Devaststing Landslide in Rudraprayag: ଭୟାବହ ଭୂସ୍ଖଳନରେ ଥରି ଉଠିଛି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଅଞ୍ଚଳ। ଏହି କାରଣରୁ ବଦ୍ରିନାଥ-ଋଷିକେଶ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ଏହି ଭୂସ୍ଖଳନର ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଲୋକ ନିଜ ଜୀବନ ବଞ୍ଚାଇବାକୁ ଯାଇ ଦୌଡୁଥିବାର ନଜର ଆସୁଛନ୍ତି। ରୁଦ୍ରପ୍ରୟାଗ ଠାରେ  ହୋଇଥିବା ଭୂସ୍ଖଳନର ଭିଡିଓ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଦ୍ୱାରା ରେକର୍ଡିଂ କରାଯାଇଥିଲା। ଏଠାରେ ଛାତି ଥରାଇଦେବା ଭଳି ଭୂସ୍ଖଳନ ଅନୁଭୂତ ହୋଇଛି।    


COMMERCIAL BREAK
SCROLL TO CONTINUE READING

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ପାହାଡରୁ ହଠାତ  ଆବର୍ଜନା ଆସି ବଦ୍ରିନାଥ-ଋଷିକେଶ ଜାତୀୟ ରାଜପଥ ଉପରେ ପଡୁଛି। ସେହି ସମୟରେ ଲୋକେ ନିଜର ଜୀବନ ରକ୍ଷା କରିବାକୁ ଯାଇ ଚିତ୍କାର କରିବା ସହ ଦୌଡାଦୌଡି଼ କରୁଛନ୍ତି। ଯେତେବେଳେ ଅଳିଆ ଆବର୍ଜନା ପାହାଡରୁ ତଳକୁ ଖସୁଛି ଧୂଳି ସେଠାକାର ପରିବେଶକୁ ଆଚ୍ଛାଦିତ କରିଦେଉଛି। ଧୂଳି କାରଣରୁ ସେଠାରେ କୌଣସି ଜିନିଷକୁ ଦେଖିବା ସମ୍ଭବ ହେଉନାହିଁ। ଭୂସ୍ଖଳନ ହେତୁ ବଦ୍ରିନାଥ-ଋଷିକେଶ ଜାତୀୟ ରାଜପଥ ବନ୍ଦ ହୋଇଯାଇଥିଲା। ଭୂସ୍ଖଳନ ପରେ ଜେସିବି ସହାୟତାରେ ରାଜପଥରୁ ଆବର୍ଜନା ହଟାଯାଇଛି। 



ପ୍ରବଳ ବର୍ଷା ହେତୁ ଅନେକ ସ୍ଥାନରେ ଭୂସ୍ଖଳନ ଘଟୁଛି। ଗତ ଶନିବାର (ଜୁଲାଇ ୧୬) ପାହାଡ଼ର ଏକ ଅଂଶ ଭାଙ୍ଗି ହଠାତ୍ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗର ବଦ୍ରିନାଥ-ଷିକେଶ ଜାତୀୟ ରାଜପଥ ଉପରେ ଖସିପଡିଥିଲା। ସୌଭାଗ୍ୟବଶତ ଏହି ଭୂସ୍ଖଳନ ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହା ବ୍ୟତୀତ କୌଣସି ଗାଡିର କ୍ଷତି ହୋଇନାହିଁ।


ଗତ ଶୁକ୍ରବାର (ଜୁଲାଇ ୧୫) ହିମାଚଳ ପ୍ରଦେଶର କୁଲୁ ଠାରେ ଏକ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ପରେ ଚଳନ୍ତା କାର ଉପରେ ପଥର ଖସି ପଡ଼ିବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ। 


Also Read: Manipur: ଭୂସ୍ଖଳନରେ ୩୭ ମୃତ, ୨୫ ନିଖୋଜ


Also Read: Manipur: ଭୂସ୍ଖଳନରେ ୪୦ ଜଣରୁ ଅଧିକ ନିଖୋଜ, ୨୦ ଉଦ୍ଧାର