ ଅର୍ଥାତ ଆସନ୍ତା କାଲି ପୁରୀରେ ତାଙ୍କର ଏକ ରୋଡ୍‌ ସୋ’ କାର୍ଯ୍ୟକ୍ରମ ରହିଛି।



COMMERCIAL BREAK
SCROLL TO CONTINUE READING

ତେଣୁ ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ସେଏକ ରୋଡ୍‌ ସୋ’ରେ ସାମିଲ ହେବେ। ସକାଳ ସାଢ଼େ ୯ଟାରେ ଅନୁଗୁଳ(Anugul) ଓ ସାଢ଼େ ୧୧ଟାରେ କଟକ ଜିଲ୍ଲା ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ(Rajnath Singh) ଆଜି ୩ଟି ଜନସଭାକୁ ସମ୍ବୋଧିତ କରିବେ। ସକାଳ ୧୦ଟାରେ ସମ୍ବଲପୁର(Sambalpur) ରେଢ଼ାଖୋଲର ନାକଟିଦେଉଳ, ୧୧ଟା ୪୦ରେ କେନ୍ଦୁଝରର ପାଟଣା ଓ ଅପରାହ୍‌ଣ ସାଢ଼େ ଗୋଟାଏରେ ଖୋର୍ଦ୍ଧାଠାରେ ଜନସଭାକୁ ସମ୍ବୋଧିତ କରିବା ନେଇ ପ୍ରକାଶ କରିଛି ରାଜ୍ୟ ବିଜେପି। ଅପରାହ୍‌ଣ ୨ଟା ୫୫ରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ।



ସେପଟେ ଆସନ୍ତା ୨୧ ତାରିଖରେ ଅର୍ଥାତ ମଙ୍ଗଳବାର ଦିନ ପୁଣିଥରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା(Amit Shah)। ଗୋଟିଏ ଦିନରେ ଶ୍ରୀ ଶାହଙ୍କ ୪ଟି କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୨ଟାରେ ସମ୍ବଲପୁର(SambalpuR)ର ରେମେଡ଼ ଗାଁ ପଡ଼ିଆରେ ଜନସଭା, ଅପରାହ୍‌ଣ ସାଢ଼େ ୧ଟାରେ କେନ୍ଦୁଝର(Keonjhar) ମେଡିକାଲ ପଡ଼ିଆ ଓ ଅପରାହ୍‌ଣ ୨ଟା ୩୫ରେ ଢେଙ୍କାନାଳ ପର୍ଜଙ୍ଗ ବାଟ ଗାଁ ଓ ଅପରାହ୍‌ଣ ୩ଟା ୪୦ରେ ନୟାଗଡ଼(ଲାଠିପଡ଼ା ଟାଙ୍ଗୀ ପଡ଼ିଆ) ଜନସଭାକୁ ସମ୍ବୋଧିତ କରି‌ବାର କାର୍ଯ୍ୟକ୍ରମ ରହିଛି।


ସେପଟେ ପୂର୍ବଥର ରତ୍ନ ଭଣ୍ଡାର ଘଟଣାର ନିରପେକ୍ଷ ତଦନ୍ତ ନହେବା ଓ ଯାଞ୍ଚ ରିପୋର୍ଟ ସାର୍ବଜନୀନ ନହେବା ଚାବି ହଜିବା  ପଛରେ ବିଜେଡିର ସମ୍ପୃକ୍ତିକୁ ପ୍ରମାଣିତ କରୁଛି ।  ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ପ୍ରସଙ୍ଗର ଉପଯୁକ୍ତ ଯାଞ୍ଚ ହେବ ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।