India Pakistan Match: ଏସିଆ କପ ମୁକାବିଲା ବେଳେ ଦେଖିବାକୁ ମିଳିଛି ନୂଆଁଖାଇ ଝଲକ। ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ କରାଯାଉଥିବା ବେଳେ ତାହା ଏଵେ ଦେଶ ବିଦେଶର ବିଭିନ୍ନ କୋଣ ଅନୁକୋଣରେ  ପହଞ୍ଚି ସାରିଲାଣି। ଏପରିକି ଦେଶ ଛାଡି଼ ଏବେ ବିଦେଶରେ ମଧ୍ୟ ନୁଆଁଖାଇ ପର୍ବ ପାଳନ କରାଯାଉଛି। ବିଗତ କିଛି ବର୍ଷ ହେବ ଇଂଲଣ୍ଡ, ଆମେରିକା, ସାଉଦି ଆରବ ଭଳି ଦେଶରେ ନୂଆଁଖାଇ ବେଶ ଧୂମଧାମର ସହ ପାଳନ କରାଯାଉଛି।


COMMERCIAL BREAK
SCROLL TO CONTINUE READING

ଏବେ ସଂଯୁକ୍ତ ଆରବ ଅମିରାତ (United Arab Emirates) ଠାରେ ଚାଲିଛି କ୍ରିକେଟ ମହାସମର ଏସିଆ କପ (Asia Cup 2022)। ଭାରତ ସହ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ହଙ୍ଗକଙ୍ଗ, ଆଫଗାନିସ୍ଥାନ ଭଳି ଦେଶର କ୍ରିକେଟ ଟିମ ଏସିଆ କପ ମୁକାବିଲାରେ ଭାଗ ନେଇଛନ୍ତି। ଅଗଷ୍ଟ ୨୮ ତାରିଖ ରବିବାର ୟୁଏଇସ୍ଥିତ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ (Dubai International Cricket Stadium) ଠାରେ ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚ ଅବସରରେ ନୂଆଖାଇ (Nuakhai) ଝଲକ ଦେଖିବାକୁ ମିଳିଛି। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ୟୁଏଇର ସର୍ବବୃହତ୍ତ ସହ ଦୁବାଇ (Dubai) ଠାରେ ନୂଆଁଖାଇ ପାଳନ କରାଯାଉଛି। ସେଥିପାଇଁ ସେଠାରେ ରହୁଥିବା ପଶ୍ଚିମ ଓଡିଶାବାସୀ ନୂଆଁଖାଇରେ ଦୁବାଇ ଆସିବାକୁ ଜନସାଧାରଣଙ୍କୁ ଆମନ୍ତ୍ରଣ କରିଛନ୍ତି।


ସେମାନେ ଭାରତ ପାକିସ୍ଥାନ କ୍ରିକେଟ ମ୍ୟାଚ ଦେଖୁଥିବା ଅବସରରେ ଷ୍ଟାଡିୟମ ଗ୍ୟାଲେରୀରେ ରହି ସମସ୍ତଙ୍କୁ ଆମନ୍ତ୍ରଣ କରୁଥିବାର ଏକ ଦୃଶ୍ୟ ଦେଖାଯାଇଥିଲା। କିଛି ଯୁବକ ପ୍ଲାକାର୍ଡ ଧରି ନୂଆଁଖାଇ ଅବସରରେ ଦୁବାଇ ଆସିଵା ପାଇଁ ଆମନ୍ତ୍ରଣ କରିବାର ଦେଖାଯାଇଥିଲା। ସେମାନେ ସମ୍ବଲପୁରୀ ଭାଷାରେ ଲେଖିଥିଲେ ଯେ ସେପ୍ଟେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆମର ନୂଆଁଖାଇ ଭେଟଘାଟ କେ ଆଏବ। ନିଶ୍ଚିତ ଭାବରେ ଏଭଳି ଦୃଶ୍ୟ ଦେଖି ନୂଆଁଖାଇର ମହକ ଯେ ଚତୁର୍ଦ୍ଦିଗରେ ଚହଟୁଛି ଏଥିରେ ସନ୍ଦେହ ନାହିଁ।