ଖୁସି ଖବର! ପୁଣି ଶସ୍ତା ହେଲା ଖାଇବା ତେଲ, ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଲା ଦର, ଜାଣନ୍ତୁ ନୂଆ ରେଟ୍
Advertisement

ଖୁସି ଖବର! ପୁଣି ଶସ୍ତା ହେଲା ଖାଇବା ତେଲ, ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଲା ଦର, ଜାଣନ୍ତୁ ନୂଆ ରେଟ୍

ବ୍ୟବସାୟୀଙ୍କ ଅନୁଯାୟୀ, ତୈଳ ମୂଲ୍ୟ (Oil Price) ରେ ଆହୁରି ହ୍ରାସ ଦେଖିବାକୁ ମିଳିବ । ଏହାଦ୍ୱାରା ଲୋକଙ୍କ ପକେଟ ଉପରେ ଚାପ କମିଯିବ । 

ଖୁସି ଖବର! ପୁଣି ଶସ୍ତା ହେଲା ଖାଇବା ତେଲ, ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଲା ଦର, ଜାଣନ୍ତୁ ନୂଆ ରେଟ୍

ନୂଆଦିଲ୍ଲୀ: Edible Oil Price: ପେଟ୍ରୋଲ ଓ ଡିଜେଲ (Petrol Diesel Price) ସହିତ ଖାଇବା ତେଲର ମୂଲ୍ୟ (Edible Oil Price) କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମୟରେ ଯଦି ଆପଣ ସୋରିଷ ତେଲର ଜଣେ ଉପଭୋକ୍ତା, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ସୋରିଷ ତେଲ (Mustard Oil) ର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ଦୁଇରୁ ତିନିମାସ ପୂର୍ବେ ସୋରିଷ ଓ ସୋୟାବିନ୍ ତେଲ (Soyabean Oil) ର ଦରରେ ବଡ଼ ଧରଣର ବୃଦ୍ଧି ରେକର୍ଡ କରାଯାଇଥିଲା । ବର୍ତ୍ତମାନ ସେଥିରେ ୧୭ରୁ ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସି ଆସିଛି । ଏହାର କାରଣ ହେଉଛି ଆମଦାନୀ ହେଉଥିବା ଖାଇବା ତେଲ ଉପରେ ଶୂନ୍ୟ ଟିକସ ଓ ଫ୍ୟୁଚର କାରବାର ଉପରେ ସରକାର ଏକ ନିର୍ଦ୍ଦେଶ ମଧ୍ୟ ଜାରି କରିଛି ।

ବ୍ୟବସାୟୀଙ୍କ ଅନୁଯାୟୀ, ତୈଳ ମୂଲ୍ୟ (Oil Price) ରେ ଆହୁରି ହ୍ରାସ ଦେଖିବାକୁ ମିଳିବ । ଏହାଦ୍ୱାରା ଲୋକଙ୍କ ପକେଟ ଉପରେ ଚାପ କମିଯିବ । ଯଦି ଆମେ ଗତ ଏକ ମାସରେ ତେଲର ମୂଲ୍ୟକୁ ଦେଖିବା, ତେବେ ଅକ୍ଟୋବର-ନଭେମ୍ବରରେ ସୋରିଷ ତେଲ  (Mustard Oil) ଯାହା ଲିଟର ପିଛା ୧୮୫ ଟଙ୍କାରେ ବିକ୍ରି ହେଉଥିଲା । ତାହା ବର୍ତ୍ତମାନ ଲିଟର ପିଛା ୧୬୩ରୁ ୧୬୮ ଟଙ୍କାକୁ ଖସି ଆସିଛି ।

ସେହିଭଳି ସୋୟାବିନ୍ ତେଲ (Soyabean Oil) ଯାହା ନଭେମ୍ବରରେ ଲିଟର ପିଛା ୧୪୦ ଟଙ୍କା ଥିଲା ତାହା ବର୍ତ୍ତମାନ ଲିଟର ପିଛା ୧୩୦ରୁ ୧୩୨ ଟଙ୍କାକୁ ଖସି ଆସିଛି । ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ମୁଖ୍ୟ ଖରିଫ ଫସଲ ସୋୟାବିନର କମ୍ ଉତ୍ପାଦନ ହେତୁ ସେପ୍ଟେମ୍ବରରୁ ଏହାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିଲା । ଏହି କାରଣରୁ ସୋୟାବିନ୍ ତେଲର ମୂଲ୍ୟ ସେପ୍ଟେମ୍ବରରେ ୯୦ ଟଙ୍କାରୁ ବୃଦ୍ଧି ଘଟି ଜାନୁଆରୀ ପର୍ଯ୍ୟନ୍ତ ଲିଟର ପିଛା ୧୪୦ ଟଙ୍କାକୁ ପହଞ୍ଚି ଯାଇଥିଲା । 

ଏହା ବି ପଢ଼ନ୍ତୁ:-୪୦ କୋଟି ଗ୍ରାହକଙ୍କୁ ଆଲର୍ଟ କଲା SBI! ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା, ଜାଣନ୍ତୁ ଏହାର କାରଣ

ଏହା ବି ପଢ଼ନ୍ତୁ:-ଋଷକୁ ପୁଣି ଥରେ ଚେତାବନୀ ଦେଲା ଆମେରିକା, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ଏହା ବି ପଢ଼ନ୍ତୁ:-ବଦଳିଲା ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ, ବର୍ତ୍ତମାନ ଏହି ଦିନ ହେବ ମତଦାନ

ଏହା ବି ପଢ଼ନ୍ତୁ:-ଜରୁରୀ ଖବର! ଯଦି ଆପଣ ଏକରୁ ଅଧିକ ଆକାଉଣ୍ଟ ଖୋଲିଛନ୍ତି ତ ଆଜି ହିଁ ଏହାକୁ କରନ୍ତୁ ବନ୍ଦ, ନଚେତ୍...

 

ତେଲ ଦରରେ ଚାରି ମାସରେ ୪୫ ଟଙ୍କା ପ୍ରତି ଲିଟର ରେକର୍ଡ ବୃଦ୍ଧିରୁ ସାଧାରଣ ଲୋକଙ୍କ ଘରର ବଜେଟ୍ ବିଗିଡ଼ିବାରେ ଲାଗିଥିଲା, କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ ଲୋକଙ୍କ ୮ରୁ ୧୦ ଟଙ୍କା ସଞ୍ଚୟ ହେଉଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୋରିଷ ଉତ୍ପାଦନରେ ଉନ୍ନତି ଆସିଛି । ନିଶ୍ଚିତ ଭାବରେ ଆଗାମୀ ଦିନରେ ତେଲର ମୂଲ୍ୟ ଆହୁରି ହ୍ରାସ ପାଇବ । ରାସନରେ ଭୋଜନ ତେଲର ବଣ୍ଟନ ମଧ୍ୟ ସୋରିଷ ତେଲର ଚାହିଦା ହ୍ରାସ କରେ । ମୂଲ୍ୟ ହ୍ରାସ ହେବାର ଏହା ମଧ୍ୟ ଅନ୍ୟତମ କାରଣ । ଗତ ଏକ ମାସ ମଧ୍ୟରେ ତେଲ ଦର ଯଥେଷ୍ଟ ହ୍ରାସ ପାଇଛି ।