ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଯାଇଛି ସମସ୍ତ ୭ ପର୍ଯ୍ୟାୟ ଲାଗି ଭୋଟ ଗ୍ରହଣ। ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରକାଶ ପାଇବାକୁ ଯାଉଛି ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ ତାହାର Exit Poll ବିଭିନ୍ନ ଗଣମାଧ୍ୟମ ଏବଂ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇସାରିଛି।


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତ ଦଳର ଚିନ୍ତା ବଢାଇଦେଇଛି। ସମସ୍ତ ଦଳ ନିର୍ବାଚନରେ ସମାନଙ୍କ ​​ବିଜୟ ଦାବି କରୁଛନ୍ତି। ଏହା ମଧ୍ୟରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ଏହି ନିର୍ବାଚନରେ ​​ତାଙ୍କ ଦଳ ବିଜୟୀ ହେବାକୁ ଯାଉଛି ବୋଲି ଦାବି କରିଛନ୍ତି। ଯଦି ରାଜ୍ୟରେ ସମାଜବାଦୀ ସରକାର ଗଠନ ହୁଏ ତାହେଲେ ଲୋକଙ୍କ ଅଧିକାର, ସୁଯୋଗ ଏବଂ ସମ୍ମାନ ରକ୍ଷା କରିବା ପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ସେ। 


Also Read: 'ଏଥର ବିଜେପିକୁ ସାତ ସାଗର ପାରି କରାଇଦେବେ ଲୋକେ'


ସମାଜବାଦୀ ପାର୍ଟି ମୁଖ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବୟାନରେ ଅଖିଳେଶ ଯାଦବ କହିଛନ୍ତି ରାଜ୍ୟର କୃଷକ, ଯୁବକ, ବ୍ୟବସାୟୀ ଏବଂ ମହିଳା ଆଗକୁ ଆସି ଗଣତନ୍ତ୍ରକୁ ବଞ୍ଚାନ୍ତୁ। ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନକୁ ବଞ୍ଚାଇବା ପାଇଁ ଲୋକେ ପ୍ରୟାସ କରନ୍ତୁ। 


ବିଧାନସଭା ନିର୍ବାଚନ ଲାଗି ପ୍ରଥମ ୬ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସିରିବା ପରେ ଜନତା ସମାଜବାଦୀ ମେଣ୍ଟର ବିଜୟ ଉପରେ ମୋହର ମାରି ସାରିଥିଲେ। ଆରମ୍ଭରୁ ଜନସାଧାରଣ ସମାଜବାଦୀ ପାର୍ଟିକୁ ଏକ ଦୃଢ ଏବଂ ନିର୍ଭରଯୋଗ୍ୟ ବିକଳ୍ପ ଭାବେ ବିବେଚନା କରିଥିଲେ।


Also Read: 'ମୁଖ୍ୟମନ୍ତ୍ରୀ ଯୋଗୀ ହେଉଛନ୍ତି ଚିଲମଧାରୀ ଏବଂ ଦଙ୍ଗାଇନାଥ'


ବିଜେପି ସରକାର ବିରୋଧରେ ଅଭିଯୋଗ ଆଣି ସେ କହିଛନ୍ତି ଯେ, ଯେପରି ଭାବେ ସମାଜର ସମସ୍ତ ବର୍ଗ ହଇରାଣ ହୋଇଛନ୍ତି ଏହାକୁ ଭୁଲି ହେବ ନାହିଁ। ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଯେଉଁଥିପାଇଁ ବିଜେପି ପ୍ରତି ଲୋକଙ୍କ ମନରେ ଗଭୀର ଅସନ୍ତୋଷ ରହିଛି। ବିଗତ ୫ ବର୍ଷ ଧରି ଲୋକଙ୍କ ସହିତ ଅନ୍ୟାୟ ଏବଂ ଅପମାନ ଘଟଣା ବିରୋଧରେ ସମାଜବାଦୀ ପାର୍ଟି ଦୃଢ ଭାବେ ଛିଡା଼ ହୋଇଛି। ବିନା ବିଳମ୍ବରେ ସମାଜବାଦୀ ସରକାର ଗଠନ ହେଲେ ସମାଜବାଦୀ ପାର୍ଟି ଏହାର ନିର୍ବାଚନୀ ଇସ୍ତହାର (Samajwadi Election Manifesto) ମାଧ୍ୟମରେ ଅନେକ କଲ୍ୟାଣକାରୀ ନୀତି କାର୍ଯ୍ୟକାରୀ କରିବାର ଆଶ୍ୱାସନା ଦେଇଛି।