ଶିବସେନା ସ୍ଥିର କରିବ ନାହିଁ ଅସଲି-ନକଲି ହିନ୍ଦୁତ୍ୱ: ନବନୀତ ରାଣା
Advertisement

ଶିବସେନା ସ୍ଥିର କରିବ ନାହିଁ ଅସଲି-ନକଲି ହିନ୍ଦୁତ୍ୱ: ନବନୀତ ରାଣା

ଅସଲି-ନକଲି ହିନ୍ଦୁତ୍ୱ ସ୍ଥିର କରିବ ନାହିଁ ଶିବସେନା।

ଶିବସେନା ସ୍ଥିର କରିବ ନାହିଁ ଅସଲି-ନକଲି ହିନ୍ଦୁତ୍ୱ: ନବନୀତ ରାଣା

Navneet Rana targets ShivSena: ହିନ୍ଦୁତ୍ୱ ପ୍ରସଙ୍ଗରେ ପ୍ରସଙ୍ଗରେ ରାଜ୍ୟରେ କ୍ଷମତସୀନ ଶିବସେନା ବିରୋଧରେ ବର୍ଷିଛନ୍ତି ମହାରାଷ୍ଟ୍ର ଅମରାବତୀ ଲୋକସଭା ଆସନର ସ୍ୱାଧିନ ସାଂସଦ ନବନୀତ ରାଣା। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି ଅସଲି-ନକଲି ହିନ୍ଦୁତ୍ୱ ସ୍ଥିର କରିବ ନାହିଁ ଶିବସେନା। ଅସଲି ନକଲି ଝଗଡା ଏଠାରେ ଘଟୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭାରେ ଧାର୍ମିକ ସ୍ଲୋଗାନ ଦିଆଯିବା ଠିକ ନୁହେଁ। ଲୋକଙ୍କ ସମସ୍ୟା ସମାଧାନ ପାଇଁ ସେହି ସ୍ଥାନ ରହିଛି।

ଆପଣ ବର୍ତ୍ତମାନ ସ୍ୱାଧିନ ସାଂସଦ ଅଛନ୍ତି। ହେଲେ ଆପଣ ବିଜେପି ସହ ଯୋଗାଯୋଗରେ ରହିଥିବାର କୁହାଯାଇଛି। ଏହାର ଜବାବ ରଖି ଅମରାବତୀ ସାଂସଦ ନବନୀତ ରାଣା କହିଛନ୍ତି ହିନ୍ଦୁତ୍ୱ ବିଜେପି ଏଜେଣ୍ଡା ନୁହେଁ। ହିନ୍ଦୁସ୍ତାନରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ହିନ୍ଦୁ ଧର୍ମାବଲମ୍ବୀ। ବିଜେପି ଏହି ଏଜେଣ୍ଡା ଉପରେ ବିଗତ କିଛି ବର୍ଷ ହେବ କାର୍ଯ୍ୟ କରୁଛି। ଏହାର ଅର୍ଥ ଏହା ନୁହେଁ ଯେ ଯିଏ ମନ୍ଦିର ଯାଉଛି ସେ ବିଜେପି ଏଜେଣ୍ଡା ଆଧାରରେ କାର୍ଯ୍ୟ କରୁଛି।       

ମହାରାଷ୍ଟ୍ର ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନାଭୀସଙ୍କୁ ପ୍ରଶଂସା କରିବା ପଛରେ କାରଣ କ'ଣ ରହିଛି? ଏହାର ଉତ୍ତରରେ ସାଂସଦ ନବନୀତ ରାଣା କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ବେଳେ ଦେବେନ୍ଦ୍ର ଫଡନାଭୀସ ଲୋକଙ୍କୁ ରୋଜଗାର ଦେଇଥିଲେ। କୃଷକଙ୍କୁ ସମୃଦ୍ଧ କରିଥିଲେ। ବିକାଶ ରାଜନୀତି କରିଥିଲେ। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ କୌଣସି ସରକାରୀ ବିଭାଗ କ୍ଷତିରେ ଚାଲିନଥିଲା। କୃଷକଙ୍କ ପ୍ରସଙ୍ଗରେ ମୋ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ୯ ଦିନ ଜେଲ ଯିବାକୁ ପଡ଼ିଥିଲା। ବିଜୁଳି ବିଲ ଉପରେ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଆମେ ଆନ୍ଦୋଳନ କରିଥିଲୁ।  

ମହାରାଷ୍ଟ୍ର ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଆପଣଙ୍କର କ'ଣ ସମସ୍ୟା ରହିଛି ତାହାର ଜବାବ ରଖି ସାଂସଦ ନବନୀତ ରାଣା କହିଛନ୍ତି ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରାଜ୍ୟର ବେକାରୀ ସମସ୍ୟା ବାବଦରେ କିଛି କହୁନାହାଁନ୍ତି। ପ୍ରାୟ ୨ ବର୍ଷ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ କାର୍ଯ୍ୟାଳୟ ଯାଇନାହାଁନ୍ତି। କୋରୋନା ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିରୋଧି ଦଳ ନେତା, ଜନ ପ୍ରତିନିଧି ସମସ୍ତେ ଲୋକଙ୍କ ସହାୟତା ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଶିବସେନା ସଂସ୍ଥାପକ ବାଲାସାହେବ ଠାକରେଙ୍କ ପରେ କୌଣସି ଶିବସୈନିକ ନାହାଁନ୍ତି। ଯେଉଁମାନେ ମଞ୍ଚରେ ଛିଡା ହୋଇ କହୁଛନ୍ତି ଯେ ମନ୍ଦିର ଯିବା କିମ୍ବା ହନୁମାନ ଚାଳିଶା ପଢିବା ଜରୁରୀ ନୁହେଁ ତାହେଲେ ବାଲା ସାହେବଙ୍କ ଚିନ୍ତାଧାରା କୁଆଡେ ଯିବ?   

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା କରି ସାଂସଦ ନବନୀତ୍ ରାଣା କହିଛନ୍ତି ଯେ ଏହି ସମୟ ମଧ୍ୟରେ ମୁଁ ଦେଶର ଯେତିକି ବିକାଶ ଦେଖିଛି ମୁଁ ତାହା କେବେ ଦେଖି ନାହିଁ। ପ୍ରଧାନମନ୍ତ୍ରୀ ମୋଦି ଯେଉଁ କାମ କରୁଛନ୍ତି ଏବଂ ସେ ଯେଉଁ ଦିଗ ଦେଖାଉଛନ୍ତି ତାହା ଏ ପର୍ଯ୍ୟନ୍ତ କେହି କରିନାହାଁନ୍ତି। ବର୍ତ୍ତମାନ ମୁଁ ସ୍ୱାଧୀନ ସାଂସଦ ଅଛି ଏବଂ ଆଗକୁ ସ୍ୱାଧୀନ ସାଂସଦ ଭାବେ ଲୋକଙ୍କ ସେବା ଜାରି ରଖିବି।

ନବନୀତ୍ ରାଣା କହିଛନ୍ତି ୮୧ ବର୍ଷ ବୟସରେ ଏନସିପି ମୁଖ୍ୟ ଶରଦ ପାୱା କୋରୋନା ସମୟରେ ଘରେ ବସି ରହିନଥିଲେ। ସେ ଲୋକଙ୍କୁ ସାହାଯ୍ୟ କରିବାରେ ନିରନ୍ତର ସକ୍ରିୟ ଥିଲେ। ବେକାରୀ ସମସ୍ୟା ବାବଦରେ କଥା ହୁଅନ୍ତି। ମୁଁ ସେମାନଙ୍କୁ କିପରି ଛାଡିବି? ଆମ ମୁଖ୍ୟମନ୍ତ୍ରୀ ଘରୁ ବାହାରକୁ ଯାଆନ୍ତି ନାହିଁ। ସେ କେଉଁ ଦିଗରେ ରାଜ୍ୟକୁ ନେଇଯିବେ? ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେଙ୍କ ବିରୋଧରେ କାହିଁକି ବର୍ଷିଲେ ତାହାର ଜବାବ ରଖି ନାଭବୀତ୍ ରାଣା କହିଛନ୍ତି, ଯଦି କେହି ଆପଣଙ୍କୁ ବିନା ଅପରାଧରେ ଜେଲ ମଧ୍ୟରେ ରଖନ୍ତି ତାହେଲେ ସେ ଭୁଲ୍ କରୁଛନ୍ତି। ଉଦ୍ଧବ ଠାକରେ କ୍ଷମତାର ଅପବ୍ୟବହାର କରିଥିଲେ। ସେମାନେ କେବଳ ହନୁମାନ ଚାଳିଶା ପଢିବା ପାଇଁ ମୋତେ ଜେଲ ପଠାଇଥିଲେ। ହେଲେ ଯେତେବେଳେ ତାଙ୍କ ହାତରୁ କ୍ଷମତା ଚାଲିଯିବ ଏବଂ ରଶ୍ମୀ ଠାକରେଙ୍କୁ ଜେଲ ମଧ୍ୟରେ ରଖାଯିବ ସେତେବେଳେ ମୁଁ ତାଙ୍କୁ ପଚାରିବି ଆପଣଙ୍କୁ କିପରି ଅନୁଭବ ହେଉଛି।

Also Read: ମହାରାଷ୍ଟ୍ର ବଦଳରେ ପାକିସ୍ତାନରେ ପଢାଯିବ କି ହନୁମାନ ଚାଳିଶା?