Odisha Politics: ରାଜଧର୍ମ ପାଳନ କରିବାକୁ ପରାମର୍ଶ ଦେଲେ ଭୁବନେଶ୍ୱର ସାଂସଦ; ଜବାବ ରଖିଲା ବିଜେଡ଼ି
Aparajita Sarangi Targets Naveen Patnaik: ଜୟଦେବ ନିର୍ବାଚନମଣ୍ଡଳୀରେ ହୋଇଥିବା ମୁହାଁମୁହିଁ ଘଟଣାକୁ ନେଇ ବିଜେଡ଼ି ବିରୋଧରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେପି ସାଂସଦଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡ଼ି।
Bhubaneswar MP Aparajita Sarangi: ଜୟଦେବ ନିର୍ବାଚନମଣ୍ଡଳୀରେ ହୋଇଥିବା ମୁହାଁମୁହିଁ ଘଟଣାରେ ବିଜେଡ଼ି ବିରୋଧରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଧୂତରାଷ୍ଟ୍ର ଭୂମିକା ଛାଡ଼ି କେବେ ରାଜଧର୍ମ ପାଳନ କରିବେଲ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି। ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରଶ୍ନ ଉପରେ ଜବାବ ରଖିଛି ବିଜେଡ଼ି।
ରବିବାର ଦିନ ଭୁବନେଶ୍ୱର ଲୋକସଭା ଆସନ (Bhubaneswar Lok Sabha Constituency) ଅଧିନସ୍ଥ ଜୟଦେବ ନିର୍ବାଚନମଣ୍ଡଳୀ (Jayadev Assembly Constituency) ଗସ୍ତ କରିବା ସମୟରେ ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ (Bhubaneswar MP Aparajita Sarangi) କିଛି ଲୋକ ବିରୋଧ କରିଥିଲେ। ଯାହାକୁ ନେଇ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ବିବାଦ (BJP-BJD Worker Clash in Bhubaneswar) ଉପୁଜିଥିଲା। ସାଂସଦ ଅଭିଯୋଗ କରିଛନ୍ତି ଯେ ରବିବାର ସେ ତାଙ୍କ ଲୋକସଭା କ୍ଷେତ୍ର ପରିଦର୍ଶନ କରିବା ସମୟରେ ମିଶନ ଶକ୍ତି ସଦସ୍ୟ ଅଣ୍ଡା ଏବଂ ପଥର ମାଡ଼ କରିଥିଲେ।
ଏନେଇ ପ୍ରତିକ୍ରିୟା ସାଂସଦ କହିଛନ୍ତି ମହିଳା ସଶକ୍ତିକରଣ ନାମରେ ରାଜ୍ୟ ସରକାର ମୋତେ ଆକ୍ରମଣ କରିବା ପାଇଁ ମିଶନ ଶକ୍ତି ମହିଳାଙ୍କୁ ବ୍ୟବହାର କରୁଛନ୍ତି। ଜଣେ ମହିଳା ସାଂସଦ, ଯଥାର୍ଥରେ ନିର୍ବାଚିତ ଏବଂ ଲୋକଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଛି। ଧୂତରାଷ୍ଟ୍ର ହେବା ବନ୍ଦ କର ଏବଂ ରାଜଧର୍ମ ପାଳନ କରିବାକୁ କହିଛନ୍ତି। ଏହି ଆକ୍ରମଣରେ ବ୍ୟବହୃତ କଳା ପତାକା, ପତାକା, ପଥର ଏବଂ ଅଣ୍ଡା ଧରିଥିବା ମହିଳାଙ୍କ ତିନୋଟି ଫଟୋ ବିଜେପି ସାଂସଦ (BJP MP Aparajita Sarangi) ସେୟାର କରିଛନ୍ତି।
ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ମୁଁ ଜଣେ ମହିଳା ସାଂସଦ ଏବଂ ମୁଁ ମୋର ସଂସଦୀୟ କ୍ଷେତ୍ରରେ ସୁରକ୍ଷିତ ନୁହେଁ। ବର୍ତ୍ତମାନ ଠାରୁ ଯଦି ମୋର ସଭାସ୍ଥଳରେ କୌଣସି ଅପ୍ରୀତିକର ଘଟଣା ଘଟେ, ତାହେଲେ ରାଜ୍ୟ ସରକାର ଦାୟୀ ରହିବେ।" ସାଂସଦ ଦାବି କରିଛନ୍ତି ଯେ ଯେତେବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଭେଟିବାକୁ ଯାଆନ୍ତି କିଛି ଲୋକ ତାଙ୍କୁ ବିରୋଧ କରୁଛନ୍ତି। ବିଗତ ୩ ଦିନ ଧରି ଏଭଳି ଘଟଣା କ୍ରମାଗତ ଭାବରେ ଘଟୁଛି।
ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡ଼ି (BJD)। ଏନେଇ ପ୍ରତିକ୍ରିୟା ରଖି ବିଜେଡି ସାଂସଦ ସସ୍ମିତ ପାତ୍ର (BJD MP Sasmit Patra) କହିଛନ୍ତି ଯେ ସାଧାରଣ ଜୀବନରେ କୌଣସି ପ୍ରକାର ହିଂସାରେ ଦଳ ବିଶ୍ୱାସ କରେ ନାହିଁ। ଆମ ଜାଣିବାରେ କୌଣସି ଅଘଟଣ ଘଟିନାହିଁ। ଯଦି ଘଟିଥାନ୍ତା ତାହେଲେ ବିଜେଡି ପ୍ରଥମେ ଏହାକୁ ନିନ୍ଦା କରିଥାନ୍ତା। ତତ୍କାଳୀନ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ (Suspended BJD MLA Prashant Jagdev) ବିଜେପି ବାଲୁଗାଁ ନଗର ମଣ୍ଡଳ (BJP Balugaon Nagar mandal President) ସଭାପତି ନିରଞ୍ଜନ ସେଠୀଙ୍କୁ ୨୦୨୧ ସେପ୍ଟମ୍ବର ୮ ତାରିଖରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡି ସଭାପତି ଦଳରୁ ନିଲମ୍ବିତ କରିଥିଲେ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ (BJD Supremo Naveen Patnaik) କେବେ ଗୁଣ୍ଡାଗର୍ଦ୍ଦିରେ ବିଶ୍ୱାସ କରନ୍ତି ନାହିଁ। ମାତ୍ର ଦଳରୁ ନିଲମ୍ବିତ ହୋଇଥିବା ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଏବେ ବିଜେପି ହାତ ଧରିବାକୁ ପ୍ରସ୍ତୁତ ହେଉଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରି ବିଜେଡି ସାଂସଦ କହିଛନ୍ତି ଯେ ଆପଣ ରାଜ୍ୟବାସୀଙ୍କ ପାଇଁ କେଉଁ ଉଦାହରଣ ସୃଷ୍ଟି କରୁଛନ୍ତି? ଆପଣ ଓଡିଶା ଲୋକଙ୍କୁ କ'ଣ କହିବେ? ଜଣେ ବ୍ୟକ୍ତି ଯାହାଙ୍କୁ ବିଜେଡ଼ି ଗୁଣ୍ଡାଗର୍ଦ୍ଦି ପାଇଁ ବହିଷ୍କାର କରିଥିଲା, ତାଙ୍କୁ କ'ଣ କେବଳ ରାଜନୈତିକ ଫାଇଦା ପାଇଁ ଗ୍ରହଣ କରୁଛନ୍ତି? ଆପଣ ରାଜ୍ୟବାସୀଙ୍କୁ କିପରି ସାମ୍ନା କରିବେ? ଗଣତନ୍ତ୍ର ବିଷୟରେ ଆପଣଙ୍କ କଥାବାର୍ତ୍ତା କେବଳ ଏକ ଧୂଆଁବାଣ ବୋଲି ଲୋକେ ଜାଣିବେ।