Population Control: ଜନସଂଖ୍ୟା ନିୟନ୍ତ୍ରଣ ଆଇନ କାର୍ଯ୍ୟକାରୀ କରିବାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରଖିଥିବା ବୟାନକୁ ନେଇ ତାତି ଉଠିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ମୁସଲମାନ ଭାରତର ମୂଳ ବାସିନ୍ଦା ନା ନୁହଁନ୍ତି। ଯଦି ଆମେ ବାସ୍ତବତା ଦେଖିବା ତାହେଲେ ଦେଶର ମୂଳ ବାସିନ୍ଦା ହେଉଛନ୍ତି କେବଳ ଆଦିବାସୀ ଏବଂ ଦ୍ରାବିଡ଼।  


COMMERCIAL BREAK
SCROLL TO CONTINUE READING

ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ର କହୁଛନ୍ତି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ କୌଣସି ଆଇନର ଆବଶ୍ୟକତା ନାହିଁ। ଅଧିକାଂଶ ଗର୍ଭନିରୋଧକ ମୁସଲମାନ ବ୍ୟବହାର କରୁଛନ୍ତି। ୨୦୧୬ ବର୍ଷରେ ମୋଟ ପ୍ରଜନନ ହାର ୨.୬ ରହିଥିଲା ଯାହା ବର୍ତ୍ତମାନ ୨.୩ ରହିଛି।  ଦେଶର ଜନସଂଖ୍ୟାର ଲାଭାଂଶ ଅନ୍ୟ ଦେଶ ମଧ୍ୟରେ ସର୍ବୋତ୍ତମ। ଉତ୍ତର ପ୍ରଦେଶରେ ବିନା କୌଣସି ନିୟମରେ ଆସନ୍ତା ୨୦୨୬-୨୦୩୦ ପର୍ଯ୍ୟନ୍ତ ଇଚ୍ଛାକୃତ ପ୍ରଜନନ ହାର ହାସଲ କରିନେବ। 


ଜୁଲାଇ ୧୧ ବିଶ୍ୱ ଜନସଂଖ୍ୟା ଦିବସରରେ ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗକୁ ବଢାଇବା ଆବଶ୍ୟକ। ହେଲେ ଜନସଂଖ୍ୟା ଅସନ୍ତୁଳନ ପରିସ୍ଥିତି ନ ଉପୁଜିବା ଆବଶ୍ୟକ। ଏହା ନହେବା ଆବଶ୍ୟକ ଯେ ଦେଶର ମୂଳ ନିବାସୀଙ୍କ ସଂଖ୍ୟା ହ୍ରାସ ପାଇଯାଇ କୌଣସି ଏକ ନିର୍ଦ୍ଧିଷ୍ଟ ବର୍ଗର ଜନସଂଖ୍ୟା ବଢିଯାଉ। ଯଦି ଏପରି ହୁଏ ତାହେଲେ ବିଶୃଙ୍ଖଳା ବିସ୍ତାର ହେବାର ଆଶଙ୍କା ରହିଛି। ଏହା ଘଟିବା ଉଚିତ ନୁହେଁ ଯେ ଗୋଟିଏ କୌଣସି ପକ୍ଷରେ ବର୍ଗର ଜନସଂଖ୍ୟା ବଢିଯାଇ ମୂଳ ବାସିନ୍ଦାଙ୍କ ସଂଖ୍ୟା କମ ହୋଇଯାଉ। ଜନସଂଖ୍ୟା ଅସନ୍ତୁଳନ ପ୍ରତ୍ୟେକ ଦେଶ ପାଇଁ ଚିନ୍ତାର ବିଷୟ। ଯେଉଁଠାରେ ଧାର୍ମିକ ଜନସଂଖ୍ୟା ପ୍ରଭାବିତ ହୁଏ ସେଠାରେ ଗୋଟିଏ ସମୟ ପରେ ସେଠାରେ ଅରାଜକତା ସହ ଅବ୍ୟବସ୍ଥା ସୃଷ୍ଟି ହୋଇଥାଏ।


ରାଜଧାନୀ ଲକ୍ଷ୍ନୌ ଠାରେ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେତେବେଳେ ଆମେ ପରିବାର ନିୟୋଜନ କଥା କହିବା ସେତେବେଳେ ଆମକୁ ମନେ ରଖିବାକୁ ହେବ ଯେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗକୁ ବଢିବା ଆବଶ୍ୟକ। ହେଲେ ଜନସଂଖ୍ୟା ଅସନ୍ତୁଳନ ପରିସ୍ଥିତି ଯେପରି ନ ଉପୁଜେ। ଆମେ ସମସ୍ତେ ଜାଣୁ ଯେ ବିଗତ ବର୍ଷ ଧରି ଜନସଂଖ୍ୟା ନିୟନ୍ତ୍ରଣ ନେଇ ସାରା ଦେଶରେ ଜନସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏକ ନିର୍ଦ୍ଦିଷ୍ଟ ପରିମାଣରେ ଜନସଂଖ୍ୟା ହେଉଛି ସମାଜର ସଫଳତା। ହେଲେ ଏହି ସଫଳତା ସେତେବେଳେ ହାସଲ ହେବ ଯେତେବେଳେ ସମାଜ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାର ସ୍ଥିତି ହାସଲ କରିପାରିବ।


ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯଦି ଆମ ପାଖରେ ଦକ୍ଷ ଶ୍ରମଶକ୍ତି ରହିଛି ତାହେଲେ ଏହା ସମାଜ ପାଇଁ ଏକ ସଫଳତା। ହେଲେ ଯେଉଁଠାରେ ରୋଗ, ବିଶୃଙ୍ଖଳା, ପର୍ଯ୍ୟାପ୍ତ ସମ୍ବଳ ଅଭାବ ରହିଛି ସେଠାରେ ଜନସଂଖ୍ୟା ବିସ୍ଫୋରଣ ଏକ ଆହ୍ୱାନ ଭାବେ ଦଣ୍ଡାୟମାନ ହୋଇଥାଏ। ଜନସଂଖ୍ୟା ଦୃଷ୍ଟିରୁ ଉତ୍ତରପ୍ରଦେଶ ଦେଶର ବୃହତ୍ତମ ରାଜ୍ୟ। ରାଜ୍ୟ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ଗ୍ରାମ ମୁଖ୍ୟ, କ୍ଷେତ୍ର ପଞ୍ଚାୟତ ସମିତି ସଦସ୍ୟ ଏବଂ ସ୍ୱାସ୍ଥ୍ୟ ବିଭାଗ ସହିତ ଅନ୍ୟ ପ୍ରତିନିଧି ଏବଂ ଶିକ୍ଷକ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଏକ ଉନ୍ନତ ମାର୍ଗରେ ଆଗକୁ ବଢାଇ ପାରିବେ। ହେଲେଏହି ଦିଗରେ ସାମୂହିକ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।


Also Read: CM Yogi on Population Control: କେବଳ ଗୋଟିଏ ବର୍ଗର ଜନସଂଖ୍ୟା ବୃଦ୍ଧି ହେତୁ ବ୍ୟାପିବ ଅରାଜକତା