Bihar Politics: ଆଗାମୀ ୨୦୨୪ ଲୋକସଭା ତଥା କିଛି ରାଜ୍ୟର ନିର୍ବାଚନ (Election)କୁ ଦୃଷ୍ଟିରେ ରଖି ବିଜେପି (BJP) ତା'ର ତମାମ ତୁଙ୍ଗ ନେତାଙ୍କୁ ପ୍ରଭାରୀ (In-Charge) ଭାବେ ଦାୟିତ୍ବ ହସ୍ତାନ୍ତର କରିସାରିଛି। ଲୋକସଭା ନିର୍ବାଚନ ​​୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦି (PM Modi)ଙ୍କୁ ପରାସ୍ତ କରିବାକୁ ବିରୋଧୀଙ୍କୁ ଏକତ୍ରିତ କରିବାର ପ୍ରୟାସ ପୁନଶ୍ଚ ଆରମ୍ଭ ହୋଇଛି। ବିରୋଧୀ ଦଳ ଗୁଡିକରୁ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖୁଥିବା ଗୋଟିଏ ନୁହେଁ ଅନେକ ଚେହେରା ସାମ୍ନାକୁ ଆସୁଛନ୍ତି। ସେଥିମଧ୍ୟରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମ ଅନ୍ୟତମ। ଯେଉଁଭଳି ଭାବରେ ନୀତିଶ କୁମାର ପୁଣି ଥରେ ବିଜେପିକୁ ଓହରି ଯାଇଛନ୍ତି, ସେହି ଦୃଷ୍ଟିରୁ ବିହାରରେ ଲୋକସଭା ନିର୍ବାଚନରେ ବିଜେପି ପାଇଁ କଠିନ ପରିସ୍ଥିତି ସୃଷ୍ଟି କରିପାରେ।


COMMERCIAL BREAK
SCROLL TO CONTINUE READING

ଏପରି ପରିସ୍ଥିତିରେ ବିହାରର ରାଜନୈତିକ ରଣକ୍ଷେତ୍ରକୁ ସମ୍ଭାଳିବା ପାଇଁ ତଥା ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଲୋକସଭା ନିର୍ବାଚନରେ ଅମୃତର ସ୍ବାଦ ପାଇବାକୁ ବିଜେପି ହାଇକମାଣ୍ଡ ବିହାର ବିଜେପିର ପ୍ରଭାରୀ ଭାବେ ବିନୋଦ ତାଓ୍ବଡେ (Vinod Tawde)ଙ୍କୁ ଦାୟିତ୍ବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ଜେପି ନାଡ୍ଡାଙ୍କର ବିହାର ସହିତ ବହୁତ ଭଲ ସମ୍ବନ୍ଧ ରହିଛି। ଏଭଳି ପରିସ୍ଥିତିରେ ଯେତେବେଳେ ଇନ୍-ଚାର୍ଜ (ପ୍ରଭାରୀ) ତାଲିକା ପ୍ରକାଶ ପାଇଲା, ସେତେବେଳେ ସେ ବିହାର ରାଜ୍ୟର ପ୍ରଭାରୀ ଭାବେ ମୁମ୍ବାଇର ଗିରଗାବଂର ବିନୋଦ ତାୱେଡେଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିଲେ।


ବର୍ତ୍ତମାନ ନୀତିଶ କୁମାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi)ଙ୍କ ବିରୋଧରେ ବିରୋଧୀ ଦଳଙ୍କୁ ଏକଜୁଟ କରିବାରେ ବ୍ୟସ୍ତ ଅଛନ୍ତି। ନୀତିଶଙ୍କୁ ତାଙ୍କ ଗଡ଼ରେ ଘେରି ରହିବା ପାଇଁ ବିଜେପି ନିଜର ବିଶ୍ୱସ୍ତ ଚେହେରାକୁ ବିହାର ରାଜନୈତିକ ମୈଦାନରେ ଛାଡିଛି। ବିନୋଦ ତାୱଡେ ସଂଘ ପରିବାରୁ ଆସିଛନ୍ତି। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ ମହାସଚିବ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ବିଜେପିର ଜାତୀୟ ମହାସଚିବ ଅଛନ୍ତି। ଏହାସହିତ ସେ ପ୍ରାୟ ଦୁଇ ଦଶନ୍ଧି ଧରି ବିଧାୟକ ଅଛନ୍ତି ଓ ମହାରାଷ୍ଟ୍ର ସରକାରରେ ମଧ୍ୟ ମନ୍ତ୍ରୀ ରହିସାରିଛନ୍ତି।


