Congress Leader Rahul Gandhi: ଡିସେମ୍ବର ୨୪ ତାରିଖ ଶନିବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି ଭାରତ ଯୋଡ଼ ଯାତ୍ରା। ହେଲେ ଦଳ ପକ୍ଷରୁ ଚାଲିଥିବା ପଦ ଯାତ୍ରା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲାଗିଛି ଜବରଦସ୍ତ ଝଟକା। ହିନ୍ଦୁତ୍ୱ ରାଷ୍ଟ୍ରବାଦୀ ବିନାୟକ ଦାମୋଦର ସାବରକରଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ଲକ୍ଷ୍ନୌସ୍ଥିତ ଏକ ଅଦାଲତରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଭାରତ ଯୋଡ଼ ଯାତ୍ରା ମହାରାଷ୍ଟ୍ରରେ ପହଞ୍ଚିବା ବେଳେ ରାହୁଲ ଗାନ୍ଧୀ ବିନାୟକ ଦାମୋଦର ସାବରକରଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯେଉଁଥିପାଇଁ ତାଙ୍କ ବିରୋଧରେ ଅଭିଯୋଗ ଦାଏକ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍-୩ ଅମ୍ବରେଶ କୁମାର ଶ୍ରୀବାସ୍ତବ ଶୁକ୍ରବାର ଏକ ନିର୍ଦ୍ଦେଶ ଜାରି କରିଥିଲେ। ହିନ୍ଦୁତ୍ୱ ରାଷ୍ଟ୍ରବାଦୀ (Hindu Nationalist) ବିନାୟକ ଦାମୋଦର ସାବରକରଙ୍କ (Vinayak Damodar Savarkar) ଉପରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ (Congress MP Rahul Gandhi) ବିରୋଧରେ ଅଭିଯୋଗ ଦାଖଲ ହେବା ପରେ, ଅଭିଯୋଗକାରୀଙ୍କୁ CrPC ଧାରା ୨୦୦ ଅନୁଯାୟୀ ପ୍ରମାଣ ଉପସ୍ଥାପନ କରିବାକୁ କହିଛନ୍ତି।


ରାହୁଲ ଗାନ୍ଧୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏହି ଅଭିଯୋଗରେ, ଅଭିଯୋଗକାରୀ ଏବଂ ତାଙ୍କ ସାକ୍ଷୀଙ୍କ ତରଫରୁ CrPC ଧାରା ୨୦୦ ଅନୁଯାୟୀ ସାକ୍ଷ୍ୟ ଗ୍ରହଣ କରିବା ପରେ କୋର୍ଟ ଏହି ନିଷ୍ପତ୍ତି ନେବେ ଯେ ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ସମନ ଜାରି କରାଯିବ ନା ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୯ ତାରିଖରେ କରିବେ କୋର୍ଟ।


Also Read: Bharat Jodo Yatra: କୋରୋନା ସଂକ୍ରମଣ ବେଳେ ଜାରି ରହିବ ଭାରତ ଯୋଡ଼ ଯାତ୍ରା? ଜବାବ ରଖିଲା କଂଗ୍ରେସ


ଅଭିଯୋଗକାରୀ ନୃପେନ୍ଦ୍ର ପାଣ୍ଡେ କ୍ରାଇମବ୍ରାଞ୍ଚ ଧାରା ୧୫୬ (୩) ଅନୁଯାୟୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଏର କରିବାକୁ ଆବେଦନ କରିଥିଲେ। ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ କୋର୍ଟ ଏହି ଘଟଣାରେ ପୋଲିସ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇନଥିଲେ। ହେଲେ କୋର୍ଟ ଏହି ଅଭିଯୋଗକୁ ଗ୍ରହଣ କରିଥିଲେ। ଅଭିଯୋଗକାରୀ ତାଙ୍କ ଆବେଦନରେ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିବାଦୀୟ ଶବ୍ଦ ବ୍ୟବହାର କରି ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସାବରକରଙ୍କୁ ଅପମାନିତ କରିଛନ୍ତି। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ନିଜ ଓକିଲ ମାଧ୍ୟମରେ ଦାବି କରିଛନ୍ତି ଅଭିଯୋଗକାରୀ। ଯାହା ପରେ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି।