`ଛଅ ମାସ ମଧ୍ୟରେ ବିହାରରେ ଭାଙ୍ଗିଯିବ ଏନଡିଏ ସରକାର, ତେଜସ୍ୱୀ ହେବେ ମୁଖ୍ୟମନ୍ତ୍ରୀ`
ଗୋପାଳପୁରର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ (JDU MLA Gopal Mandal) ଆଜିକାଲି ତାଙ୍କର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ଗୁରୁବାର ଭାଗଲପୁରର ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜ ଦଳ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।
ପାଟନା: ବିଗତ ଦିନରେ ଅରୁଣାଚଳ ପ୍ରଦେଶରେ ଜେଡିୟୁ (JDU) ର ୬ ଜଣ ବିଧାୟକ ବିଜେପି (BJP) ରେ ସାମିଲ ହୋଇଥିଲା । ଯାହା ପରେ ବିହାର ରାଜନୀତିରେ ପାରା ବଢ଼ି ଯାଇଛି । ଜେଡିୟୁ ଓ ବିଜେପିର ସମ୍ପର୍କରେ ତିକ୍ତତା ଦେଖାଦେଇଛି । ଏହା ପରେ ଲଗାତର ବିହାରରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି । ଏହି କ୍ରମରେ ଗୋପାଳପୁରର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ (JDU MLA Gopal Mandal) ଆଜିକାଲି ତାଙ୍କର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ଗୁରୁବାର ଭାଗଲପୁରର ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜ ଦଳ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଜାନୁଆରୀରେ ହିଁ ମିଳିବ ଦରମା ବୃଦ୍ଧି ଓ ଅରିୟର୍ସର ଲାଭ
ସେ କହିଛନ୍ତି ଯେ, "ଛଅ ମାସ ପରେ ନୀତିଶ କୁମାର (Nitish Kumar) ଇସ୍ତଫା ଦେବେ ଏବଂ ତେଜସ୍ୱୀ ଯାଦବ ଜୀ ( Tejashwi Yadav) ମୁଖ୍ୟମନ୍ତ୍ରୀ ହେବେ ।" ଏହି ବୟାନ ପରେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ସେ ଦଳ ବଦଳାଇବାକୁ ଯାଉଛନ୍ତି କି ବୋଲି ପଚରାଯିବାରୁ ସେ ଭିଡିଓରେ କୁହାଯାଇଥିବା କଥାକୁ ଅସ୍ୱୀକାର କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଦେଶରେ ତାଣ୍ଡବ କରୁଛି ବାର୍ଡ ଫ୍ଲୁ, କେନ୍ଦ୍ର ସରକାର ଜାରି କଲା ଆଡଭାଇଜାରି
ସେ କହିଛନ୍ତି ଯେ, ସେ ଏଭଳି ବୟାନ ଦେଇନାହାଁନ୍ତି । ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି ଯେ, ନୀତୀଶ କୁମାର ୬ ମାସ ପରେ ହଟିବେ ଏବଂ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ ବୋଲି ତାଙ୍କ ବିରୋଧୀଙ୍କୁ ନେଇ କହିଛନ୍ତି । ବିରୋଧୀମାନେ ଏପରି କଥା ଭାବନ୍ତି, ଏହି କାରଣରୁ ଏସବୁ ଚାଲିଛି ।