Amravati MP Navneet Rana: ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାର ପରିସରରେ ରହିଥାନ୍ତି ମହାରାଷ୍ଟ୍ର ଅମରାବତୀ ଲୋକସଭା ଆସନର ସାଂସଦ ନବନୀତ ରାଣା। ବର୍ତ୍ତମାନ ଏକ ଲଭ ଜୀହାଦ୍ ମାମଲାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସେ।  ଏହି ମାମଲାରେ ଅମରାବତୀ ସାଂସଦ ରାଜପେଟ ଥାନାରେ ପହଞ୍ଚିଥିଲେ। ଥାନାରେ ପହଞ୍ଚିବା ପରେ ସେ ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ସମୟରେ ପୋଲିସ ତାଙ୍କ କଲ୍ ରେକର୍ଡ କରୁଥିବା ନେଇ ଅଭିଯୋଗ କରିଥିଲେ। ସାଂସଦ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କ କଲ୍ ରେକର୍ଡିଂ କରୁଛି। ଲଭ ଜିହାଦ ମାମଲାରେ ସେ ପୋଲିସ ଉଦ୍ଦେଶ୍ୟକୁ କହିଥିଲେ ଯେ, ଯେ ପର୍ଯ୍ୟନ୍ତ ପୀଡିତା ଝିଅଅ ଉଦ୍ଧାର ନ କରାଯାଇଛି ସେ ପର୍ଯ୍ୟନ୍ତ ସେ ପଛକୁ ହଟିବେ ନାହିଁ।


COMMERCIAL BREAK
SCROLL TO CONTINUE READING

ଅମରାବତୀରେ (Amravati) ଅନେକ କଥିତ ଲଭ ଜିହାଦ ମାମଲା ମାମଲା (Love Jihad Case) ସାମ୍ନାକୁ ଆସିସାରିଛି। ବିଜେପି (BJP) ଅମରାବତୀକୁ ଲଭ ଜିହାଦ ଗଡ଼ ବୋଲି ବୋଲି କହିଛି। ବିଜେପି ନେତା ଶିବରାଇ କୁଲକର୍ଣ୍ଣି କହିଛନ୍ତି ଯେ ବିଗତ ୮ ଦିନ ମଧ୍ୟରେ ଲଭ ଜିହାଦ ସହ ଜଡ଼ିତ ପାଞ୍ଚଟି ମାମଲା ସାମ୍ନାକୁ ଆସିଛି। ସଦ୍ୟତମ ମାମଲା ବାବଦରେ ପଚରା ଯିବାରୁ ସାଂସଦ ନବନୀତ ରାଣା (Amravati MP Navneet Rana) କହିଥିଲେ ଯେ ଜଣେ ୧୯ ବର୍ଷର ହିନ୍ଦୁ ଝିଅ (Hindu Girl) ଗତକାଲି ରାତିରେ ନିଖୋଜ ହୋଇଯାଇଥିଲେ। ସେ ଲଭ ଜୀହାଦ ଭଳି ଘଟଣାର ଶିକାର ହୋଇଥିଲା। ଯଦିଓ ଏହି ଘଟଣାରେ ପୋଲିସ (Maharashtra Police) ଅଭିଯୁକ୍ତକୁ ଅଟକ ରଖିଛି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପୀଡି଼ତା ଝିଅ ବାବଦରେ କୌଣସି ଖୋଜ ଖବର ମିଳିନାହିଁ।


ଅମରବତୀ ସାଂସଦ ନବନୀତ୍ ରାଣା କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ଧର୍ମର ଯୁବକ ହିନ୍ଦୁ ଝିଅଙ୍କୁ ପ୍ରେମର ଜାଲରେ ଫସାଇ ସେମାନଙ୍କ ସହିତ ଏକ ସନ୍ତାନ ଜନ୍ମ କରିବା ପରେ ସେମାନଙ୍କୁ ଛାଡି ଦେଇଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ ଯଦି ଦୋଷୀ ଯୁବକ ପୋଲିସ ହେପାଜତରେ ରହିଛି, ତାହେଲେ ତାଙ୍କ ପରିବାର ସଦସ୍ୟଙ୍କୁ କାହିଁକି ଥାନାକୁ ଅଣାଯାଇ ନାହିଁ? ଯଦି ସେମାନଙ୍କୁ ଘଟଣା ବାବଦରେ ପଚରା ଉଚରା କରାଯାଇଥାନ୍ତା, ତାହେଲେ ପୀଡିତାଙ୍କ ବାବଦରେ ଖବର ମିଳି ପାରିଥାନ୍ତା।


Also Read:  ଶିବସେନା ସ୍ଥିର କରିବ ନାହିଁ ଅସଲି-ନକଲି ହିନ୍ଦୁତ୍ୱ: ନବନୀତ ରାଣା


ସାଂସଦ ନବନୀତ୍ ରାଣା ଏଠାରେ ଅଟକି ନଥିଲେ। ପୋଲିସ ତାଙ୍କ ଫୋନ୍ ରେକର୍ଡିଂ କରୁଥିବା ନେଇ ଅଭିଯୋଗ କରିଥିଲେ। ଏହା ସହିତ ସେ ପୋଲିସ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ ଯେ କାହାର ନିର୍ଦ୍ଦେଶରେ ତାଙ୍କ ଫୋନ୍ ରେକର୍ଡ କରାଯାଉଛି। ଅମରାବତୀ ପୋଲିସ କମିଶନର ଆରତୀ ସିଂହ (Amravati Police Commissioner Arti Singh) ଥାନାରେ ନ ପହଞ୍ଚିବା ପର୍ଯ୍ୟନ୍ତ ମୁଁ ଏଠାରୁ ଯିବି ନାହିଁ। ପୋଲିସ ଉଦ୍ଦେଶ୍ୟରେ ପ୍ରଶ୍ନ କରି ସେ କହିଥିଲେ ଯେ ମୋ ପ୍ରତି ଏହି ଆଭିମୁଖ୍ୟ କାହିଁକି ଗ୍ରହଣ କରାଯାଉଛି? କ'ଣ ମୁଁ ଦଳିତ ହୋଇଥିବାରୁ ମୋ ପ୍ରତି ଏପରି ଆଭିମୁଖ୍ୟ ଗ୍ରହଣ କରାଯାଉଛି?