ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଦେଲେ କମଲନାଥ
କମଲନାଥ ରବିବାର ଇନ୍ଦୌରର ସାମ୍ୱେର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରେମଚାନ୍ଦ ଗୁଣ୍ଡୁଙ୍କ ପ୍ରଚାର ପାଇଁ ପହଞ୍ଚିଥିଲେ । ଏହି ସଭାରେ ବିଜେପିର ମହନ୍ତ ସନ୍ଦୀପ ଶର୍ମା ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ ।
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ୨୭ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । କମଲନାଥ ରାଜ୍ୟରେ ବିଜେପିର ହାର୍ଡ ହିନ୍ଦୁତ୍ୱର ଜବାବରେ କଂଗ୍ରେସର ସଫ୍ଟ ହିନ୍ଦୁତ୍ୱର ରାସ୍ତା ଆପଣେଇଛନ୍ତି । କିନ୍ତୁ ବର୍ତ୍ତମାନ ଦୁଇ ପାଦ ଆଗକୁ ଯାଇ ସେ ଗେରୁଆର ମଧ୍ୟ ସାହାରା ନେବା ଆରମ୍ଭ କରିଛନ୍ତି । ଯେତେବେଳେ କମଲନାଥ ଇନ୍ଦୋରରେ ପହଞ୍ଚିଲେ, ସେତେବେଳେ ସେ ସମ୍ପୂର୍ଣ୍ଣ ରୂପେ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଥିବାର ଦେଖାଯାଇଥିଲା ।
କମଲନାଥ ଇନ୍ଦୌରର ସାମ୍ୱେର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରେମଚାନ୍ଦ ଗୁଣ୍ଡୁଙ୍କ ପ୍ରଚାର ପାଇଁ ପହଞ୍ଚିଥିଲେ । ଏହି ସଭାରେ ବିଜେପିର ମହନ୍ତ ସନ୍ଦୀପ ଶର୍ମା ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହ କଂଗ୍ରେସରେ ଯୋଗ ଦେଇଛନ୍ତି । ନିର୍ବାଚନୀ ସଭାର ଠିକ୍ ପୂର୍ବରୁ ଇନ୍ଦୋରରୁ ସାମ୍ୱେର ପର୍ଯ୍ୟନ୍ତ କଂଗ୍ରେସ ଏକ ରାଲି କରିଥିଲା ।
ଏହି ରାଲି ସଂପୂର୍ଣ୍ଣ ରୂପେ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଯାଇଥିଲା । ପ୍ରତ୍ୟେକ ମୋଟରସାଇକେଲ ଗେରୁଆ ରଙ୍ଗରେ ରଙ୍ଗୀନ ଥିଲା । ଆଉ ପଛରେ କଂଗ୍ରେସର ପତାକା ଲାଗିଥିଲା । ବାସ୍ତବରେ, ବିଗତ ଦିନରେ ବିଜେପି ନେତା ତୁଲସୀ ସିଲାବଟଙ୍କ ସହଯୋଗୀମାନେ ସାମ୍ୱେରକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିଦେଇଥିଲେ । ନର୍ମଦା କଳସ ଯାତ୍ରା ନାମରେ ସିଲାବଟ ଏବଂ ବିଜେପିର ଶହ ଶହ ଗେରୁଆଧାରୀ ମହିଳାଙ୍କ ଶୋଭାଯାତ୍ରା ବାହାରି ଥିଲା । ଏହାର ଜବାବରେ କଂଗ୍ରେସ କମଲନାଥଙ୍କ ସ୍ୱାଗତ ପାଇଁ ଇନ୍ଦୋରରୁ ସାମ୍ୱେର ପର୍ଯ୍ୟନ୍ତ ଗେରୁଆ ରଙ୍ଗମୟ କରିଦେଇଥିଲା ।