ନୂଆଦିଲ୍ଲୀ: ଟିଭି ବିତର୍କ(TV Debate) ପରେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର(Congress spokesperson) ରାଜୀବ ତ୍ୟାଗୀ(Rajiv Tyagi)ଙ୍କ ହୃଦଘାତରେ ନିଧନ ହୋଇଥିଲା । ବର୍ତ୍ତମାନ ଏହି ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ରାଜସ୍ଥାନରେ ଯୁବ କଂଗ୍ରେସ(Youth Congress) ପକ୍ଷରୁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା(BJP Spokesperson) ସମ୍ୱିତ ପାତ୍ର(Sambit Patra)ଙ୍କ ଉପରେ ଅପମାନଜନକ, ଜାତିଭିତ୍ତିକ ଏବଂ ଧାର୍ମିକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରାଯାଇଛି । ଏଥିସହ ରାଜସ୍ଥାନ ପ୍ରଦେଶ ଯୁବ କଂଗ୍ରେସର ନେତାମାନେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

କୁହାଯାଉଛି ଯେ, ୩୩ଟି ଜିଲ୍ଲାର ୩୯ଟି ସ୍ଥାନରେ ବିଜେପି ମୁଖପାତ୍ର ପାତ୍ରଙ୍କ ବିରୋଧରେ ଏଫଆଇଆର(FIR) ଦାଖଲ କରାଯାଇଛି । ଏଫ୍ଆଇଆର୍ କୁହାଯାଇଛି ଯେ ଏକ ଟିଭି ବିତର୍କରେ ପାତ୍ର ରାଜୀବ ତ୍ୟାଗୀଙ୍କୁ ଇଙ୍ଗିତ କରି ଅପମାନଜନକ, ଜାତି ଏବଂ ଧାର୍ମିକ ମନ୍ତବ୍ୟ ଦେଇଛନ୍ତି । ଏହା ତ୍ୟାଗୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ସେହି ବିତର୍କର କିଛି ସମୟ ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।


ଅଧିକ ପଢ଼ନ୍ତୁ:-ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼


ଏହି ମାମଲା ରୁଜୁ ସଂପୃକ୍ତ ଜିଲ୍ଲା ଯୁବ କଂଗ୍ରେସର ଅଧ୍ୟକ୍ଷ ତଥା ବିଧାନସଭା ନିର୍ବାଚନମଣ୍ଡଳୀର ଅଧ୍ୟକ୍ଷଙ୍କ ଦ୍ୱାରା କରାଯାଇଛି । ଏହି ମାମଲା ରାଜସ୍ଥାନ ପ୍ରଦେଶ ଯୁବ କଂଗ୍ରେସ ଦ୍ୱାରା ଅଜାଣତରେ ହତ୍ୟା ବୋଲି ବିବେଚନା କରାଯାଇଛି ।


ଅଧିକ ପଢ଼ନ୍ତୁ:-'ସମ୍ୱିତ ପାତ୍ର ହେଉଛନ୍ତି ମୋ ସ୍ୱାମୀଙ୍କ ହତ୍ୟାକାରୀ'


ଏଠାରେ କହି ରଖୁଛୁ ଯେ ହୃଦଘାତରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କର ବୁଧବାର ନିଧନ ଘଟିଛି । ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଏକ ଟିଭି ଚ୍ୟାନେଲରେ ବିତର୍କରେ ଯୋଗ ଦେଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାବେଳେ ତାଙ୍କୁ ଗାଜିଆବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।


ଅଧିକ ପଢ଼ନ୍ତୁ:-ରାଜୀବ ତ୍ୟାଗୀଙ୍କ ନିଧନ ପରେ କାହିଁକି ଟାର୍ଗେଟକୁ ଆସିଲେ ସମ୍ୱିତ ପାତ୍ର ?


ରାଜୀବ ତ୍ୟାଗୀ ପାଇଁ କ’ଣ କହିଥିଲେ ପାତ୍ର ?


ଏକ ଘରୋଇ ଚ୍ୟାନେଲରେ ବେଙ୍ଗାଲୁରୁ ହିଂସାକୁ ନେଇ ଚାଲୁଥିବା ଡିବେଟ ବା ବିତର୍କରେ ତ୍ୟାଗୀ ସାମିଲ ହୋଇଥିଲେ । ଭାଇରାଲ ହୋଇଥିବା ଭିଡିଓରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହୁଛନ୍ତି ଯେ, "ଆମ ଘରର ଜୟଚାନ୍ଦ ଆମ ଘରକୁ ହିଁ ଲୁଟିଛନ୍ତି । ନାଁ ନେବାକୁ ଲଜ୍ଜା ଲାଗୁଛି । ସେମାନେ ଘର ଜାଳି ଦେଉଛନ୍ତି ଏବଂ ଆମେ ଏଠାରେ ଜୟଚାନ୍ଦଙ୍କ ନାଁ ମଧ୍ୟ ନେଇ ପାଇପାରୁ ନାହୁଁ । ଆରେ ଟିକା ଲଗାଇ କେହି ପ୍ରକୃତ ହିନ୍ଦୁ ହୋଇଯାଆନ୍ତି ନାହିଁ । ଯଦି ଟିକା ଲଗାଇବାକୁ ଅଛି ତେବେ ହୃଦୟରେ ଲଗାଅ । ଆଉ କୁହ କିଏ ଘରରେ ନିଆଁ ଲଗାଇଛି ।" 'ମୁଁ ଉତ୍ତର ଦେବାକୁ ଚାହୁଁଛି' ତ୍ୟାଗୀ ମଝିରେ କହୁଛନ୍ତି । ଅନ୍ୟ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଡାକ୍ତର କହୁଛନ୍ତି ଯେ ଟିଭି ବିତର୍କ ସମୟରେ ତ୍ୟାଗୀଙ୍କୁ ହୃଦଘାତ(Heart Attack) ଆସିଥିଲା ।