Amit Shah Karauli Rally: ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ ଅମିତ ଶାହାଙ୍କ କଟାକ୍ଷ
Advertisement
Article Detail0/zeeodisha/odisha1345544

Amit Shah Karauli Rally: ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ ଅମିତ ଶାହାଙ୍କ କଟାକ୍ଷ

Amit Shah On Rahul Gandhi T-Shirt: ଗୃହମନ୍ତ୍ରୀ ଅମିତ ଶାହା (Home Minister Amit Shah) ମଧ୍ୟ ତାଙ୍କ ଟି-ସାର୍ଟକୁ ନେଇ ଟିପ୍ପଣି ଦେଇଛନ୍ତି। ରାଜସ୍ଥାନ (Rajasthan) ରେ ଏକ କାର୍ଯ୍ୟକ୍ରମ ସମୟରେ ଗୃହମନ୍ତ୍ରୀ କହିଛନ୍ତି, ରାହୁଲ ବାବା ବର୍ତ୍ତମାନ ଭାରତ ଯୋଡା ଯାତ୍ରା କରୁଛନ୍ତି।

ପ୍ରତୀକାତ୍ମକ

Amit Shah On Rahul Gandhi T-Shirt: 'ଭାରତ ଯୋଡୋ' ଯାତ୍ରାରେ ରାହୁଲ ଗାନ୍ଧୀ (Rahun Gandhi)ଙ୍କ ଟି-ସାର୍ଟକୁ ନେଇ ବୟାନବାଜି ପ୍ରଖର ହେବାରେ ଲାଗିଛି। ଗତକାଲି ବିଜେପି (BJP) ନିଜ ଟ୍ବିଟର ଆକାଉଣ୍ଟ (Twitter Account)ରେ, ରାହୁଲ ପିନ୍ଧିଥିବା ମହଙ୍ଗା ଟି-ସାର୍ଟକୁ କଟାକ୍ଷ କରିଥିଲା। ଏବେ ଗୃହମନ୍ତ୍ରୀ ଅମିତ ଶାହା (Home Minister Amit Shah) ମଧ୍ୟ ତାଙ୍କ ଟି-ସାର୍ଟକୁ ନେଇ ଟିପ୍ପଣି ଦେଇଛନ୍ତି। ରାଜସ୍ଥାନ (Rajasthan) ରେ ଏକ କାର୍ଯ୍ୟକ୍ରମ ସମୟରେ ଗୃହମନ୍ତ୍ରୀ କହିଛନ୍ତି, ରାହୁଲ ବାବା ବର୍ତ୍ତମାନ ଭାରତ ଯୋଡା ଯାତ୍ରା କରୁଛନ୍ତି। ରାହୁଲ ବାବା ଏକ ବିଦେଶୀ ଟି-ସାର୍ଟ (Foreign T-Shirt) ପିନ୍ଧି ଭାରତକୁ ଯୋଡିବାକୁ ବାହାରିଛନ୍ତି।

ଗୃହମନ୍ତ୍ରୀ କହିଛନ୍ତି ଯେ, ମୁଁ ରାହୁଲ ବାବା ଓ କଂଗ୍ରେସ କର୍ମୀଙ୍କୁ ତାଙ୍କର ସଂସଦର ଏକ ଭାଷଣକୁ ମନେପକାଇ ଦେଉଛି। ରାହୁଲ ବାବା କହିଥିଲେ ଯେ, ଭାରତ ଏକ ରାଷ୍ଟ୍ର ନୁହେଁ। ଆରେ ରାହୁଲ ବାବା, ଆପଣ କେଉଁ ପୁସ୍ତକରେ ପଢିଛନ୍ତି? ଏହା ହେଉଛି ସେହି ଦେଶ ଯାହାର ସ୍ବଧୀନତା ପାଇଁ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ବଳିଦାନ ଦେଇଛନ୍ତି।

