Political News: ବିବାହ କରୁଛନ୍ତି ବିଜେପି ବିଜେଡି ନେତା, ଚରିତ୍ରକୁ ନେଇ ମୁହାଁମୁହିଁ ଉଭୟ ଦଳର ଫ୍ୟାନ କ୍ଲବ୍ !
Political News In Odia: ବିଜେପି ଦିବ୍ଯଶଙ୍କର ଉପରେ ପ୍ରଶ୍ନ କରିବା ହାସ୍ୟାସ୍ପଦ ବୋଲି ଏହି ପେଜ୍ ଉଲ୍ଲେଖ କରିଛି। ସୂଚନାଯୋଗ୍ୟ, ଦିବ୍ୟଶଙ୍କର ପ୍ରଥମରୁ ବିବାହିତ । ପ୍ରଥମ ବିବାହ ବିଚ୍ଛେଦ ପରେ ସେ ଦ୍ୱିତୀୟ ବିବାହ କରିଛନ୍ତି । ଦିବ୍ୟଶଙ୍କରଙ୍କ ପ୍ରଥମ ସ୍ତ୍ରୀରୁ ଗୋଟିଏ ପୁଅ ଅଛି ଏବଂ ସେ ବିଦେଶରେ ରହୁଥିବା ଜଣାପଡ଼ିଛି। ତେବେ ଦିବ୍ୟଶଙ୍କରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚା ଜୋରଦାର ଚାଲିଛି।
Political News In Odia: ଗତ ଦୁଇଦିନ ତଳେ ୫୫ ବର୍ଷ ବୟସରେ ବିବାହ କରିଛନ୍ତି ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ପୁରୀର ଏକ ରିସର୍ଟରେ ପ୍ରିୟଙ୍କାଙ୍କ ହାତ ଧରିଥିଲେ କ୍ୟାପଟେନ । ବନ୍ଧୁ ପରିଜନଙ୍କ ଗହଣରେ ରହି ଏହି ବିବାହ ସମ୍ପନ୍ନ ହୋଇଥିଲା । ହେଲେ ଏବେ ଏହାକୁ ନେଇ ତର୍କ ବିତର୍କ ଲାଗିରହିଛି । ସୋସିଆଲ ମିଡିଆରେ ଏହି ଖବରକୁ ନେଇ ବେଶ ଚର୍ଚ୍ଚା ଚାଲିଛି। କେହି କେହି କହୁଛନ୍ତି ୫୫ ବର୍ଷ ବୟସରେ ବିଧାୟକ ବିବାହ କରୁଥିବା ବେଳେ କେହି କେହି ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । ହେଲେ ସବୁଠାରୁ ବଡ଼ କଥା ହେଲା ଏହି ଘଟଣାକୁ ନେଇ ଏବେ ମୁହାଁମୁହିଁ ବିଜେପି ବିଜେଡି ସୋସିଆଲ ମିଡିଆ ଫ୍ୟାନ କ୍ଲବ । ବିଧାୟକଙ୍କ ବିବାହ ପରେ ବିଜେପି ପ୍ରଶ୍ନ ଉଠାଉଥିବା ଅଭିଯୋଗ କରିଛି ବିଜେଡି ଫ୍ୟାନ୍ କ୍ଲବ ।
ସୋସିଆଲ ମିଡିଆ ଫେସବୁକରେ ଏବେ ୱେଡିଂ ୱାର (Wedding War) ଚାଲିଛି କହିଲେ ଅତ୍ୟୁକ୍ତି ହେବନି। କାରଣ ଶାସକ ଦଳର ଏକ ଫ୍ୟାନ୍ସ କ୍ଲବ ପେଜ୍ ସିଧାସଳଖ ଦିଲ୍ଲୀ ବିଜେପି ସାଂସଦ ମନୋଜ ତିୱାରୀଙ୍କୁ ଟାର୍ଗେଟ କରିଛି । କିଛି ଫଟୋ ସେୟାର କରି ଫ୍ୟାନ୍ କ୍ଲବ ପେଜ୍ ଲେଖିଛି ଯେ, ''ଇଏ ହେଉଛନ୍ତି ଦିଲ୍ଲୀ ବିଜେପି ସାଂସଦ ମନୋଜ ତିୱାରୀ ତଥା ନିଜକୁ ଦିଲ୍ଲୀର ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭାବୁଥିବା ଏହି ବ୍ୟକ୍ତି ମନୋଜ ତିୱାରୀ (Manoj Tiwari) । ୫୦ ବର୍ଷରେ ବାହା ହେଲେ ସେତେବେଳକୁ ୨୦ ବର୍ଷର ଏକ ଛୁଆ ଥିଲା ପୁଣି ବାହା ହେଲେ, ୩୦ ବର୍ଷୀୟ ଏକେ ଯୁବା ମହିଳାଙ୍କୁ ସିଏ ବି (୨୦ ବର୍ଷ ବୟସରେ ସାନ)।
କେବଳ ଏତିକି ନୁହେଁ ୫୧ ବର୍ଷ ବୟସରେ ଦ୍ବିତୀୟ ଥର ବାପ ହେଲେ ଆଉ ୫୨ ବର୍ଷ ବୟସରେ ତୃତୀୟ ଥର ବାପ ହେଲେ । ହେଲେ ତାଙ୍କ ବ୍ୟକ୍ତିଗତ କଥାକୁ ନେଇ ଆମେ କେବେ ପ୍ରଶ୍ନ କରିନୁ ତାହେଲେ ଆଜି ବିଜେପି ଦିବ୍ଯଶଙ୍କର ଉପରେ ପ୍ରଶ୍ନ କରିବା ହାସ୍ୟାସ୍ପଦ ବୋଲି ଏହି ପେଜ୍ ଉଲ୍ଲେଖ କରିଛି।
ସୂଚନାଯୋଗ୍ୟ, ଦିବ୍ୟଶଙ୍କର ପ୍ରଥମରୁ ବିବାହିତ । ପ୍ରଥମ ବିବାହ ବିଚ୍ଛେଦ ପରେ ସେ ଦ୍ୱିତୀୟ ବିବାହ କରିଛନ୍ତି । ଦିବ୍ୟଶଙ୍କରଙ୍କ ପ୍ରଥମ ସ୍ତ୍ରୀରୁ ଗୋଟିଏ ପୁଅ ଅଛି ଏବଂ ସେ ବିଦେଶରେ ରହୁଥିବା ଜଣାପଡ଼ିଛି। ତେବେ ବିବାହ ବିଚ୍ଛେଦ ପରେ କ୍ୟାପଟେନ ଦିବ୍ୟଶଙ୍କର (Captain Dibyashankar Mishra) ଦ୍ୱିତୀୟ ବିବାହ କରିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା ।
ଉଭୟ ଦିବ୍ୟଶଙ୍କର ଓ ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ପୂର୍ବରୁ ଦିବ୍ୟଶଙ୍କର ଜୟପାଟଣାରେ ବିବାହ କରିଥିଲେ । ସେହିଭଳି ପ୍ରିୟଙ୍କାଙ୍କ ମଧ୍ୟ ଏହା ହେଉଛି ଦ୍ୱିତୀୟ ବିବାହ । ପ୍ରଥମ ସ୍ୱାମୀଙ୍କ ସହ ଛାଡପତ୍ର ହେବା ପରେ ସେ ଦ୍ୱିତୀୟ ବିବାହ କରିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପାଇଲଟ ଭାବେ କାମ କରୁଥିଲେ । ପରେ ରାଜନୀତିରେ ଯୋଗଦେଇ କଳାହାଣ୍ଡି ଜୁନାଗଡରୁ (Junagarh MLA) ବିଧାୟକ ହୋଇଛନ୍ତି । ସେହିପରି ପ୍ରିୟଙ୍କା ଅଗସ୍ତି ପେଶାରେ ଜଣେ ଇଞ୍ଜିନିୟର ବୋଲି ଜଣାପଡ଼ିଛି।