ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହିଂସାତ୍ମକ ରାଜନୀତି (Violence Politics) ଥମିବାର ନାମ ଧରୁନାହିଁ। ପୁଣି ଥରେ ଶାସକ ତୃଣମୂଳ କଂଗ୍ରେସ-ଟିଏମସି (TMC-Trinamool Congress) ପକ୍ଷରୁ ବିରୋଧି ବିଜେପି (BJP) କର୍ମୀଙ୍କ ଉପରେ ହୋଇଛି ଆକ୍ରମଣ। ଟିଏମସି କର୍ମକର୍ତ୍ତା ଗୃହମନ୍ତ୍ରୀ ଅମିତ ଶାହାଙ୍କ (Amit Shah) ରାଲିରେ ଯୋଗ ଦେଇ ଫେରୁଥିବା ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ଆକ୍ରମଣ ପଛରେ ଟିଏମସି ସମର୍ଥକ ରହିଥିବାର ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ବହୁ ବିଜେପି କର୍ମୀ ଆହତ ହୋଇଛନ୍ତି। ପଶ୍ଚିମ ମେଦୀନପୁରସ୍ଥିତ କେଶପୁର ଠାରେ ଟିଏମସି କର୍ମୀ ଏହି କାଣ୍ଡ ଭିଆଇଥିଲେ। କୁହାଯାଉଛି ସେଠାରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରାଯାଇଛି।


ତାଙ୍କ ସମର୍ଥକଙ୍କୁ କାର ଭିତରୁ ବାହାର କରି ଆକ୍ରମଣ କରାଯାଇଥିଲା। ଅମିତ ଶାହଙ୍କ ରାଲିରୁ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଏ ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା।


ଏନେଇ ବିଜେପି ସାଂସଦ ନିଶିଥ ପରମାଣିକ ଟ୍ୱିଟ କରି ଏହା ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ "ବିଜେପି କର୍ମୀ ବେଶ ସଶକ୍ତ। ବଙ୍ଗଳା ସରକାର ଆମ ଉପରେ ଯେତିକି ଅତ୍ୟାଚାର କରିବ ଆମେ ସେତିକୁ ଶକ୍ତିଶାଳୀ ହେବୁ।ମୁଁ ଏହାକୁ କଠୋର ନିନ୍ଦା କରୁଛି। "