Congress: ରାହୁଲ ଗାନ୍ଧୀ ସମ୍ଭାଳିବେ ଦଳର ମଙ୍ଗ! ୧୦ ବର୍ଷର ବନବାସ ପରେ କ୍ଷମତାକୁ ଫେରିବ କଂଗ୍ରେସ?
Political Strategy of Congress: ଯେଉଁ ପରିସ୍ଥିତିରେ କଂଗ୍ରେସ ଦଳ ଭାରତ ଯୋଡ଼ କାର୍ଯ୍ୟକ୍ରମର ବିଚାର ଧାରାକୁ ଏକ ରାଜନୈତିକ ରଣନୀତି ଭାବରେ ଆପଣାଇ ନେଲା କାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
Bhaart Jodo Yatra: ଭାରତ ଯୋଡ ଅଭିଯାନରେ ମୁଖ୍ୟ ନାୟକ ସାଜିଥିବା ରାହୁଲ ଗାନ୍ଧୀ ଏବେ ଦଳ ଭିତରେ ଆସ୍ତେ ଆସ୍ତେ ଟାଣୁଆ ହେବାରେ ଲାଗିଛନ୍ତି। ଭାରତ ଯୋଡ କାର୍ଯ୍ୟକ୍ରମକୁ ଯେଭଳି ଭାବର କଂଗ୍ରେସ ଦଳ ଉପସ୍ଥାପନ କରିଛି ତାହା ଏବେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଲଗାତାର ଭାବରେ ଦଳ ଭିତରେ ଦୀର୍ଘ ଦିନ ଧରି ଯେଉଁ ବିରୋଧାଭାଷ ଥିଲା ତାହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। କାରଣ ଆଗକୁ ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ନାମ ପୁଣି ଚର୍ଚ୍ଚା ଆସୁଛି। ତେଣୁ ଏଠାରେ ଆମେ କହିପାରିବା ଦଳ ଭିତରେ ଚାଲିଥିବା ବିରୋଧାଭାଷ ୟୁ ଟର୍ଣ୍ଣ ନେବା ପଛରେ ଭାରତ ଯୋଡ଼ କାର୍ଯକ୍ରମର ଗୁରତ୍ୱପୂର୍ଣ୍ଣ ଭୂମିକା ରହିଛି।
ବିଶେଷ ସୂତ୍ରରୁ ଜଣାପଡିଛି ଆଗାମୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ (Congrss President Election) ଦଳ ରାହୁଲ ଗାନ୍ଧୀଙ୍କୁ (Rahul Gnadhi) ଅଧ୍ୟକ୍ଷ (Congress President) କରିବ ପାଇଁ ଉଦ୍ୟମ ଚଳାଇଛି। ଖବର ଅନୁସାରେ କେତୋଟି ରାଜ୍ୟରେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବା ନେଇ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟିର (Chhattisgarh Pradesh Congress Committee) ୩୧୯ ଜଣ ସଦସ୍ୟ ରାହୁଲ ଗାନ୍ଧୀଙ୍କୁ ଅଧ୍ୟ କରିବା ନେଇ ଭୋଟ ଦେଇ ପ୍ରସ୍ତାବ ଗୃହୀତ କରିଛନ୍ତି। ଏହି ପରି ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିରେ (Rajasthan Pradesh Congress Committee) ରାହୁଲ ଗାନ୍ଧୀଙ୍କ ସପକ୍ଷରେ କମିଟି ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହୋଇଥିବା ସୂଚନା ମିଲିଛି। ଏହି ପରିପ୍ରେକ୍ଷୀରେ ଦଳରେ ବିରୋଧ ଆଚରଣ କରୁଥିବା ସଦସ୍ୟଙ୍କର କୌଣସି ମନ୍ତବ୍ୟ ଆସିନଥିଲା।
ସୁତରାଂ ଭାରତ ଯୋଡ଼ କାର୍ଯ୍ୟକ୍ରମର (Bhaart Jodo Yatra) ସଫଳତାକୁ ନେଇ ଉତ୍ସାହିତ ତାମିଲନାଡୁ (Tamilnadu), ବିହାର (Bihar), ମହାରାଷ୍ଟ୍ର (Maharashtra) ଏବଂ ଜାମୁ କାଶ୍ମୀର (Jammu Kashmir) ଆଦି ରାଜ୍ୟର ପ୍ରଦେଶ କଂଗ୍ରେସ କମିଟିରେ (Pradesh Congress Committee) ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିବାର ସୂଚନା ମିଳିଛି। ସୁତରାଂ କଂଗ୍ରେସ (Congress) ୨୦୨୪ ଲୋକସଭା ନିର୍ବାଚନକୁ ( Lok Sabha Election 2024) ଆଖି ଆଗରେ ରଖି ଆରମ୍ଭ କରିଥିବା ଭାରତ ଯୋଡ କାର୍ଯ୍ୟକ୍ରମ କଂଗ୍ରେସ ଦଳ ଭିତରେ ସଞ୍ଜବନୀ ଭଳି କାମ କରିଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରୁଥିବା ତୁଙ୍ଗ ବିଜେପି ନେତା (Veteran BJP Leader) ଏବେ ଏଥିରୁ ଦୂରେଇ ଯାଇଥିବା ଜଣାପଡ଼ିଛି।
ଯେଉଁ ପରିସ୍ଥିତିରେ କଂଗ୍ରେସ ଦଳ ଭାରତ ଯୋଡ଼ କାର୍ଯ୍ୟକ୍ରମର ବିଚାର ଧାରାକୁ ଏକ ରାଜନୈତିକ ରଣନୀତି (Political Strategy of Congress) ଭାବରେ ଆପଣାଇ ନେଲା କାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକୃତରେ ଯଦି ରାହୁଲ ଗାନ୍ଧୀ ତାଙ୍କର ଦକ୍ଷତା ଏବଂ ରାଜନୈତିକ ପରିପକ୍ୱତା ଭାରତ ଯୋଡ଼ ଯାତ୍ରା ଅଭିଯାନ ସହିତ ସାମିଲ କରିଦିଅନ୍ତି ତାହେଲେ ୨୦୨୪ ନିର୍ବାଚନ ପାଇଁ ଏହା ବିଜେପି ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିବ। ଏଥିରେ କୌଣସି ସନ୍ଦେହ ନାହିଁ।