Madhya Pradesh: ମଧ୍ୟ ପ୍ରଦେଶ ବିଧାନସଭାରେ ରାଜ୍ୟର ବିଧାୟକଙ୍କ ପକ୍ଷରୁ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି। ହେଲେ ସର୍ବସାଧାରଣରେ ବିଧାୟକଙ୍କ ହଙ୍ଗାମା ଏବେ ବାଧକ ପାଲଟିଛି। ଗତ ୨୦୧୯ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ ପ୍ରଶ୍ନ ପାଇଁ ଗୋଟିଏ ଉତ୍ତର ଗ୍ରହଣ କରାଯାଇଛି। ଏହି ପ୍ରଶ୍ନର ଉତ୍ତର ହେଉଛି ତଥ୍ୟ ସଂଗ୍ରହ ଚାଲିଛି। ଏହି କାରଣରୁ ଏବେ ପ୍ରଶ୍ନ ମଧ୍ୟ ଉଠୁଛି ଯେ, ମଧ୍ୟ ପ୍ରଦେଶ ବିଧାନସଭାରେ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ହେଉଥିବା ଆଲୋଚନାରୁ ଜନସାଧାରଣ କ’ଣ ଲାଭ ପାଇବେ?


COMMERCIAL BREAK
SCROLL TO CONTINUE READING

ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଚର୍ଚ୍ଚା ରହିଥିବା ବିଧାନସଭା ହଙ୍ଗାମାର ଶୀକାର ହୋଇଛି। ବିଧାନସଭାରେ ବିଧାୟକଙ୍କ ପକ୍ଷରୁ ପଚରା ଯାଉଥିବା ପ୍ରଶ୍ନର ଜବାବ ଦେବା ପାଇଁ ରାଜ୍ୟର ଅମଲାତନ୍ତ୍ରୀ ରାଜଧାନୀ ଭୋପାଳ ଠାରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି। ଗୋଟିଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ସର୍ବାଧିକ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଗୃହରେ ଉତ୍ତେଜନା କାରଣରୁ ବିଧାୟକଙ୍କ ପକ୍ଷରୁ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ସାର୍ବଜନୀନ କରାଯାଇ ପାରୁନାହିଁ। 


ମଧ୍ୟ ପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନରେ ପ୍ରାୟ ଶହ ଶହ ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରାଯାଇଥିଲା। ହେଲେ ଏହି ପ୍ରଶ୍ନର ଉତ୍ତର ଗୃହରେ ସାର୍ବଜନୀନ ହୋଇପାରିଲା ନାହିଁ। ଏହାର କାରଣରୁ ଗୃହରେ ବିଧାୟକଙ୍କ ପକ୍ଷରୁ କରାଯାଉଥିବା ହଙ୍ଗାମା। ଏବେ ମଧ୍ୟପ୍ରଦେଶ ବିଧାନସଭାରେ ବଜେଟ୍ ଅଧିବେଶନ ଚାଲିଛି। ହେଲେ ଅଧିବେଶନର ୨ ଦିନ କେବଳ ବିଧାୟକଙ୍କ ଦ୍ୱାରା ହୋଇଥିବା ହଙ୍ଗାମା ଏବଂ ଏହି ଉତ୍ତେଜନା କାରଣରୁ ହେତୁ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରସ୍ତୁତ ହେବା ସତ୍ତ୍ୱେ ଏହାର ଗୃହରେ ସାର୍ବଜନୀନ ହୋଇପାରିଲା ନାହିଁ। 


ଆପଣ ଜାଣନ୍ତି କି ଗୃହରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରିବାକୁ କେତେ ଟଙ୍କା ଖର୍ଚ୍ଚ ହୁଏ। ଯଦି ଆପଣ ଏହାର ଉତ୍ତର ଜାଣିନାହାଁନ୍ତି, ତାହେଲେ ଆମେ ଆପଣଙ୍କୁ ଜଣାଇଦେଉଛୁ। ବିଧାୟକଙ୍କ ଦ୍ୱାରା ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଜନସାଧାରଣଙ୍କ କର ଟିକସ ଟଙ୍କାରେ ପ୍ରସ୍ତୁତ ହୋଇଥାଏ। ବିଧାୟକଙ୍କ ପକ୍ଷରୁ ପଚରା ଯାଉଥିବା ଗୋଟିଏ ପ୍ରଶ୍ନର ମୂଲ୍ୟ ହାରାହାରି ଭାବେ ହଜାରେ ଟଙ୍କା। ଗୃହରେ ପଚରା ଯାଇଥିବା କିଛି ପ୍ରଶ୍ନର ଉତ୍ତର ସଂଗ୍ରହ କରିବାକୁ ଗାଁ ଗଣ୍ଡାରୁ ମଧ୍ୟ ଖବର ନିଆଯାଏ। ବିଧାନସଭା ପରିଚାଳନା ପ୍ରକ୍ରିୟାରେ ପ୍ରତି ଘଣ୍ଟାରେ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଏହି ମୂଲ୍ୟ ଅନୁଯାୟୀ ଯଦି ଗୃହ ୫ ଘଣ୍ଟା ଚାଲେ, ତାହେଲେ ମୋଟ ଖର୍ଚ୍ଚ ୧୨.୫୦ ଲକ୍ଷ ଟଙ୍କା ହେବ। 


ମଧ୍ୟ ପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନରେ ୩୫୦୦ କିମ୍ବା ଏହା ଠାରୁ ଅଧିକ ପ୍ରଶ୍ନ ପଚରାଯାଇଛି। ବିଧାୟକଙ୍କ ଦ୍ୱାର ପଚରା ଯାଇଥିବା କୌଣସି ପ୍ରଶ୍ନର ଉତ୍ତର ପ୍ରସ୍ତୁତିରେ ବିଧାୟକ ଏବଂ ତାଙ୍କ କର୍ମଚାରୀଙ୍କ ଦରମା, ବିଧାନସଭା କର୍ମଚାରୀ, ବିଭାଗୀୟ ଏବଂ ଜିଲ୍ଲା ସ୍ତରରେ ହୋଇଥିବା ଖର୍ଚ୍ଚ ଅନ୍ତର୍ଭୂକ୍ତ କରାଯାଇଛି। ଯେଉଁଥିରେ କର୍ମଚାରୀଙ୍କ ଦରମା, ମହଙ୍ଗା ଭତ୍ତା, ଡାକ ଘର ଫଟୋକପି କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ ଦ୍ୱାରା ରାଜଧାନୀ ଭୋପାଳ ଅଭିମୁଖେ ପଠାଯାଉଥିବା ଦସ୍ତାବିଜ ଲାଗି ହେଉଥିବା ଖର୍ଚ୍ଚ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। 


ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୨୦୧୯ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୫୦୦ ସମାନ ପ୍ରଶ୍ନର କେବଳ ଗୋଟିଏ ଉତ୍ତର ମିଳିଛି। ତାହା ହେଉଛି ତଥ୍ୟ ସଂଗ୍ରହ ଚାଲିଛି। ମନ୍ଦାସୌର ଗୁଳିମାଡ଼ ଘଟଣାରେ ପଚରା ଯାଇଥିବା ୧୦୦ ପ୍ରଶ୍ନରେ ଉତ୍ତରରେ କୁହାଯାଉଛି ଯେ, କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟରେ ଚାଲିଛି। ଉଦାହରଣ ସ୍ୱରୂପ ବିଧାନସଭାରେ ପଚରା ଯାଇଥିବା ୧୨୭୭ ନମ୍ବର ପ୍ରଶ୍ନର ଉତ୍ତର ଯୋଗାଡ଼ କରିବା ପାଇଁ ୧୦ ହଜାପ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ପ୍ରଶ୍ନ କଂଗ୍ରେସ ବିଧାୟକ ମହେଶ ପରମାର ପଚାରିଥିଲେ। ଯେଉଁଥିରେ ସେ ରାଜ୍ୟର ରାସ୍ତା ବିଷୟରେ ପଚାରିଥିଲେ। ଲୋକ ନିର୍ମାଣ ବିଭାଗ ଏହି ପ୍ରଶ୍ନର ଉତ୍ତର ୫୦୦ ପୃଷ୍ଠାରେ ପ୍ରସ୍ତୁତ କରିଛି।