ଜୟପୁର: Ashok Gehlot Vs Sachin Pilot: ରାଜସ୍ଥାନରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନେଇ ପ୍ରାୟତଃ ଚର୍ଚ୍ଚା ଚାଲିଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଏହି ସୁଯୋଗ ମିଳିନାହିଁ । ସେହିପରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Rajasthan CM Ashok Gehlot) ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) ଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ପ୍ରାୟ ଦିନ ଗେହଲୋଟ କ୍ୟାମ୍ପ (Gehlot Camp) ଓ ପାଇଲଟ କ୍ୟାମ୍ପ (Pilot Camp) ମଧ୍ୟରେ ଥିବା ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ସେପଟେ ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ରାଜ୍ୟ କଂଗ୍ରେସରେ ସବୁକିଛି ଠିକ୍ ନ ଥିବାର ନଜରକୁ ଆସୁଛି । ବହୁ ଉଦ୍ୟମ ସତ୍ତ୍ୱେ ରାଜସ୍ଥାନର ନେତାଙ୍କ ମଧ୍ୟରେ ଝଗଡ଼ାର ସମାଧାନ କରିବାରେ କଂଗ୍ରେସ ହାଇକମାଣ୍ଡ (Congress High Command) ସକ୍ଷମ ହେଉଁନାହାଁନ୍ତି । ଏହା ମଧ୍ୟରେ ବିଜେପି ସାଂସଦ ଓ ରାଜ୍ୟର ଉପାଧ୍ୟକ୍ଷ ସିପି ଯୋଶୀ (BJP Leader CP Joshi) ଏପରି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇସାରିଛି । 


COMMERCIAL BREAK
SCROLL TO CONTINUE READING

ସେ (CP Joshi) କହିଛନ୍ତି ଯେ, ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯିବ । ଅଶୋକ ଗେହଲୋଟ (Ashok Gehlot) ଚିନ୍ତିତ ଅଛନ୍ତି, କାରଣ ଶେଷ ବର୍ଷରେ ମୁଖ୍ୟମନ୍ତ୍ରୀ ପଦ ପରିବର୍ତ୍ତନ ହେବାକୁ ଯାଉଛି । ସିପି ଯୋଶୀଙ୍କ ଏହି ବୟାନ ଗେହଲୋଟଙ୍କ ସେହି ବୟାନ ଉପରେ ଆସିଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନରେ ପୁରୁଣା ପେନସନ ଯୋଜନା (Old Pension Scheme) ଲାଗୁ କରିବାର ନିଷ୍ପତ୍ତି ମୋଦି ସରକାର (Modi Government) ଙ୍କୁ ଚିନ୍ତାରେ ପକାଇଦେଇଛନ୍ତି ।


ଯୋଶୀ ଆଗକୁ କହିଛନ୍ତି ଯେ, ଗେହଲୋଟ ଚିନ୍ତିତ ଅଛନ୍ତି । ତେଣୁ ସେ ଓଲଟାସିଧା ବୟାନ ଦେଉଛନ୍ତି । ଯେପରି ସଚିନ ପାଇଲଟ୍ ଦିଲ୍ଲୀ ଯିବା ଆସିବା କରୁଛନ୍ତି, ସେଥିରୁ ତାଙ୍କର ସକ୍ରିୟତା ବୃଦ୍ଧି ପାଇଛି । ଦିଲ୍ଲୀରେ ଚର୍ଚ୍ଚା ଚାଲିଛି ଯେ କଂଗ୍ରେସ ବର୍ତ୍ତମାନ ୨୦ଟି ଆସନ ମଧ୍ୟ ଆସିବ ନାହିଁ । କିଛି ଆସନ ସଂଖ୍ୟା ବଢ଼ାଇବା ପାଇଁ କିଛି ପରିବର୍ତ୍ତନ କରିବାକୁ ପ୍ରୟାସ ଚାଲିଛି । କିନ୍ତୁ ୨୦୨୩ରେ କଂଗ୍ରେସ କ୍ଷମତାରେ ଆସିବ ନାହିଁ । 


ଉଲ୍ଲେଖନୀୟ ବିଷୟ ହେଉଛି ଯେ, ଗେହଲୋଟ ଓ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଉଭୟ କ୍ୟାମ୍ପ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛି । ବିଗତ ଦିନରେ ଗେହଲୋଟ୍ (Ashok Gehlot) ଇସାରା ଇସାରାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଟାର୍ଗେଟ କରିଥିଲେ । ଗେହଲୋଟ୍ କହିଥିଲେ ଯେ, ରାଜନୀତିରେ ବହୁ ଚର୍ଚ୍ଚିତ ହେବା ପରେ ଅନେକ ଲୋକ ବଡ଼ ପଦବୀରେ ପହଞ୍ଚନ୍ତି ଓ କିଛି ଲୋକ ଅଛନ୍ତି ଯେଉଁମାନେ ବିନା କଳାରେ ବଡ଼ ପଦବୀରେ ପହଞ୍ଚନ୍ତି।  ଯେଉଁମାନେ ବାରମ୍ବାର କହୁଛନ୍ତି ଯେ କଠିନ ପରିଶ୍ରମ ଓ କାର୍ଯ୍ୟକର୍ତ୍ତାଙ୍କ ରକ୍ତ ଏବଂ ଝାଳ ଆଧାରରେ ସରକାର ଗଠନ କରାଯାଇଛି, ତେଣୁ କାର୍ଯ୍ୟକର୍ତ୍ତାଙ୍କ କଥା ଶୁଣିବା ଉଚିତ୍, କିନ୍ତୁ ବର୍ତ୍ତମାନ ସେହି ଲୋକ କାର୍ଯ୍ୟକର୍ତ୍ତାଙ୍କ କଥା ଶୁଣୁ ନାହାଁନ୍ତି ।


ଏହାସହ ସଚିନ ପାଇଲଟଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରିବା ପାଇଁ ସୁପାରିଶ କରିଥିବା ଦାବି କରିଛନ୍ତି ଗେଲଲୋଟ । ତାଙ୍କୁ କେନ୍ଦ୍ର ମନ୍ତ୍ରୀ କରିବା ପାଇଁ ସେ ସଚିନ ପାଇଲଟଙ୍କୁ କଂଗ୍ରେସ ହାଇକମାଣ୍ଡଙ୍କୁ ସୁପାରିଶ କରିଥିଲେ ଓ ସଚିନ ପାଇଲଟଙ୍କ ଫୋନ ମଧ୍ୟ ସୁପାରିଶ ପାଇଁ ତାଙ୍କ ପାଖକୁ ଆସିଥିଲା, ଯାହା ଉପରେ ମୁଁ କହିଥିଲି ଯେ ଆପଣଙ୍କ ଫୋନ୍ ଆସିବା ପୂର୍ବରୁ ହାଇ କମାଣ୍ଡରୁ ଏହାର ସୁପାରିଶ କରିସାରିଛି ।


ଏହାର ପାଲଟା ଆକ୍ରମଣ କରି ସଚିନ ପାଇଲଟ ମଧ୍ୟ କହିଛନ୍ତି ଯେ ଯେତେବେଳେ ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଲା ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ପୁଅ ଭୈବଭ ଗେହଲୋଟ (Vaibhav Gehlot)  ଟିକେଟ ମାଗୁଥିଲେ । କିନ୍ତୁ ତାଙ୍କୁ ଲୋକସଭା ଟିକେଟ୍ ଦେବା ପାଇଁ କଂଗ୍ରେସ ହାଇକମାଣ୍ଡ ରାଜି  ନଥିଲେ। କିନ୍ତୁ ମୁଁ ନିଜେ କଂଗ୍ରେସ ହାଇକମାଣ୍ଡ (Congress High Command) ଙ୍କୁ ଭୈବଭ ଗେହଲଟଙ୍କୁ ଟିକେଟ ଦେବା ପାଇଁ ପରାମର୍ଶ ଦେଇଥିଲି, ଯାହା ପରେ ମୋର ସୁପାରିଶ ଅନୁଯାୟୀ ଭୈବଭ ଗେହଲୋଟଙ୍କୁ ଯୋଧପୁରରୁ ଟିକେଟ ଦିଆଯାଇଥିଲା । ଯଦିଓ ସେ ନିର୍ବାଚନରେ ​​ହାରିଥିଲେ ।


ଏହା ବି ପଢ଼ନ୍ତୁ:-ସରକାରଙ୍କ ବଡ଼ ନିଷ୍ପତ୍ତି, ବିନା ଅନୁମତିରେ ଧାର୍ମିକ ସ୍ଥଳରେ ଲାଗିବନି ଲାଉଡସ୍ପିକର


ଏହା ବି ପଢ଼ନ୍ତୁ:-ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ; ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ୩୫ ହଜାର ମିଳିବ ଦରମା


ଏହା ମଧ୍ୟରେ ଏପ୍ରିଲ ୮ରେ ରାହୁଲ ଗାନ୍ଧୀ (Rahul Gandhi) ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କ ସହ ସଚିନ ପାଇଲଟ (Sachin Pilot) ଙ୍କ ସାକ୍ଷାତ ପରେ ଅନେକ ଆଲୋଚନା ଆରମ୍ଭ ହୋଇଛି । ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Elections) ରେ ​​ସଚିନ ପାଇଲଟଙ୍କୁ ଏକ ବଡ଼ ଭୂମିକା ମିଳିପାରେ ବୋଲି ମନେ କରାଯାଉଛି । ରାଜସ୍ଥାନ କଂଗ୍ରେସ (Rajasthan Congress) ରେ ତାଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିବାର ଆଲୋଚନା ଚାଲିଛି ।