Bihar Opposition Seat Sharing: ଲୋକସଭା ନିର୍ବାଚନ ବର୍ତ୍ତମାନ ଅତି ନିକଟତର ହୋଇଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ମଧ୍ୟରେ ଆସନ ଭାଗବଣ୍ଟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତ କିଛି ଦିନ ହେବ ବିହାରର ଇଣ୍ଡିଆ ମେଣ୍ଟରେ ସିଟ୍ ଭାଗବଣ୍ଟାକୁ ନେଇ ଲଗାତାର ବୈଠକ ଚାଲିଥିଲା। ବର୍ତ୍ତମାନ ବିହାରରେ ଇଣ୍ଡିଆ ମେଣ୍ଟରେ ସିଟ୍ ଭାଗବଣ୍ଟା ଶେଷ ହୋଇଛି। ଯେଉଁଠାରେ RJD ୨୬ଟି ସିଟ୍ ପାଇଛି ଓ ଗ୍ରେସ ୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହା ସମେତ ଲେଫ୍ଚକୁ ପାଞ୍ଚଟି ସିଟ୍ ମଳିଛି।


COMMERCIAL BREAK
SCROLL TO CONTINUE READING

ଆସନ ଭାଗବଣ୍ଟାରେ କଂଗ୍ରେସକୁ ପୂର୍ଣ୍ଣିଆ ଆସନ ମିଳିନାହିଁ। ବାସ୍ତବରେ ପପୁ ଯାଦବ ମଧ୍ୟ ପୂର୍ଣ୍ଣିୟାରୁ ଟିକେଟ ଚାହୁଁଥିଲେ। ଆରଜେଡି ବିମା ଭାରତୀଙ୍କୁ ଏହି ଆସନରୁ ଠିଆ କରିଛି।


ପୂର୍ଣ୍ଣିଆ ଆସନରେ ନିର୍ବାଚନ ଲଢ଼ିବାକୁ ଜିଦ୍ ଧରିଛନ୍ତି ପପୁ ଯାଦବ 
ପପୁ ଯାଦବ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜିଦ୍ ଧରିଛନ୍ତି। ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ପପୁ ଯାଦବ କହିଛନ୍ତି ଯେ ସେ ପୂର୍ଣ୍ଣିୟା ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଏବେ କଂଗ୍ରେସ ନେତୃତ୍ୱ ଏକ ନିଷ୍ପତ୍ତି ନେବାକୁ ପଡ଼ିବ। ସେ କହିଛନ୍ତି ଯେ ପୂର୍ଣ୍ଣିୟାରେ କଂଗ୍ରେସ ପତାକା ଉଡାଇବ। ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ କି ନାହିଁ ତାହା ନେତୃତ୍ୱ କହିବେ କିଶାନଗଞ୍ଜ, ଆରାରିଆ ଓ ପୂର୍ଣ୍ଣିଆରେ କଂଗ୍ରେସ କ୍ଷମତାରେ ରହିବ। ନିଶ୍ଚିତ ରୁହନ୍ତି, କଂଗ୍ରେସର ଏକ ବିକଳ୍ପ ଅଛି। ପପୁ ଯାଦବ ଆହୁରି କହିଛନ୍ତି ଯେ ଔରଙ୍ଗାବାଦ, ଭାଲମିକିନଗର, ବେଗୁସରାଇ ଆସନ ନ ପାଇବା ଦୁଃଖଦାୟକ। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାର ଇଣ୍ଡିଆ ମେଣ୍ଟ ମଧ୍ୟରେ ରାଜ୍ୟର ୪୦ ଟି ଲୋକସଭା ଆସନ ବଣ୍ଟନ ସମ୍ପର୍କରେ ସହମତି ପ୍ରକାଶ ପାଇବା ପରେ ଏହି ଅଧିକାରୀକ ଘୋଷଣା କରାଯାଇଛି।


ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଇଣ୍ଡିଆ ମେଣ୍ଟର ବୈଠକ
ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଇଣ୍ଡିଆ ମେଣ୍ଟର ସମସ୍ତ ଦଳର ବିଶିଷ୍ଟ ନେତାମାନେ ଉପସ୍ଥିତ ଥିଲେ। ଯେଉଁଥିରେ ସିଟ୍ ଭାଗବଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା। କହିରଖୁଛୁ ଯେ ୨୦୨୧୯ ରେ ମଧ୍ୟ ୯ ଟି ଆସନରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ସେଥିମଧ୍ୟରୁ ଦଳ କେବଳ ଗୋଟିଏ ଆସନ ଜିତିଥିଲା। ଯେତେବେଳେ କି RJD ଗୋଟିଏ ବି ସିଟ୍ ପାଇପାରି ନଥିଲା। ୪୦ ଟି ସିଟ୍ ମଧ୍ୟରୁ ଏନଡିଏ ଜିତିଥିବା ବେଳେ ଏଥି ମଧ୍ୟରୁ ବିଜେପି ୧୭ ଟି ସିଟ୍ ଜିତିଥିବା ବେଳେ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ କେବଳ ଗୋଟିଏ ସିଟ୍ ପଛରେ ରହିଥିଲା ଏବଂ ଚିରାଗ ପାସୱାନ୍ ଲୋକ ଜନକ୍ଷେତ୍ର ପାର୍ଟି ସମସ୍ତ ୬ଟି ସିଟ୍ ଜିତିଥିଲା।