Odisha assembly session 2024: ରାଜ୍ୟର ୪୮ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚିନି ସ୍ୱଚ୍ଛ ପାନୀୟ ଜଳ
ନୂଆଦିଲ୍ଲୀ: ସ୍ୱଚ୍ଛ ପାନୀୟ ଜଳ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ହୋଇଥିବା ବେଳେ ଓଡ଼ିଶାରେ ଥିବା ଗ୍ରାମାଞ୍ଚଳ ଗୁଡ଼ିକରେ କିନ୍ତୁ ଲୋକମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ଥିବା ମାତ୍ର ୫୨ ପ୍ରତିଶତ ଲୋକଙ୍କ ପାଖରେ ସରକାର ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇ ପାରିଥିବା ବିଧାନସଭାରେ ସ୍ପଷ୍ଟ କରିଛନ୍ତି। ଅର୍ଥାତ ୪୮ ପ
Odisha assembly session 2024: ନୂଆଦିଲ୍ଲୀ: ସ୍ୱଚ୍ଛ ପାନୀୟ ଜଳ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ହୋଇଥିବା ବେଳେ ଓଡ଼ିଶାରେ ଥିବା ଗ୍ରାମାଞ୍ଚଳ ଗୁଡ଼ିକରେ କିନ୍ତୁ ଲୋକମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ଥିବା ମାତ୍ର ୫୨ ପ୍ରତିଶତ ଲୋକଙ୍କ ପାଖରେ ସରକାର ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇ ପାରିଥିବା ବିଧାନସଭାରେ ସ୍ପଷ୍ଟ କରିଛନ୍ତି। ଅର୍ଥାତ ୪୮ ପ୍ରତିଶତ ଗ୍ରାମାଞ୍ଚଳର ଜନସଂଖ୍ୟା ଏପର୍ଯ୍ୟନ୍ତ ସ୍ୱଚ୍ଛ ପାନୀୟ ଜଳ ପାଇପାରିନାହାନ୍ତି। ସେମାନଙ୍କୁ ପିଇବା ପାଣି ବୁନ୍ଦାଏ ସଂଗ୍ରହ କରିବାକୁ ଅନେକ ସଂଗ୍ରାମ କରିବାକୁ ପଡ଼ୁଛି।
ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀ ଏନେଇ ଗୃହରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ପ୍ରଶ୍ନରେ ସେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକଙ୍କୁ ରାଜ୍ୟର ଗ୍ରାମାଞ୍ଚଳରେ ପିଇବା ପାଣି ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାୟ ୮୮ ଲକ୍ଷ ୬୮ ହଜାର ପରିବାର ବାସ କରନ୍ତି। ଏମାନଙ୍କର ମୋଟ ଜନସଂଖ୍ୟା ୩ କୋଟି ୮୩ ଲକ୍ଷ ୯୬ ହଜାର। ଏଥି ମଧ୍ୟରୁ ଏବେ ସୁଦ୍ଧା ପ୍ରାୟ ୪୬ ଲକ୍ଷ ୧୫ ହଜାର ପରିବାର ତଥା ୨ କୋଟି ୬୩ ହଜାର ଲୋକଙ୍କୁ ଏବେ ପିଇବା ପାଣି ବ୍ୟବସ୍ଥା କରାଯାଇଛି। ପାଇପ ଯୋଗେ ସେମାନେ ପିଇବା ପାଣି ପାଇ ପାରୁଛନ୍ତି। ଏହା ଦ୍ୱାରା ୮୪ ଲକ୍ଷ ୪୬ ହଜାର ପରିବାରଙ୍କୁ ପରିମଳ ବ୍ୟବସ୍ଥା ଯୋଗାଇ ଦିଆଯାଇଛି।
ରାଜ୍ୟର ସମସ୍ତ ପରିବାରକୁ ପିଇବା ପାଣି ବ୍ୟବସ୍ଥା କରିବା ଲାଗି ସରକାର କାର୍ଯ୍ୟ କରୁଛନ୍ତି। ନିର୍ମାଣଧିନ ଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକୁ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ କରିବା ଲାଗି ପଦକ୍ଷେପ ନିଆଯାଉଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏବେ ୧୯୧ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧିନ ରହିଛି। ଏଗୁଡ଼ିକୁ ୩ଟି ପର୍ଯ୍ୟାୟରେ ଶେଷ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫୬ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ମାର୍ଚ୍ଚ ୨୦୨୫ ଶେଷ କରିବାକୁ ସରକାର ପଦକ୍ଷେପ ନେଇଚନ୍ତି। ଏହିପରି ଡିସେମ୍ବର ୨୦୨୫୬ ସୁଦ୍ଧା ଅନ୍ୟ ୧୪ଟି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୨ ଶେଷ ଏବଂ ୨୦୨୩ ଆରମ୍ଭରୁ ଶୁଭ ଦିଆଯାଇଥିବା ୨୧ଟି ଜଳଯୋଗାଣ ପ୍ରକଳ୍ପକୁ ଜୁନ ୨୦୨୬ ସୁଦ୍ଧା ଶେଷ କରିବାକୁ ସରକାର ପଦକ୍ଷେପ ନେଇଥିବା ଶ୍ରୀ ନାୟକ କହିଛନ୍ତି।