BJD MLA Bishnubrata Routray: ଧାମନଗର ଉପନିର୍ବାଚନରେ ହୋଇଥିବା ଦଳୀୟ ପରାଜୟକୁ ନେଇ ବିଜେଡି ବିଧାୟକଙ୍କ ବିସ୍ଫୋରକ ବୟାନ। ପରିଚାଳନା ଗତ ତ୍ରୁଟି ପାଇଁ ଦଳ ହାରିଥିବା କହିଲେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ। ଏପରିକି ଧାମନଗର ଉପନିର୍ବାଚନରେ ଦଳର ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସପକ୍ଷରେ ପରୋକ୍ଷରେ ଯୁକ୍ତି ବାଢିଛନ୍ତି ବିଜେଡି ବିଧାୟକ। ସେପଟେ କଂଗ୍ରେସ ଦଳୀୟ ଭୋଟ ବିକ୍ରି ହୋଇଯାଇଥିବା କଥା କହିଛି। ସେପଟେ ବିଜେପି ଉତ୍ତର ରଖିଛି।


COMMERCIAL BREAK
SCROLL TO CONTINUE READING

ଧାମନଗର ଉପନିର୍ବାଚନ ସରିବା ପରେ ମଧ୍ୟ କମୁନାହିଁ ତାତି। ଏହି ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟକୁ ସହଜେ ଗ୍ରହଣ କରି ପାରୁନାହାଁନ୍ତି ବିଜେଡି ନେତା। ଏଭଳି ସ୍ଥିତିରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ବିଧାୟକ ବିଷ୍ଣୁବ୍ରତ ରାଉତରାୟ। ଧାମନଗ ଉପନିର୍ବାଚନରେ ଦଳର ପରାଜୟ ପଛରେ ପରିଚାଳନାଗତ ତ୍ରୁଟି ରହିଛି ବୋଲି କହିଛନ୍ତି ବାସୁଦେବପୁର ବିଧାୟକ। ଏନେଇ ସେ କହିଛନ୍ତି ନିଶ୍ଚିତ ଭାବେ କିଛିଟା ଭୁଲ ରହିଛି। ଯେଉଁଥିପାଇଁ ଆଜି ଏହି ଫଳ ମିଳିଛି। ଧାମନଗର ଆସନରେ ଦଳ ପରାଜୟ ବରଣ କରିଛି। ତାହାର ସମୀକ୍ଷା କରାଯିବା ନିହାତି ଆବଶ୍ୟକ। ସମୀକ୍ଷା ବୈଠକକୁ ଯଦି ତାଙ୍କୁ ଡ଼କାଯାଏ ତାହେଲେ ନିଶ୍ଚିନ୍ତ ଭାବେ କାରଣ ସବୁ କହିବେ ବୋଲି କହିଛନ୍ତି ବିଧାୟକ ବିଷ୍ଣୁବ୍ରତ। ତାହା ଦଳର ବରିଷ୍ଠ ନେତାଙ୍କୁ କହିବି ବୋଲି କହିଛନ୍ତି ସେ।


ଏପରିକି ଉପନିର୍ବାଚନରେ ଦଳର ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମ୍ପର୍କରେ ମତ ରଖିଛନ୍ତି ବାସଦେବପୁର ବିଧାୟକ। ରାଜୁ ଦାସ ହେଉଛନ୍ତି ଦଳର ଜଣେ ପୂର୍ବତନ ବିଧାୟକ। ଦଳର ଜଣେ ସକ୍ରିୟ ନେତା ଭାବେ ସେଠି କାମ କରୁଥିଲେ। ଦଳରେ କେବେ ଉପର ସ୍ତରରେ ଦାବି ରଖାଯାଏନାହିଁ ଯେ କିଏ ପ୍ରାଥି ହେଲେ ଭଲ ହେବ। ଦଳ ତାର ବିଭିନ୍ନ ଉତ୍ସରୁ ସୂଚନା ନେଇ ନିଷ୍ପତ୍ତି ନେଇଥାଏ। ରାଜୁ ଦାସ ଦଳର ଜଣେ ପୁରୁଣା ଲୋକ ଥିଲେ। ସେଥିପାଇଁ ତାଙ୍କର ପ୍ରଭାବ ନିଶ୍ଚିତ ଭାବେ କିଛି ରହିଛି ବୋଲି ସ୍ୱୀକାର କରିଛନ୍ତି। ହେଲେ ଏହାର ପ୍ରଭାବ କେତେ ଦୂର ରହିଲା  ଏବଂ ଆଉ କେଉଁ କାରଣରୁ ଦଳ ଜିତି ପାରିଲା ନାହିଁ ସେ ସବୁ ସମୀକ୍ଷା ପରେ ହିଁ କହିହେବ ବୋଲି କହିଛନ୍ତି ବିଜେଡି ବିଧାୟକ। 


Also Read: Dhamnagar: କେଉଁ ନିର୍ବାଚନରେ କେଉଁ ଦଳ ଉଡ଼ାଇଛି ବିଜୟ ବାନା?


 


ସେପଟେ ଦଳର ଭୋଟ ବିଭାଜିତ ହୋଇଥିବା କହିଛି କଂଗ୍ରେସ। ଅନ୍ୟପଟେ ବିଜେପି କହିବା କଥା ଦଳ ଭିନ୍ନ ରଣନୀତି ନେଇ କାର୍ଯ୍ୟ କରିଛି। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଲୋକପ୍ରିୟତା ସହ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରାର୍ଥୀତ୍ବକୁ ଲୋକେ ପସନ୍ଦ କରିଛନ୍ତି। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯୮୮୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛି। ଧାମନଗର ଉପନିର୍ବାଚନରେ ଯେଉଁ ଫଳ ମିଳିଲା ତାହାକୁ  ସହଜେ ଗ୍ରହଣ କରିପାରୁନାହୁଁ ବିଜେଡି। ଏହାକୁ ନେଇ ତର୍କ ବିତର୍କ ତୀବ୍ର ହୋଇଯାଇଛି।