ଏହାବ୍ୟତୀତ ରାଜସ୍ଥାନ ସରକାର ଉପରେ ଆକ୍ରମଣ କରି ଗୃହମନ୍ତ୍ରୀ କହିଛନ୍ତି, ''୧୦ ଦିନ ମଧ୍ୟରେ ଚାଷୀଙ୍କ ଋଣ ଛାଡ କରିବା କଥା କ’ଣ ହେଲା? ଯୁବକ ମାନଙ୍କୁ ୩୫୦୦ ଟଙ୍କା ବେକାରୀ ଭତ୍ତା ସହିତ କଥା କ’ଣ ହେଲା? ୨୦ ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇବା କଥା କ’ଣ ହେଲା? କଂଗ୍ରେସ କେବଳ ଖାଲି ପ୍ରତିଶୃତି ଦେଇପାରେ, ପ୍ରତିଶ୍ରୁତି ପୂରଣ କରିପାରିବ ନାହିଁ।''

ଗୃହମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ସରକାର ବିକାଶ (Development) କାର୍ଯ୍ୟ କରିପାରିବ ନାହିଁ। ରାସ୍ତା ନିର୍ମାଣ କରିପାରିବ ନାହିଁ, ବିଦ୍ୟୁତ୍ ଯୋଗାଇ ପାରିବ ନାହିଁ, ରୋଜଗାର ଯୋଗାଇ ପାରିବ ନାହିଁ। କଂଗ୍ରେସ କେବଳ ଭୋଟ୍ ବ୍ୟାଙ୍କର ତୁଷ୍ଟିକରଣ କରି ରାଜନୀତି କରିପାରିବ। ସେ କହିଛନ୍ତି ଯେ, ଆଜି ରାଜସ୍ଥାନରେ ଯେଉଁ ପ୍ରକାରର ସରକାର ଚାଲିଛି ସେଥିପାଇଁ ଆମେ ସମସ୍ତେ ଦୁଃଖିତ।

ବିଜେପି ନେତା ଶାହା କହିଛନ୍ତି, ରାଜସ୍ଥାନରେ ଚାଲୁଥିବା ସରକାର ବିକାଶକୁ ସବୁଠୁ ପଛକୁ ନେଇଯିବାରେ କାର୍ଯ୍ୟ କରିଛନ୍ତି। ବିକାଶର ଧାରାକୁ ବର୍ତ୍ତମାନର ରାଜସ୍ଥାନ ସରକାର ପଛରେ ପକାଇ ଦେଇଛନ୍ତି।

ଅମିତ ଶାହା କହିଛନ୍ତି, ''ବର୍ତ୍ତମାନ ଦେଶରେ କଂଗ୍ରେସର ଦୁଇଟି ସରକାର (ରାଜ୍ୟ) ଅଛନ୍ତି। ୨୦୨୩ରେ ଉଭୟ ରାଜ୍ୟରେ ନିର୍ବାଚନ ରହିଛି । ଯଦି ଏଠାରେ ବିଜେପି ସରକାର ଗଠନ ହୁଏ ତେବେ କଂଗ୍ରେସର କଣ ବାକି ରହିବ? ଯଦି ଏହି ଦୁଇ ରାଜ୍ୟରେ ବିଜେପି ସରକାର ଗଠନ ହୁଏ, ତେବେ କଂଗ୍ରେସ ପାଖରେ କିଛି ରହିବ ନାହିଁ।''

କରୌଲି ହିଂସା ବିଷୟରେ ଅମିତ ଶାହା କହିଛନ୍ତି, ''ଆମ ଭାଇ କାହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା, ଆପଣମାନେ ଏହାକୁ ସହ୍ୟ କରିପାରିବେ କି? ହିନ୍ଦୁ ପର୍ବ ଉପରେ ପ୍ରତିବନ୍ଧକକୁ ସହ୍ୟ କରିବେ କି? ଆପଣ ଅଲୱାରରେ ୩୦୦ ବର୍ଷ ପୁରୁଣା ମନ୍ଦିର ଭାଙ୍ଗିବାକୁ ସହ୍ୟ କରିବେ କି?''