Nitish Kumar after Resignation: ବିଜେପି ସହ ମେଣ୍ଟ ଭାଙ୍ଗିବା ଏବଂ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ନୀତିଶ କୁମାର। ବିଜେପି ଜେଡିୟୁକୁ ଶେଷ କରିବା ପାଇଁ ଷଡଯନ୍ତ୍ର କରୁଥିବାର ଅଭିଯୋଗ କରିଛନ୍ତି ସେ। ବିଜେପି ସବୁବେଳେ ଅପମାନିତ କରିଛି।    


COMMERCIAL BREAK
SCROLL TO CONTINUE READING

ଜେଡିୟୁ (JDU) ବିଧାୟକ ଦଳ ବୈଠକରେ ଯୋଗ ଦେବା ଅବସରରେ ପ୍ରତିକ୍ରିୟା ରଖି ନୀତୀଶ କୁମାର (Nitish Kumar) କହିଛନ୍ତି ବିହାର ରାଜନୀତିରୁ (Bihar Politics) ଜେଡିୟୁ କୁ ହଟାଇବା ପାଇଁ ବିଜେପି (BJP) ଷଡଯନ୍ତ୍ର କରୁଛି। ବିଜେପି ମୋତେ ସବୁବେଳେ ଅପମାନିତ କରିଛି। ବିଜେପି ଜେଡିୟୁ ବିଧାୟକଙ୍କୁ କିଣିବା ପାଇଁ ବିଜେପି ପ୍ରସ୍ତୁତି କରିଥିଲା। ଏହି ବୈଠକରେ ଯୋଗ ଦେବା ଅବସରରେ ଅନେକ ଜେଡିୟୁ ବିଧାୟକ, ବିଧାନ ପରିଷଦ ସଦସ୍ୟ ନୀତୀଶ କୁମାରଙ୍କୁ କହିଛନ୍ତି ଯେ ସହଯୋଗୀ ଦଳ ବିଜେପି ସେମାନଙ୍କୁ ଗତ ୨୦୨୦ ବର୍ଷରୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। ଚିରାଗ ପାସୱାନଙ୍କ (Chirag Paswan) ନାମ ନ ନେଇ ସେ କହିଥିଲେ ଯେ ଚିରାଗ ମଡେଲ (Chirag Model) ହେଉଛି ଏହାର ଏକ ଉଦାହରଣ। ଯଦି ସେମାନେ ବର୍ତ୍ତମାନ ସତର୍କ ହୋଇନଥାନ୍ତେ ତାହେଲେ ଦଳ ପାଇଁ ଏହା ଭଲ ହୋଇନଥାନ୍ତା। ବିହାର ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦାଖଲ କରିବା ପରେ ଜେଡିୟୁ ନେତା ନୀତୀଶ କୁମାର କହିଛନ୍ତି ଯେ ଦଳର ସମସ୍ତ ସାଂସଦ ଏବଂ ବିଧାୟକ ସହମତ ହୋଇଛନ୍ତି ଯେ ଆମେ ଏନଡିଏ ମେଣ୍ଟ ଛାଡିଦେବା ଆବଶ୍ୟକ। 


ବିଗତ ୮ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଜେପି ସହ ମେଣ୍ଟ ଭାଙ୍ଗିଛନ୍ତି ଜେଡିୟୁ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ପୂର୍ବରୁ ଆରଜେଡି ପକ୍ଷରୁ ବୈଠକ ଡକାଯାଇଥିଲା। ଏହି ବୈଠକରେ ମହାଗଠବନ୍ଧନରେ ସାମିଲ ରହିଥିବା ବାମଦଳ ଏବଂ କଂଗ୍ରେସ ଯୋଗ ଦେଇଥିଲେ। 


Also Read: Bihar Politics: ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ନୀତିଶ କୁମାର


 


ବିଜେପି ସହ ମେଣ୍ଟ ଭାଙ୍ଗିବା ଏବଂ ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପୂର୍ବରୁ ଜେଡିୟୁ ପକ୍ଷରୁ ଡକାଯାଇଥିଲା ଏକ ଦଳୀୟ ବୈଠକ। ଏହି ବୈଠକରେ ଜେଡିୟୁ ବିଧାୟକ, ସାଂସଦ, ବିଧାନ ପରିଷଦ ସଦସ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ଯୋଗ ଦେବା ଅବସରରେ ନୀତିଶ କୁମାର କହିଥିଲେ ମେଣ୍ଟ ଭାଙ୍ଗିବା ପାଇଁ ବିଜେପି ବାଧ୍ୟ କରିଥିଲା। ପ୍ରଥମେ ଚିରାଗ ପାସୱାନଙ୍କ ଜରିଆରେ ବିଦ୍ରୋହ କରି ଏବଂ ପରେ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ  ଆରସିପି ସିଂହଙ୍କୁ ସାମ୍ନାରେ ରଖି ଜେଡିୟୁ କୁ ଦୁର୍ବଳ କରିବାକୁ ଚେଷ୍ଟା କରିଥିଲା ବିଜେପି। ଗତ ୨୦୧୭ ବର୍ଷରେ ଆରଜେଡି-କଂଗ୍ରେସ ସହ ମେଣ୍ଟ ଭାଙ୍ଗି ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟକୁ ଫେରି ଆସିଥିଲେ ନୀତିଶ କୁମାର। ମାତ୍ର ଏହା ପୂର୍ବରୁ ବିଜେପି ସହ ମିଶି ୩ ଥର ସରକାର ଗଠନ କରିଥିବା  ଜେଡିୟୁ ୨୦୧୪ ବର୍ଷରେ ଏନଡିଏ ମେଣ୍ଟ ଛାଡି଼ ଆରଜେଡି-କଂଗ୍ରେସ ମହାଗଠବନ୍ଧନ ସରକାରରେ ସାମିଲ ହୋଇଯାଇଥିଲା। 


ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2020) ୪୩ ଆସନ ପାଇଥିବା ଜେଡିୟୁ ନେତା ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ପରେ ତାଙ୍କ ପ୍ରତି ବିଜେପି ପକ୍ଷରୁ ଯେଉଁ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା ତାହାକୁ ଗ୍ରହଣ କରିପାରି ନଥିଲେ ସେ। ବିଜେପି-ଜେଡିୟୁ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଥିଲେ। ଏଭଳି ପରିସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କ ଇସ୍ତଫା ପରେ ଜେଡିୟୁ ଅଧ୍ୟକ୍ଷ ଲଲନ ସିଂହ ଯେଉଁ ଚିରାଗ ମଡେଲ କଥା କହିଥିଲେ ତାହା ଦର୍ଶାଉଥଲା ୟେ ଜେଡିୟୁ ଏକ ଭିନ୍ନ ରାସ୍ତାରେ ଯିବାକୁ ସ୍ଥିର କରି ସାରିଛି।