2022 By Poll Result: ବାଜିମାରିଲେ ବିରୋଧି; ବିଜେପିକୁ ଲାଗିଲା ଝଟକା
ଚଳିତ ବର୍ଷ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୪ ରାଜ୍ୟରେ ବାଜିମାତ କରିବା ସହ ସେଠାରେ ସରକାର ଗଠନ କରିଛି।
ନୂଆଦିଲ୍ଲୀ: ଚଳିତ ବର୍ଷ ୪ ରାଜ୍ୟର ୪ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଜବରଦସ୍ତ ସଫଳତା ହାସଲ କରିଛନ୍ତି ବିରୋଧି। ଏହି ସମସ୍ତ ନିର୍ବାଚନମଣ୍ଡଲୀରେ କୌଣସି ବିଜେପି ପ୍ରାର୍ଥୀଙ୍କୁ ସଫଳତା ମିଳିନାହିଁ।
ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନକୁ ପ୍ରଥମ ଥର ଲାଗି ଟିଏମସି ଦଖଲକୁ ଯାଇଛି। ଏଠାରୁ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପଲ୍ ଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ଆଗୁଆ ଅଛନ୍ତି। ଗତ ୨୦୧୪, ୨୦୧୯ ଲୋକସଭା ନିର୍ବାଚନରେ ଏଟାରୁ ବିଜେପି ବାବୁଲ ସୁପ୍ରିୟୋ ବାଜିମାତ କରିଥିଲେ। ମାତ୍ର ସେ ବିଜେପି ଛାଡ଼ି ଟିଏମସି ହାତ ଧରିବା ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଏହି ଆସନ ବାମ ଦଳ କବଜାରେ ରହିଥିଲା।
ବିହାର ମୁଜ୍ଜାଫରନଦର ଜିଲ୍ଲାରେ ଅବସ୍ଥିତ ବୋଚହାଁ ସଂରକ୍ଷିତ ଆସନରୁ ବିରୋଧି ଆରଜେଡି଼ ପ୍ରାର୍ଥୀ ଅମର ପାସୱାନ ଶାସକ ଏନଡିଏ ମେଣ୍ଟ ପକ୍ଷରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ବେବି କୁମାରୀଙ୍କୁ ୩୬ ହାଜର ୬୫୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗତ ୨୦୨୦ ବିଧାନସଭା ନିର୍ବାଚନରେ ଏହି ଆସନରୁ ନିର୍ବାଚିତ ହୋଇଥିବା ବିକାଶଶୀଳ ଇନସାନ ପାର୍ଟି ବିଧାୟକ ମୁସାଫିର ପାସୱାନଙ୍କ ନିଧନ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉନିର୍ବାଚନରେ ମୁସାଫିର ପାସୱାନଙ୍କ ପୁଅ ଅମର ପାସୱାନ ଆରଜେଡି଼ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବାଜିମାତ କରିଛନ୍ତି।
ଛତିଶଗଡ଼ର ଖୈରାଗଡ଼ ଆସନରୁ କଂଗ୍ରେସ ପ୍ରାର୍ଥୀ ଯଶୋଦା ନିଳାମ୍ବର ବର୍ମା ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ କୋମଲ ଜାଂଘୀଲଙ୍କ ଠାରୁ ୨୦ ହଜାର ୧୭୬ ଖଣ୍ଡରେ ଭୋଟରେ ଆଗୁଆ ଅଛନ୍ତି।
ମହାରାଷ୍ଟ୍ରର ଉତ୍ତର କୋହ୍ଲାପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଜୟଶ୍ରୀ ଚନ୍ଦ୍ରକାନ୍ତ ଜାଧବ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସତ୍ୟଜିତ କାଦାମଙ୍କ ଠାରୁ ୧୮ ହଜାର ୮୪୭ ଖଣ୍ଡରେ ଭୋଟରେ ଆଗୁଆ ଅଛନ୍ତି।
Also Read: BJP: Assembly Election 2022 ସଫଳତା ପରେ କ'ଣ ରହିଛି ଆଗାମୀ ଯୋଜନା
ପଶ୍ଚିମବଙ୍ଗର ବାଲିଗଞ୍ଜ ଆସନରୁ ଟିଏମସି ପ୍ରାର୍ଥୀ ବାବୁଲ ସୁପ୍ରିୟୋ ପ୍ରତିଦ୍ୱନ୍ଦ୍ୱୀ ସିପିଏମ ପ୍ରାର୍ଥୀ ସୈରା ଶାହ ହଲିମଙ୍କୁ ୨୦ ହଜାର ୨୨୮ ଖଣ୍ଡ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜେପି ହାତ ଛାଡି ଟିଏମସି ହାତ ଧରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏଠାରୁ ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ।
ଚଳିତ ବର୍ଷ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୪ ରାଜ୍ୟରେ ବାଜିମାତ କରିବା ସହ ସେଠାରେ ସରକାର ଗଠନ କରିଛି।