ପାଟନା: ବିହାରରେ ଶାସକ ମେଣ୍ଟ ଏନଡିଏ (NDA) ର ଦୁଇ ପ୍ରମୁଖ ଦଳ ଜେଡିୟୁ (JDU) ଓ ବିଜେପି (BJP) ପୁଣିଥରେ ମୁହାଁମୁହିଁ ହୋଇଛନ୍ତି । ସୋମବାର ବିହାର ଭାରତୀୟ ଜନତା ପାର୍ଟି (BJP) ମୁଖ୍ୟ ସଞ୍ଜୟ ଜୟସୱାଲ ଜନତା ଦଳ ୟୁନାଇଟେଡ (JDU) କୁ ଧମକ ଦେଇଛନ୍ତି ଓ କହିଛନ୍ତି ଯଦି ଟ୍ୱିଟର ଟ୍ୱିଟର ଖେଳ ଖେଳି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ, ତେବେ ବିହାରର ୭୬ ଲକ୍ଷ ବିଜେପି କର୍ମୀ ଏହାର ଜବାବ ଭଲ ଭାବେ ଦେବାକୁ ଜାଣନ୍ତି ।


COMMERCIAL BREAK
SCROLL TO CONTINUE READING

ସଞ୍ଜୟ ଜୟସୱାଲ କହିଛନ୍ତି ଯେ, ଜେଡିୟୁ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ୍ ବନ୍ଦ କରିବା ଉଚିତ । ୨୦୨୦ ବିହାର ବିଧାନସଭା ନିର୍ବାଚନରେ ​​ବିଜେପି ୭୪ଟି ଆସନ ଜିତିଛି ଓ ଜେଡିୟୁ ମାତ୍ର ୪୫ଟି ଆସନ ଜିତିଛି । ବିଜେପିରେ ଅଧିକ ଆସନ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନୀତୀଶ କୁମାର (Nitish Kumar) ।


ସେ ଫେସବୁକରେ ଏକ ପୋଷ୍ଟ ଲେଖି ଜେଡିୟୁକୁ ଅତି କଠୋର ଭାଷାରେ ଚେତାବନୀ ଦେଇଛନ୍ତି । ଜୟସୱାଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ଏନଡିଏ ମେଣ୍ଟକୁ ମଜଭୁତ ରଖିବା ପାଇଁ ଆମେ ସମସ୍ତଙ୍କୁ ମର୍ଯ୍ୟାଦାର ଧ୍ୟାନ ରଖିବା ଉଚିତ । ଏହି ଏକ ତରଫା ଆଉ ଚଳିବ ନାହିଁ । ଏହି ମର୍ଯ୍ୟାଦାର ପ୍ରଥମ ସର୍ତ୍ତ ହେଉଛି ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଟ୍ୱିଟର-ଟ୍ୱିଟର ଖେଳ ଖେଳିବା ନାହିଁ । ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତ୍ୟେକ ବିଜେପି କର୍ମୀଙ୍କ ଗର୍ବ ଓ ଅଭିମାନ ମଧ୍ୟ । ଯଦି ଆପଣ ଟ୍ୱିଟର-ଟ୍ୱିଟର ଖେଳି ତାଙ୍କୁ ପ୍ରଶ୍ନ କରନ୍ତି, ତେବେ ବିହାରର ୭୬ ଲକ୍ଷ ବିଜେପି କର୍ମୀ ଏହାର ଭଲ ଜବାବ ଜାଣିଛନ୍ତି ।" 


ବିହାର ବିଜେପି ପ୍ରମୁଖ ନିଜ ପୋଷ୍ଟରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ଓ ଜେଡିୟୁ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କ ଟ୍ୱିଟର ଉଦାହରଣ ଦେଇଛନ୍ତି । ଉଭୟ ନେତା ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା, ସ୍ପେଶାଲ ପ୍ୟାକେଜ ଓ ସମ୍ରାଜ ଅଶୋକ ଉପରେ କଥିତ ଆପତ୍ତିଜନକ ଟିପ୍ପଣୀକୁ ନେଇ ଲେଖକ ଦୟା ପ୍ରକାଶ ସିହ୍ନା (Daya Prakash Sinha) ଙ୍କ ଠାରୁ ପୁରୁସ୍କାର ଫେରାଇ ନେବାର ପ୍ରସଙ୍ଗ ଉଠାଇ ଆସୁଛନ୍ତି । 


ସଞ୍ଜୟ ଜୟସୱାଲ ପଶ୍ଚିମ ଚମ୍ପରାନର ଲୋକସଭା ସାଂସଦ ଅଛନ୍ତି । ଜୟସୱାଲ ଲେଖିଛନ୍ତି, "ଏପରି କଥା କହିବା ଯେ ରାଷ୍ଟ୍ରପତି ଜୀଙ୍କ ଦ୍ୱାରା ଦିଆଯାଇଥିବା ପୁରସ୍କାରକୁ ପ୍ରଧାନମନ୍ତ୍ରୀ ଫେରାଇ ନିଅନ୍ତୁ, ଏହା ଠାରୁ  ଅଧିକ ଅର୍ଥହୀନତା ହୋଇପାରିବ ନାହିଁ । ଆମେ ଆପଣଙ୍କ ଅପେକ୍ଷା ଦୟା ପ୍ରକାଶ ସିହ୍ନାଙ୍କ ଶହେ ଗୁଣ ବଡ଼ ବିରୋଧୀ ।"


