Controversial Tamil Pastor: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ଆଜିକାଲି ୧୫୦ ଦିନିଆ ଭାରତ ଯୋଡୋ ଯାତ୍ରାରେ ବ୍ୟସ୍ତ ଅଛନ୍ତି । ସେ ଶୁକ୍ରବାର ଦିନ ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ଜଣେ ବିବାଦୀୟ କ୍ୟାଥୋଲିକ୍ ପାଦ୍ରୀ ଜର୍ଜ ପୋନ୍ନାୟାଙ୍କୁ (George Ponnaiah) ଭେଟିଥିଲେ । ଏହି ସମୟରେ ରାହୁଲ ଓ ପାଦ୍ରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଅଂଶ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓକୁ ନେଇ ବର୍ତ୍ତମାନ ବିବାଦ ଉପୁଜିଛି । ବର୍ତ୍ତମାନ ଶାସକ ଭାରତୀୟ ଜନତା ପାର୍ଟି ମଧ୍ୟ ଏହାକୁ ନେଇ ତାଙ୍କୁ ଟାର୍ଗେଟ କରିଛି । ଏଥି ସହ କଂଗ୍ରେସ ମଧ୍ୟ ରାହୁଲଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସପକ୍ଷରେ ପ୍ରତିକ୍ରିୟା ରଖିଛି ।


COMMERCIAL BREAK
SCROLL TO CONTINUE READING

ମୁଟିଡିଚାନ୍ ପରାଇ ଚର୍ଚ୍ଚରେ ରାହୁଲ ଗାନ୍ଧୀ ଓ ପାଦ୍ରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ପଚାରିଛନ୍ତି, "ଯୀଶୁ ଖ୍ରୀଷ୍ଟ ଭଗବାନଙ୍କର ଏକ ରୂପ? କ'ଣ ଏହା ସତ?" ତାଙ୍କର ଏହି ପ୍ରଶ୍ନ ଉତ୍ତରରେ ଜର୍ଜ ପୋନିଆ କହିଛନ୍ତି, ନା, ସେ ଅସଲି ଭଗବାନ ଅଟନ୍ତି ।"



ପୋନୟାଙ୍କର ଏହିଭଳି ଉତ୍ତେଜନାମୂଳକ ବୟାନ ଦେବାର ଅଭ୍ୟାସ ରହିଆସିଛି । ଗତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଡିଏମକେ ମନ୍ତ୍ରୀ ଓ ଅନ୍ୟମାନଙ୍କ ବିରୋଧରେ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ତାଙ୍କୁ ଗତ ବର୍ଷ ଜୁଲାଇରେ ଗିରଫ କରାଯାଇଥିଲା ।


ଶାହଜାଦ ପୁନାୱାଲା ଏହି ବୟାନ ଉପରେ ଟାର୍ଗେଟ କରିଛନ୍ତି ଓ ଏହି ଯାତ୍ରାକୁ 'ଭାରତ ତୋଡ' ଯାତ୍ରା ବୋଲି କହିଛନ୍ତି । ସେ କହିଥିଲେ, 'ଜର୍ଜ ପୋନ୍ନାୟା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ସେ କହିଛନ୍ତି ଯେ ଯୀଶୁ ହେଉଛନ୍ତି ଏକମାତ୍ର ଭଗବାନ । ହିନ୍ଦୁ ଧର୍ମ ବିରୁଦ୍ଧରେ ଘୃଣ୍ୟ ମନ୍ତବ୍ୟ ଦେଇଥିବାରୁ ଏହି ବ୍ୟକ୍ତିଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ସେ ଏହା ମଧ୍ୟ କରିଛନ୍ତି ଯେ କ'ଣ ଭାରତ ତୋଡ଼ ଆଇକନ୍ ସହିତ ଭାରତ ଯୋଡୋ ଯାତ୍ରା ଚାଲିଛି?'


କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କୁ ବଞ୍ଚାଇବା ପାଇଁ ସାମ୍ନାକୁ ଆସିଥିବା ମଧ୍ୟ ଦେଖିବାକୁ ମିଳିଛି । ଜୟରାମ ରମେଶ କହିଛନ୍ତି, 'ବିଜେପିର ଘୃଣା କାରଖାନାର ଏକ ଭୟଙ୍କର ଟ୍ୱିଟ ଭାଇରାଲ ହେଉଛି । ଅଡିଓରେ ଯାହା କିଛି ରେକର୍ଡ ହୋଇଛି, ତାହା ସହିତ ଏହାର କୌଣସି ସମ୍ପର୍କ ନାହିଁ । ଏହା ହେଉଛି ବିଜେପିର ଦୁଷ୍ଟାମୀ, ଯିଏ ଭାରତ ଯୋଡୋ ଯାତ୍ରାର ସଫଳ ଶୁଭାରମ୍ଭ ପରେ ଅଧିକ ହତାଶ ହୋଇପଡିଛି । ଏହି ଯାତ୍ରା ଲୋକମାନଙ୍କ ସମର୍ଥନ ହାସଲ କରୁଛି ।"


ଏହା ବି ପଢ଼ନ୍ତୁ: Assembly Election 2023​: କଂଗ୍ରେସର ନିଦ ଉଡାଇବ ବିଜେପି! ଗେହଲଟଙ୍କ ଗଡରେ ଶାହାଙ୍କ ଏଣ୍ଟ୍ରି, ନଡ୍ଡା ମଧ୍ୟ ଆକ୍ଟିଭ


ଏହା ବି ପଢ଼ନ୍ତୁ: ନୀତିଶ କୁମାରଙ୍କୁ ପ୍ରଶାନ୍ତ କିଶୋରଙ୍କ ଜବାବ; ମୁଁ ଆପଣଙ୍କର ଝଣ୍ଡା ନେଇ ବୁଲିବାକୁ ପ୍ରସ୍ତୁତ, କିନ୍ତୁ ଗୋଟିଏ ସର୍ତ୍ତ...