Politics of Maharashtra: ନିକଟ ଅତୀତରେ ଘଟିଥିବା ମହାରାଷ୍ଟ୍ର ରାଜନୀତି (Maharashtra Politics) କାହାକୁ ଅଛପା ନାହିଁ। ସରକାର ପରିବର୍ତ୍ତନ ହେବା ପରେ ଗୋଟିଏ ପରେ ଗୋଟିଏ ବୟାନବାଜି ଜାରି ରହିଛି। ଶିବସେନା (ଉଦ୍ଧବ ଦଳ) ନେତା ଆଦିତ୍ୟ ଠାକରେ (Aaditya Thackeray) ମହାରାଷ୍ଟ୍ରର ମୁଖ୍ୟ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ (Eknath Shinde)ଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ସିନ୍ଦେ ଇସ୍ତଫା (Resign) ଦେବା ସହ ନିର୍ବାଚନକୁ ସାମ୍ନା କରନ୍ତୁ। ୱର୍ଲିର ବିଧାୟକ ଠାକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୂଚାଇ ଦେଇଛନ୍ତି ଯେ, ବ୍ରିହନମୁମ୍ବାଇ ମହାନଗର ପାଳିକା (BMC)ର ଆଗାମୀ ନିର୍ବାଚନରେ ​​ଆବାସ, ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ସଡ଼କ ଏବଂ ସାଧାରଣ ପରିବହନ ଉପରେ ଶିବସେନା ଗୁରୁତ୍ୱ ଦେବ।


COMMERCIAL BREAK
SCROLL TO CONTINUE READING


ରାଜ୍ୟର ପୂର୍ବତନ ମନ୍ତ୍ରୀ ଶନିବାର ରାତିରେ ପ୍ରଶ୍ନ କରିଥିଲେ, "ଯେତେବେଳେ ଆମେ ତୁମକୁ ସବୁକିଛି ଦେଲା ପରେ ତୁମେ ଆମକୁ ପଛରୁ ଛୁରୀ କାହିଁକି ମାରିଲ ଏବଂ ନିଜ ପଦରି ଇସ୍ତଫା ଦେଇ ନିର୍ବାଚନର ସମ୍ମୁଖୀନ କାହିଁକି କଲନାହିଁ, ଯେପରି ଗଣତନ୍ତ୍ରରେ ହୋଇଥାଏ।" ମହା ବିକାଶ ଅଘାଡି (MVA) ସରକାର ଥିବା ବେଳେ ଆଦିତ୍ୟଙ୍କ ପିତା ଉଦ୍ଧବଙ୍କ ପାଖକୁ କାହାକୁ ଯିବାକୁ ଦିଆଯାଉନଥିବା ପ୍ରଶ୍ନକୁ ଆଦିତ୍ୟ ଅଶ୍ବୀକାର କରିଥିଲେ।


ଉଦ୍ଧବ ଠାକରେ ଏମଭିଏ ସରକାରରେ ମୁଖ୍ୟମନ୍ତ୍ରୀ ଥିଲେ। ସେ କହିଥିଲେ, 'ମୁଁ ସବୁବେଳେ ଉପଲବ୍ଧ ରହୁଥିଲି। ମୋତେ ଏପରି ବିଭାଗ (ପରିବେଶ ଓ ପର୍ଯ୍ୟଟନ) ଦିଆଯାଇଥିଲା ଯାହାକୁ କେହି ପସନ୍ଦ କରିନଥାନ୍ତେ। କିନ୍ତୁ, ଯେତେବେଳେ ଆପଣଙ୍କର ମହତ୍ତବକାଂକ୍ଷା ଏବଂ ଚାପ ପଡେ, ସେତେବେଳେ ଆପଣ ରାସ୍ତା ଅଲଗା କରିନିଅନ୍ତି।



ଆଦିତ୍ୟ କହିଛନ୍ତି, ସେମାନେ (ବିଦ୍ରୋହୀମାନେ) ଆମର ସହଯୋଗୀ (ଏନସିପି ଏବଂ କଂଗ୍ରେସ)କୁ ସେମାନଙ୍କର ରାଜନୈକ ଭବିଷ୍ୟତ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ସେମାନେ ହିନ୍ଦୁତ୍ୱ ବିଷୟରେ କହିଥିଲେ। ଆସନ୍ତାକାଲି ସେମାନେ ମତେ ପ୍ରତ୍ୟକ ଦିନ ନୀଳ ରଙ୍ଗର ସାର୍ଟ ପିନ୍ଧିଥିବାରୁ ଦୋଷ ଦେଇପାରନ୍ତି। ସେ ସିନ୍ଦେ ଗୋଷ୍ଠୀ ଓ ସିନ୍ଦେ-ଦେବେନ୍ଦ୍ର ଫଡନାବିଶ ସରକାରରେ ଥିବା ବିଜେପି ତୁରନ୍ତ ନିର୍ବାଚନର ସମ୍ମୁଖୀନ ହେବାକୁ ଚ୍ୟାଲେଞ୍ଜ କରିଛନ୍ତି। 


ଆଦିତ୍ୟ କହିଛନ୍ତି, ''ଆସନ୍ତୁ ବର୍ତ୍ତମାନ ବିଏମସି ନିର୍ବାଚନକୁ ସାମ୍ନା କରିବା, କୌଣସି ଅସୁବିଧା ନାହିଁ। ଇସ୍ତଫା ଦିଅନ୍ତୁ ଏବଂ ନିର୍ବାଚନକୁ ସାମ୍ନା କରନ୍ତୁ। ଆମେ ଲୋକମାନଙ୍କର ଆଦେଶ ଗ୍ରହଣ କରିବୁ। କୋରୋନା ମହାମାରୀ ସମୟରେ ଆମେ ସହର ପାଇଁ କ’ଣ କରିଛୁ ତାହା ମୁମ୍ବାଇବାସୀ ଜାଣନ୍ତି।''


ଆଗାମୀ ବ୍ରିହନମୁମ୍ବାଇ ମହାନଗର ନିଗମ (ବିଏମସି) ନିର୍ବାଚନ ପାଇଁ ବିଜେପି, ଶିବସେନା ବିରୋଧରେ ଆକ୍ରାମକ ଅଭିଯାନ ଆରମ୍ଭ କରିଛି। ଶିବସେନା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନଗର ନିଗମରେ ଶାସନ କରିଆସୁଛି। ତତ୍କାଳୀନ ଉଦ୍ଧବ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଗୁଡ଼ିକର ତାଲିକାଭୁକ୍ତ କରି ଆଦିତ୍ୟ ଠାକରେ କହିଛନ୍ତି, “ମୁମ୍ବାଇର ହିନ୍ଦମାତା ଅଞ୍ଚଳ ଓ ଗାନ୍ଧୀ ବଜାର ଅଞ୍ଚଳରେ ଆମର ବର୍ଷା ପାଣି ସଞ୍ଚୟ କାର୍ଯ୍ୟ ପାଇଁ ବନ୍ୟା ଆସିନାହିଁ। ଏହା ବିଏମସି ପାଇଁ ଗର୍ବର ମୁହୂର୍ତ୍ତ ଅଟେ।