ଦୟା ପ୍ରକାଶ ସିହ୍ନାଙ୍କ ଠାରୁ ପଦ୍ମ ଓ ସାହିତ୍ୟ ଏକାଡେମୀ ସମ୍ମାନ ଫେରାଇ ନେବାକୁ ଉପେନ୍ଦ୍ର କୁଶୱାହା ଦାବି କରୁଛନ୍ତି । ହିନ୍ଦୀ ଖବରକାଗଜ ନବଭାରତ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଦୟା ପ୍ରକାଶ ସିହ୍ନା ସମ୍ରାଟ ଅଶୋକାଙ୍କୁ ଔରଙ୍ଗଜେବଙ୍କ ସହ ତୁଳନା କରିଛନ୍ତି ଓ ଉଭୟଙ୍କୁ ସମାନ ବୋଲି ବର୍ଣ୍ଣନା କରିଛନ୍ତି ।


ଏହା ବି ପଢ଼ନ୍ତୁ:-ଭଲ ଖବର: ଗତକାଲି ତୁଳନାରେ ଆଜି ୨୦ ହଜାର ମାମଲା ହ୍ରାସ, ଆଖି ବୁଜିଲେ ୩୧୦ ସଂକ୍ରମିତ


ଏହା ବି ପଢ଼ନ୍ତୁ:-ଖୁସି ଖବର! ପୁଣି ଶସ୍ତା ହେଲା ଖାଇବା ତେଲ, ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଲା ଦର, ଜାଣନ୍ତୁ ନୂଆ ରେଟ୍


ଏହା ବି ପଢ଼ନ୍ତୁ:-୪୦ କୋଟି ଗ୍ରାହକଙ୍କୁ ଆଲର୍ଟ କଲା SBI! ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା, ଜାଣନ୍ତୁ ଏହାର କାରଣ


ଦୟା ପ୍ରକାଶ ସିହ୍ନା ତାଙ୍କ ସାକ୍ଷାତକାରରେ କହିଥିଲେ ଯେ, "ଯେତେବେଳେ ମୁଁ ସମ୍ରାଟ ଅଶୋକା (Ashoka) ଙ୍କ ଉପରେ ଏକ ନାଟକ ଲେଖୁଥିଲି, ସେତେବେଳେ ଅନୁସନ୍ଧାନ ପରେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ଯେ ଅଶୋକା ଓ ମୋଗଲ ସମ୍ରାଟ ଔରଙ୍ଗଜେବ (Mughal emperor Aurangzeb) ଙ୍କ ଚରିତ୍ରରେ ଅନେକ ସମାନତା ଅଛି । ଉଭୟ ସେମାନଙ୍କର ପ୍ରାରମ୍ଭିକ ଜୀବନରେ ଅନେକ ପାପ କରିଥିଲେ ଓ ସେମାନଙ୍କର ପାପକୁ ଲୁଚାଇବା ପାଇଁ ଅତ୍ୟଧିକ ଧର୍ମର ସାହାରା ନେଇଥିଲେ ଯାହା ଦ୍ୱାରା ଜନସାଧାରଣଙ୍କ ଧ୍ୟାନ ଧର୍ମ ଆଡକୁ ଯିବ ଏବଂ ସେମାନଙ୍କର ପାପ ଆଡ଼କୁ ଧ୍ୟାନ ଯିବ ନାହିଁ । ଦୁହେଁ ନିଜ ଭାଇମାନଙ୍କୁ ହତ୍ୟା କରି ବାପାଙ୍କୁ ବନ୍ଦୀ କରି ରଖିଥିଲେ । ଅଶୋକଙ୍କ ଚରିତ୍ର ଅତ୍ୟନ୍ତ ଆକର୍ଷଣୀୟ । ସେ ତାଙ୍କ ପତ୍ନୀଙ୍କୁ ଜାଳି ଦେଇଥିଲେ କାରଣ ସେ ଜଣେ ବୈଦ୍ଧ ଭିକ୍ଷୁଙ୍କୁ ଅପମାନିତ କରିଥିଲେ ।"


ସୂଚନାଯୋଗ୍ୟ, ଦୟା ପ୍ରକାଶ ସିହ୍ନା ଜଣେ ଅବସରପ୍ରାପ୍ତ IAS ଅଧିକାରୀ ତଥା ବିଜେପିର ସାଂସ୍କୃତିକ ସେଲର ଜାତୀୟ ସଂଯୋଜକ ଅଛନ୍ତି । ଏହା ବ୍ୟତୀତ ସିହ୍ନା ମଧ୍ୟ ଇଣ୍ଡିଆନ କାଉନ୍ସିଲ ଫୋର୍ କଲ୍ଚରାଲ ରିଲେଶନର ଉପାଧ୍ୟକ୍ଷ ଅଛନ୍ତି । ସେ ପଦ୍ମଶ୍ରୀ ପୁରସ୍କାର ସହିତ ୨୦୨୧ ମସିହାରେ ସମ୍ରାଟ ଅଶୋକ ନାଟକ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ । ଦୟା ପ୍ରକାଶ ସିହ୍ନାଙ୍କ ବିରୋଧରେ ଜେଡିୟୁ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ।