Anna Hazare on Arvind Kejriwal: ଅରବିନ୍ଦ କେଜ୍ରିୱାଲଙ୍କ ରାଜନୈତିକ ଗୁରୁ କୁହାଯାଉଥିବା ଆନ୍ନା ହାଜାରେ (Anna Hazare) ତାଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଆନ୍ନା ହଜାରେ ଅରବିନ୍ଦ କେଜ୍ରିୱାଲଙ୍କୁ (Anna Hazare) ଦିଲ୍ଲୀର ମଦ ଦୋକାନ (Liquor shops) ବନ୍ଦ କରିବାକୁ କହିଛନ୍ତି । ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ସ୍ୱରାଜ ପୁସ୍ତକରେ ବହୁତ ବଡ଼ ବଡ଼ କଥା ଲେଖିଥିଲେ ମଧ୍ୟ ଏହା ତାଙ୍କ ଆଚରଣ ଉପରେ କୌଣସି ପ୍ରଭାବ ପକାଉଥିବା ଦେଖାଯାଉ ନାହିଁ । ଆନ୍ନା ହଜାରେ ଅରବିନ୍ଦ କେଜ୍ରିୱାଲଙ୍କୁ (Arvind Kejriwal) ପଠାଇଥିବା ଚିଠିରେ ଲେଖିଛନ୍ତି, 'ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ପ୍ରଥମ ଥର ପାଇଁ ମୁ ଆପଣଙ୍କୁ ଚିଠି ଲେଖୁଛି । ଗତ କିଛି ଦିନ ହେବ ଦିଲ୍ଲୀ ସରକାରଙ୍କ ମଦ ନୀତି (liquor policy) ବିଷୟରେ ଯେଉଁ ସବୁ ଖବର ଆସୁଛି, ତାହା ପଢି ଦୁଃଖ ଲାଗୁଛି ।'


COMMERCIAL BREAK
SCROLL TO CONTINUE READING

ଆନ୍ନା ହାଜାରେ କହିଛନ୍ତି, "ମହାତ୍ମା ଗାନ୍ଧୀଙ୍କ 'ଗାଁ ଆଡକୁ ଚାଲ' ଧାରଣା ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ନିଜ ଜୀବନକୁ ଗାଁ, ସମାଜ ତଥା ଦେଶ ପାଇଁ ଉତ୍ସର୍ଗ କରିଛି । ଗତ ୪୭ ବର୍ଷ ଧରି ମୁଁ ଗ୍ରାମ ବିକାଶ ତଥା ଦୁର୍ନୀତି ବିରୋଧରେ ଆନ୍ଦୋଳନ କରିଆସୁଛି । ପୁରୁଣା ଦିନ ଅରବିନ୍ଦ କେଜ୍ରିୱାଲଙ୍କୁ ମନେ ପକାଇ ଆନ୍ନା ହଜାରେ କହିଛନ୍ତି ଯେ ଆପଣ ଆମ ଗାଁ ରାଲେଗଣ ସିଦ୍ଧିକୁ ଆସିଛ । ଏଠାରେ ଆପଣ ମଦ, ବିଡି, ସିଗାରେଟ୍ ଇତ୍ୟାଦି ଉପରେ ନିଷେଧାଦେଶର ପ୍ରଶଂସା କରିଛ । ରାଜନୀତିରେ ଯୋଗଦେବା ପୂର୍ବରୁ ଆପଣ 'ସ୍ୱରାଜ' ନାମକ ଏକ ପୁସ୍ତକ ଲେଖିଥିଲେ । ଏହି ପୁସ୍ତକରେ, ଆପଣ ଗ୍ରାମ ସଭା, ମଦ ପଲିସି ବିଷୟରେ ବଡ଼ ବଡ଼ କଥା ଲେଖିଥିଲେ । ସେତେବେଳେ ଆପଣଙ୍କଠାରୁ ବହୁତ ଆଶା ଥିଲା, କିନ୍ତୁ ରାଜନୀତିରେ ଯାଇ ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ ଆଦର୍ଶ ବିଚାରଧାରାକୁ ଭୁଲି ଯାଇଛ ।"


