UP Politics: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଉତ୍ତରପ୍ରଦେଶ ବିଜେପି ରାଜ୍ୟ ସଭାପତିଙ୍କୁ ନେଇ ଚାଲିଥିବା ମାରାଥନ ଦଉଡରେ ପୂର୍ଣ୍ଣଚ୍ଛେଦ ପଡିଛି। ଯୋଗୀ ସରକାରରେ ପଞ୍ଚାୟତୀରାଜ ମନ୍ତ୍ରୀ ଭୁପେନ୍ଦ୍ର ଚୌଧୁରୀଙ୍କୁ (Bhupendra Chaudhary) ରାଜ୍ୟ ସଭାପତି (State President) କରାଯାଇଛି। କୁହାଯାଉଛି ଯେ, ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି କମାଣ୍ଡ ଜଣେ ଜାଠ ନେତାଙ୍କୁ ଦାୟିତ୍ବ ଦେଇଛି। ଭୁପେନ୍ଦ୍ର ଚୌଧୁରୀ ଆରଏସଏସ ସହିତ ଜଡିତ ଥିବା ସହିତ ତାଙ୍କ ଠାରେ ସଂଗଠନରେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ରହିଛି।


COMMERCIAL BREAK
SCROLL TO CONTINUE READING

ଏଠାରେ କହିରଖୁଛୁ, ସ୍ବତନ୍ତ୍ର ଦେବ ସିଂ ଜଣେ ମନ୍ତ୍ରୀ ହେବା ଏବଂ ତାଙ୍କ ଇସ୍ତଫା ପରେ ୟୁପି ବିଜେପିରେ ରାଜ୍ୟ ସଭାପତି ପଦ ଖାଲି ପଡ଼ିଥିଲା। ବୁଧବାର ସନ୍ଧ୍ୟାରେ ଯେତେବେଳେ ତାଙ୍କୁ ହଠାତ୍ ଦିଲ୍ଲୀ ଡକାଯାଇଥିଲା ସେତେବେଳେ ତାହା ଅନୁମାନ ପରିସରକୁ ଆସିଥିଲା। ଦିଲ୍ଲୀରେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସମସ୍ତ ଶୀର୍ଷ ନେତାଙ୍କୁ ଭେଟିଥିଲେ। ବାସ୍ତବରେ, ଭାରତୀୟ ଜନତା ପାର୍ଟିର ଗୋଟିଏ ପଦ ହେଉଛି ଜଣେ ବ୍ୟକ୍ତିଙ୍କ ସିଦ୍ଧାନ୍ତ। ନିକଟରେ ସ୍ବତନ୍ତ ଦେବ ସିଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।



ଭାରତୀୟ ଜନତା ପାର୍ଟିର (BJP) ଶୀର୍ଷ ନେତୃତ୍ୱ ତାଙ୍କୁ ବର୍ତ୍ତମାନର ରାଜନୈତିକ ସମୀକରଣର ମୁକାବିଲା ପାଇଁ ସଭାପତି କରିଛନ୍ତି। ପଶ୍ଚିମ ୟୁପିରେ ସମାଜବାଡଦୀ ପାର୍ଟି ମେଣ୍ଟକୁ ଦୁର୍ବଳ କରିବା ପାଇଁ ଏହା ମଧ୍ୟ ଏକ ରଣନୀତି ବୋଲି ଆଲେଚନା ହଉଛି। ୨୦୨୨ ବିଧାନସଭା ନିର୍ବାଚନରେ ​​ମଧ୍ୟ କୁହାଯାଉଥିଲା ଯେ, ପାଶ୍ଚିମର ଜାଠ ସମ୍ପ୍ରଦାୟ ବିଜେପି ଉପରେ ଆକ୍ରୋଶ ରଖିଛନ୍ତି। ସେତେବେଳେ ଭୁପେନ୍ଦ୍ର ଚୌଧୁରୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଫଳାଫଳ ଆସିବା ପରେ ଦଳର ସେମିତି ବିଶେଷ କିଛି କ୍ଷତି ହୋଇନଥିଲା।



ଭୁପେନ୍ଦ୍ର ଚୌଧୁରୀ ଅମିତ ଶାହାଙ୍କ ନିକଟତର ବୋଲି ବିବେଚନା କରାଯାଏ। ଆରଏସଏସ ପୃଷ୍ଠଭୂମିରୁ ଆସିଥିବା ଭୁପେନ୍ଦ୍ର ଚୌଧୁରୀ ମଧ୍ୟ ବିଜେପିର ପଶ୍ଚିମ ଜୋନର ଆଞ୍ଚଳିକ ସଭାପତି ରହିଛନ୍ତି। ଭୁପେନ୍ଦ୍ର ଚୌଧୁରୀ ବିଶ୍ୱ ହିନ୍ଦୁ ପରିଷଦରୁ ରାଜନୀତି ଆରମ୍ଭ କରିଥିଲେ। ମୁରାଦାବାଦର ବାସିନ୍ଦା ଭୁପେନ୍ଦ୍ର ଚୌଧୁରୀ ମଧ୍ୟ ବିଜେପିର ଜିଲ୍ଲା କାର୍ଯ୍ୟନିର୍ବାହୀ ସଦସ୍ୟ ରହିଛନ୍ତି। ଯେତେବେଳେ ଅମିତ ଶାହା ୟୁପିରେ ଦାୟିତ୍ୱରେ ଆସିଥିଲେ ଭୁପେନ୍ଦ୍ର ଚୌଧୁରୀ ତାଙ୍କ ସହ ସମସ୍ତ ନିର୍ବାଚନ ପ୍ରଚାରରେ ନିୟୋଜିତ ହୋଇଥିଲେ। ଏଥି ସହିତ ଭୁପେନ୍ଦ୍ର ଚୌଧରୀ ମଧ୍ୟ ସୁନୀଲ ବନସଲଙ୍କ ଅତି ଘନିଷ୍ଠ ବୋଲି ବିବେଚନା କରାଯାଏ। ନିକଟରେ ଭୁପେନ୍ଦ୍ର ଚୌଧୁରୀ ପଶ୍ଚିମ ୟୁପିରେ ଜାଠ ଆନ୍ଦୋଳନକୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭୁପେନ୍ଦ୍ର ଚୌଧୁରୀ ବିଧାନପରିଷଦ ସଦସ୍ୟ ଥିବା ବେଳେ ଯୋଗୀ ସରକାରରେ ଦ୍ୱିତୀୟ ଥର ପାଇଁ ପଞ୍ଚାୟତିରାଜ ମନ୍ତ୍ରୀର ଦାୟୀତ୍ବ ମଧ୍ୟ ସମ୍ଭାଳୁଛନ୍ତି। ନିକଟରେ ରାମପୁର ଲୋକସଭା ଉପ-ନିର୍ବାଚନରେ ହୋଇଥିବା ​​ବିଜେପି ପ୍ରାର୍ଥୀଙ୍କ ବିଜୟ ପଛରେ ଭୁପେନ୍ଦ୍ର ସିଂଙ୍କ କଠିନ ପରିଶ୍ରମ ରହିଛି। ଏବେ ଚର୍ଚ୍ଚା ଚାଲିଛି ଯେ, ଚୌଧୁରୀ ଭୁପେନ୍ଦ୍ର ସିଂଙ୍କୁ ଉତ୍ତରପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦିଆଯାଉଛି। ତାଙ୍କୁ ୟୁପିରେ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନର ମଙ୍ଗ ପୁଣି ସେ ସମ୍ଭାଳିବେ ବୋଲି ଆଲୋଚନା ଚାଲିଛି।