ଭୁବନେଶ୍ଵର: ଗତକାଲି (୨୫ ମଇ ୨୦୨୪) ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ରାଜ୍ୟରେ ବିଜେଡି ସରକାର ହେଉଥିବା ବେଳେ ଓଡ଼ିଶା ବିଜେପି ବଡ଼ ଧରଣର ପରାଜୟ ଆଡ଼କୁ ଗତି କରୁଥିବା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ, ନିର୍ବାଚନର ତୃତୀୟ ପର୍ଯ୍ୟାୟ ଶେଷରେ ଆମେ ଆପଣମାନଙ୍କ ଆଗରେ ବିନମ୍ରତାର ସହ କହିବାକୁ ଚାହୁଁଛୁ ଯେ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଓଡ଼ିଶାରେ ପୁଣି ବିଜେଡି ସରକାର ଗଠନ କରିବାକୁ ଯାଉଛି। ସମ୍ବଲପୁର, ପୁରୀ, ଭୁବନେଶ୍ଵର, କଟକ, କେନ୍ଦୁଝର ଓ ଢେଙ୍କାନାଳ ଆଦି ୬ଟି ଲୋକସଭା ନିର୍ବାଚନୀ ମଣ୍ଡଳର ଭୋଟରଙ୍କୁ ବିଜେଡି ଧନ୍ୟବାଦ ଜଣାଉଛି। ଏଥିସହ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସେମାନଙ୍କ ସମର୍ଥନ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଆସନ୍ତା ଜୁନ ୧ତାରିଖରେ ବାକି ୬ଟି ଲୋକସଭା ଆସନରୁ ନିର୍ବାଚନ ହେବାକୁ ଯାଉଛି। ଏଥିରେ ମୟୂରଭଞ୍ଜ ଲୋକସଭା ଆସନରୁ ୭ଟି ନିର୍ବାଚନ ମଣ୍ଡଳୀର ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା ଓ ମୋରଡ଼ା ନିର୍ବାଚନ ମଣ୍ଡଳୀ ରହିଛି। ସେହିପରି ବାଲେଶ୍ଵର ଲୋକସଭା ଆସନରୁ ବଡ଼ସାହି, ଜନେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ଵର ସଦର, ରେମୁଣା, ନୀଳଗିରି ରହିଛି। ଭଦ୍ରକ ଲୋକସଭାରେ ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ଧାମନଗର, ବାସୁଦେବପୁର, ଚାନ୍ଦବାଲି ରହିଛି। କେନ୍ଦ୍ରାପଡ଼ା ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ରହିଛି। ଜଗସିଂହପୁର ଲୋକସଭା ଆସନରେ ନିଆଳି, ପାରାଦ୍ଵୀପ, ତିର୍ତ୍ତୋଲ, ବାଲିକୁଦା - ଏରସମା, ଜଗସିଂହପୁର, କାକଟପୁର, ନିମାପଡ଼ା ରହିଛି। ସେହିପରି ଯାଜପୁର ଲୋକସଭା ଆସନରୁ ବିଂଝାରପୁର, ବଡ଼ଚଣା, ବରି, ସୁକିନ୍ଦା, କୋରେଇ, ଧର୍ମଶାଳା ଓ ଯାଜପୁର ରହିଛି।