ସେ ଆହୁରି ଲେଖିଛନ୍ତି, 'ଆପଣଙ୍କ ସରକାର ଦିଲ୍ଲୀରେ ଏକ ନୂତନ ମଦ ନୀତି ପ୍ରସ୍ତୁତ କରିଛନ୍ତି, ଯାହା ଦେଖାଯାଉଛି ଯେ ଏହା ମଦ ବିକ୍ରୟ ତଥା ବ୍ୟବହାରକୁ ଉତ୍ସାହିତ କରିପାରେ । ରାସ୍ତା ଗଳି ଗଳିରେ ମଦ ଦୋକାନ ଖୋଲାଯାଇପାରେ । ଏହା ମଧ୍ୟ ଦୁର୍ନୀତିକୁ ଉତ୍ସାହିତ କରିବ ଓ ଏହା ଜନସାଧାରଣଙ୍କ ସ୍ୱାର୍ଥରେ ନୁହେଁ । ଏହା ପରେ ମଧ୍ୟ ଆପଣ ଏପରି ମଦ ନୀତି ଆଣିଛନ୍ତି । ଏଥିରୁ ଏହା ଜଣାପଡେ ଯେ ଯେପରି ମଦର ନିଶା ହୋଇଥାଏ, ସେହିପରି କ୍ଷମତାର ମଧ୍ୟ ନିଶା ଅଛି । ଆପଣ ମଧ୍ୟ ଏହିପରି କ୍ଷମତା ନିଶାରେ ବୁଡ଼ିଯାଇଛ ଲାଗୁଛି ।' ଆନ୍ନା ହାଜାରେ ନିଜ ଚିଠିରେ ତାଙ୍କ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଆପଣ ରାସ୍ତା ଭୁଲିଯାଇଛ ।"


ଆନ୍ନା ହାଜାରେ ଲେଖିଛନ୍ତି, '୧୦ ବର୍ଷ ପୂର୍ବେ ୧୮ ସେପ୍ଟେମ୍ବର ୨୦୧୨ ରେ ଦିଲ୍ଲୀରେ ଟିମ୍ ଆନ୍ନା ସଦସ୍ୟମାନଙ୍କର ଏକ ବୈଠକ ହୋଇଥିଲା । ସେହି ସମୟରେ ଆପଣ ରାଜନୈତିକ ପଥ ଆପଣେଇବା ବିଷୟରେ କହିଥିଲେ।  କିନ୍ତୁ ଆପଣ ଭୁଲି ଯାଇଛନ୍ତି ଯେ ଏକ ରାଜନୈତିକ ଦଳ ଗଠନ ଆମର ଆନ୍ଦୋଳନର ଲକ୍ଷ୍ୟ ନୁହେଁ । ସେହି ସମୟରେ ଜନସାଧାରଣ ଟିମ୍ ଆନ୍ନାଙ୍କ ଉପରେ ବିଶ୍ୱାସ କରୁଥିଲେ ଓ ମୁଁ ଭାବୁଥିଲି ଯେ ଆମେ ସର୍ବଶିକ୍ଷା ଓ ଜନସଚେତନତା କାର୍ଯ୍ୟ କରିବା ଉଚିତ୍ । ଯଦି ସର୍ବଶିକ୍ଷା ଅଭିଯାନର କାର୍ଯ୍ୟ ହୋଇଥାନ୍ତା, ତେବେ ଦେଶର କୌଣସି ସ୍ଥାନରେ ଏହି ପ୍ରକାର ମଦ ନୀତି କରାଯାଇ ନଥାନ୍ତା । ଆନ୍ନା ହାଜାରେ କହିଛନ୍ତି ଯେ କୌଣସି ଦଳର ସରକାର ହେଉ, ତାହା ଉପରେ ଚାପ ଆଣିବା ପାଇଁ ସମାନ ଚିନ୍ତାଧାରା ଥିବା ଲୋକଙ୍କ ଗୋଷ୍ଠୀ ରହିବା ଆବଶ୍ୟକ । ଯଦି ଏହା ହୋଇଥାନ୍ତା, ତେବେ ଦେଶର ଅବସ୍ଥା ଆଜି ଭିନ୍ନ ହୋଇଥାନ୍ତା ଓ ଗରିବ ଲୋକ ଉପକୃତ ହୋଇଥାନ୍ତେ ।'


ଏହା ବି ପଢ଼ନ୍ତୁ: Coal Scam Case: ପାର୍ବଣ ପୂର୍ବରୁ ମମତାଙ୍କୁ ପୁଣି ଝଟକା ଦେଲା ED, ପୁତୁରାକୁ କଲା ସମନ