ବିଶ୍ବାସ କରାଯାଉଛି ଯେ, ବିନୋଦ ତାୱଡେଙ୍କ ସଂଗଠନ ତଥା ପ୍ରଶାସନିକ ଦକ୍ଷତାରେ ନୀତିଶ କୁମାରଙ୍କ ସହ ମୁକାବିଲା କରିବାକୁ ବିଜେପି ସ୍ଥିର କରିଛି। ବିନୋଦ ତାୱଡେଙ୍କ ନାଁରେ ସବୁଠୁ କମ୍ ବୟସରେ ମୁମ୍ବାଇ ମହାନଗର ଅଧ୍ୟକ୍ଷ ହେବାର ରେକର୍ଡ ରହିଛି। ଏଥିରୁ ତାଙ୍କର ଦକ୍ଷତା ବିଷୟରେ ଜଣାପଡିଯାଉଛି। ଭୁପେନ୍ଦ୍ର ଯାଦବ କେନ୍ଦ୍ରମନ୍ତ୍ରୀ ହେବା ପରଠାରୁ ବିଜେପି ଜଣେ ଏପରି ଓବିସି ନେତା ଖୋଜୁଥିଲା ଯିଏ ସାଂଗଠନିକ କୌଶଳରେ ମହାରଥୀ ହାସଲ କରିଥିବ। 


ପ୍ରଭାରୀ ରୂପରେ ବିନୋଦ ତାୱଡେଙ୍କ ଓବିସି ଯୁବ ଚେହେରା, ବିହାରରେ ବିଜେପିର ମାଷ୍ଟର ଷ୍ଟ୍ରୋକ ଭାବରେ ବିବେଚନା କରାଯାଇପାରେ। ଯେଉଁ ମହାରାଷ୍ଟ୍ରରୁ ବିନୋଦ ତାୱଡେ ଆସନ୍ତି, ସେଠାରେ ବିହାରି ସମସ୍ୟା ଏପ ପ୍ରମୁଖ ପ୍ରସଙ୍ଗ। ବିନୋଦ ତାୱଡେଙ୍କୁ ସର୍ବଦା ଉତ୍ତର ଭାରତୀୟଙ୍କ ସହୃଦୟର ବ୍ୟକ୍ତି ଭାବରେ ଜଣାଶୁଣା। କାରଣ ବିଦ୍ୟାର୍ଥୀ ପରିଷଦରେ ରହିଥିବା ସମୟରେ ସେ ପାଟନା ହେଉ କିମ୍ବା ଗୋହାଟି 'ଅପନା ଦେଶ ଅପନି ମାଟି' ଭଳି ସ୍ଲୋଗାନକୁ ପ୍ରୋତ୍ସାହିତ କରି ଗୋଟିଏ ଭାରତର ବାର୍ତ୍ତା ଦେଇଥିଲେ। ତାୱେଡେଙ୍କ ସହ ହରିଶ ଦ୍ୱିବେଦୀଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ବସ୍ତି ର ସାଂସଦ ହରିଶ ମଧ୍ୟ ଅଖିଲ ଭାରତୀୟ ବିଦ୍ୟା ପରିଷଦରୁ ଆସିଛନ୍ତି। ଏହାପୂର୍ବରୁ ବିନୋଦ ତାୱଡେ ହରିୟାଣାର ପ୍ରଭାରୀ ଦାୟିତ୍ୱରେ ଥିଲେ। ଏବେ ଦେଖିବା ବାକି ରହିଲା ଯେ, ରାଜନାତିକ କୌଶଳର ମହାରଥୀ ନୀତିଶ କୁମାରଙ୍କ ବିରୋଧରେ ବିହାର ବିଜେପିକୁ କେଉଁ ଦିଗରେ ନେଉଛନ୍ତି।  


ଏହା ବି ପଢନ୍ତୁ: Amit Shah Karauli Rally: ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ ଅମିତ ଶାହାଙ୍କ କଟାକ୍ଷ