Attack on BJP Candidate: କେଉଁଠି ଗୋବର ଆଉ କେଉଁଠି ହୋଇଛି ପଥର ମାଡ଼
ଏହି ଘଟଣା ବାବଦରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ମାମଲାକୁ ଶାନ୍ତ କରିଥିଲା।
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଯାଉଛି ଛୋଡ ବଡ଼ ରାଜନୈତିକ ହିଂସାକାଣ୍ଡ। ଏଥିରୁ ବାଦ ପଡୁନାହାନ୍ତି କୌଣସି ଦଳର ନେତା। ସଦ୍ୟ ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି ଶାସକ ବିଜେପି ଦଳର ୨ ଦଳୀୟ ବିଧାୟକ ପ୍ରାର୍ଥୀ।
ଗତ ମଙ୍ଗଳବାର ସନ୍ଧ୍ୟାରେ ଜନସମ୍ପର୍କ ଅଭିଯାନ କରିବା ବେଳେ ଆକ୍ରମଣର ଶୀକାର ହୋଇଛନ୍ତି ରାଜ୍ୟର ମୈନପୁରୀ ଜିଲ୍ଲାରେ ଅବସ୍ଥିତ କରହଲ ଆସନରୁ (Karhal Assembly Constituency) ନିର୍ବାଚନ ଲଢୁଥିବା ବିଜେପି ବିଧାୟକ ପ୍ରାର୍ଥୀ (BJP MLA Candidate) ତଥା କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବଘେଲ (Union Minister SP Singh Baghel)। ଆସନ୍ତା ୨୦ ତାରିଖ ରବିବାର ଏହି ଆସନକେ
ମଙ୍ଗଳବାର ଜନସମ୍ପର୍କ ଅଭିଯାନ କରିବା ଲାଗି ଦଳୀୟ କର୍ମକର୍ତ୍ତାଙ୍କ ସହିତ କନଭୟ ସହ ଯାଉଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀ ଏସପି ସିଂହ ବଘେଲଙ୍କ ଉପରେ ହୋଇଥିଲା ପଥର ମାଡ଼। ଏ ଘଟଣାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ତାଙ୍କ ଗାଡି଼ କ୍ଷତିଗ୍ରସ୍ତ ହୋଇଛି। ଏନେଇ ଖବର ପାଇବା ପରେ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଆକ୍ରମଣ ମାମଲାରେ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି।
ସେହିପରି ରାଜ୍ୟର ବାଗପତ (Baghpat) ଜିଲ୍ଲାରେ ଅବସ୍ଥିତ ଛପରୌଲି ଆସନରୁ (Chhaprauli Assembly Constituency) ନିର୍ବାଚନ ଲଢୁଥିବା ବିଜେପି ବିଧାୟକ ପ୍ରାର୍ଥୀ ସହେନ୍ଦ୍ର ସିଂହ ରାମଲାଙ୍କ (Sahender Singh Ramala) କନଭୟ ଉପରେ କଥିତ ଭାବେ ଗୋବର ଫିଙ୍ଗାଯାଇଥିବା ନେଇ ଅଭିଯୋଗ କରିଥିଲେ ଦଳୀୟ କର୍ମକର୍ତ୍ତା। ଏପରିକି ପଥର ମଧ୍ୟ ମାଡ଼ କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ବିଜେପି କର୍ମକର୍ତ୍ତା। ନିର୍ବାଚନ ପ୍ରଚାରର ଶେଷ ଦିନରେ ନିର୍ବାଚନମଣ୍ଡଳୀରେ ଏକ ଶୋଭାଯାତ୍ରା କରୁଥିବା ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) କାର୍ଯ୍ୟାଳୟ ସମ୍ମୁଖରେ କନଭୟ ଆଡ଼କୁ ଆରଏଲଡି (RLD) ପତାକା ମଧ୍ୟ ଦେଖାଯାଇଥିଲା। ଯାହାକୁ ନେଇ ଉଭୟ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ଭଳି ପରିସ୍ଥିତି ଉପୁଜିଥିଲା।
Also Read: UP Election 2022: BJP ବିଧାୟକଙ୍କୁ ମହଙ୍ଗା ପଡି଼ଲା ନିର୍ବାଚନ ପ୍ରଚାର
ଏହି ଘଟଣା ବାବଦରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ମାମଲାକୁ ଶାନ୍ତ କରିଥିଲା। ଏହି ଘଟଣାରେ କରାଯାଇଥିବା ଫଟୋଗ୍ରାଫି ଆଧାରରେ ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ଘଟଣାରେ ବିଜେପି ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ଛପରୌଲି ଆସନରେ ଦଳୀୟ ବିଧାୟକ ପ୍ରାର୍ଥୀ ସହେନ୍ଦ୍ର ସିଂହ ରାମଲାଙ୍କ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଯେତେବେଳେ ଏହି ଶୋଭାଯାତ୍ରା ଟାଣ୍ଡାରୁ ମୁକୁନ୍ଦପୁର ରାସ୍ତାରେ ଦେଇ ଛପରୌଲି ଠାରେ ପହଞ୍ଚିଥିଲା ସେତେବେଳେ ଗୋବର ପଥର ମାଡ଼ କରାଯାଇଥିଲା। ଅନ୍ୟପଟେ ଦଳୀୟ ଶୋଭାଯାତ୍ରା ଯେଚତେବେଳେ ରାଷ୍ଟ୍ରୀୟ ଲୋକ ଦଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଲା ସେତେବେଳେ ଆରଏଲଡି କର୍ମକର୍ତ୍ତା ପତାକା ଦେଖାଇ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ କରିଥିଲେ। ଗତ ୨୦୧୭ ବିଧାନସଭା ନିର୍ବାଚନରେ ରାମଲା ଆରଏଲଡି ପ୍ରାର୍ଥୀ ଭାବେ ଛପରୌଲି ଆସନରୁ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ଏଥର ସେ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।