Attack on Kabul Hotel: ସୋମବାର ହୋଇଥିବା ବିସ୍ଫୋରଣରେ ଥରି ଉଠିଛି ଆଫଗାନିସ୍ତାନ ରାଜଧାନୀ କାବୁଲ। ବିସ୍ଫୋରଣ ହୋଇଥିବା ସ୍ଥାନରେ ଗୁଳିମାଡ଼ ହୋଇଥିବା ନେଇ ଖବର ମଧ୍ୟ ମିଳିଛି। ଏହି ବିସ୍ଫୋରଣ ଏକ ଗେଷ୍ଟ ହାଉସ ନିକଟରେ ହୋଇଥିଲା। ଯାହା ଆଫଗାନିସ୍ତାନକୁ ଆସୁଥିବା ଚୀନ ବ୍ୟବସାୟୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ରହିଥିଲା ବୋଲି ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ମିଳିଥିବା ଖବର ଅନୁସାରେ ବିସ୍ଫୋରଣ ପରେ ହୋଟେଲ ପରିସରରେ ପ୍ରବେଶ କରି ଆକ୍ରମଣକାରୀ ଗୁଳିମାଡ଼ କରିଥିଲା। ସୂତ୍ରରୁ ମିଳିଥିବା ଖବର ଅନୁସାରେ କାବୁଲ ହୋଟେଲ ଉପରେ ସ୍ଥାନୀୟ ଆତଙ୍କବାଦୀ ଆକ୍ରମଣ କରିଥିବା ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ (Afghanistan Capital Kabul) ଯେଉଁ ହୋଟେଲ ଉପରେ ଆକ୍ରମଣ (Kabul Hotel Attack) କରାଯାଇଛି ତାହା ବହୁତଳ ମହଲା ବିଶିଷ୍ଟ ଏକ କୋଠା। ଏନେଇ ମିଳିଥିବା ଖବର ଅନୁସାରେ ବିସ୍ଫୋରଣ ପରେ ଅଜ୍ଞାତ ସଂଖ୍ୟକ ଆକ୍ରମଣକାରୀ ହୋଟେଲ ପରିସରରେ ପ୍ରବେଶ କରିଥିଲେ। ବିସ୍ଫୋରଣ ପରେ ଏଠାରେ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ଘଟିବା ପରେ ତାଲିବାନ ସରକାରଙ୍କ ସ୍ୱତନ୍ତ୍ର ଦଳ (Taliban Govt Special Team) ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗୁଳି ବିନିମୟ ଜାରି ରହିଥିବା କୁହାଯାଉଛି।


ଏହି ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଘଟଣାସ୍ଥଳରେ ଅତ୍ୟନ୍ତ ଜୋରରେ ବିସ୍ଫୋରଣ ହୋଇଥିଲା ଏବଂ ଏହା ପରେ ଗୁଳି ବିନିମୟ ଆରମ୍ଭ ହୋଇ ଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିସ୍ଫୋରଣ ସମ୍ପର୍କରେ କୌଣସି ସରକାରୀ  ବିବୃତ୍ତି ଜାରି ହୋଇନାହିଁ। ଏହି ବିସ୍ଫୋରଣ କାବୁଲ ସହରର (Kabul City) ଏକ ପ୍ରମୁଖ ବାଣିଜ୍ୟିକ କ୍ଷେତ୍ର ଶହର-ଏ-ନଉ (Shahr-e-Naw) ଠାରେ ଘଟିଛି। ଏହି ଘଟଣା ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି। ଅନ୍ୟପଟେ କାବୁଲ ହୋଟେଲ ଉପରେ ହୋଇଥିବା ଆକ୍ରମଣ (Attack on Kabul Hotel) ପଛରେ କେଉଁ କାରଣ ରହିଛି ତାହା ଜଣାପଡ଼ିନାହିଁ।


ଯଦି ଦେଖାଯାଏ ଆଫଗାନିସ୍ତାନ (Afghanistan) ତାଲିବାନ (Taliban) ଦଖଲକୁ ଚାଲିଯିବା ପରେ ବହୁତ ବଡ଼ ସଂଖ୍ୟାରେ ଚୀନୀ ବ୍ୟବସାୟୀ (Chinese Businessman) ଆଫଗାନ ମୁହାଁ ହୋଇଛନ୍ତି। ଆଫଗାନିସ୍ତାନ ସହ ୭୬ କିଲୋମିଟର ସୀମା ବାଣ୍ଟୁଥିବା ଚୀନ୍ (China Afghanistan Border) ତାଲିବାନ ସରକାରକୁ (Taliban Govt) ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିନାହିଁ। ହେଲେ ଏହା ସତ୍ତ୍ୱେ ଚୀନ୍ ସେହି ହାତଗଣତି ଦେଶ ମଧ୍ୟରୁ ଅନ୍ୟତମ ଯିଏ ଆଫଗାନିସ୍ତାନ ସହ କୂଟନୈତିକ ସମ୍ପର୍କ ବଜାୟ ରଖି ଛି। ବେଜିଂ, କାବୁଲ ଠାରେ ଏକ ଦୂତାବାସ ସ୍ଥାପନ କରିଛି।


ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ହେବା ପରେ ସ୍ଥିତି ବଦଳିବାରେ ଲାଗିଛି। ଦେଶର ଶାସନ ଗାଦିରେ ବସିଥିବା ତାଲିବାନ କ୍ରମାଗତ ଭାବେ ଦାବି କରିଆସୁଛି ଯେ ଜାତୀୟ ସୁରକ୍ଷାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି। ହେଲେ ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ଅଥବା ଗୁଳି ବିନିମୟ ବନ୍ଦ ହେଉନାହିଁ। ନିକଟରେ ଡୁରାଣ୍ଡ ସୀମାରେଖାକୁ ନେଇ ଉଭୟ ତାଲିବାନ-ପାକିସ୍ତାନ ମଧ୍ୟରେ ବିବାଦ ଜାରି ରହିଛି। ଡୁରାଣ୍ଡ ଲାଇନ ପାକିସ୍ତାନ-ଆଫଗାନିସ୍ତାନ ସୀମାକୁ ପରସ୍ପର ଠାରୁ ପୃଥକ କରିଥାଏ।