Lok Sabha elections 2024: ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ମନିଫେଷ୍ଟ କମିଟି ଘୋଷଣା କରିଛି। ଏହି ତାଲିକାରେ ଅନେକ ନେତାଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ଅନ୍ୟ ଦଳରୁ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ସଭାପତି ଜେପି ନଡ୍ଡା ଏହି କମିଟି ଘୋଷଣା କରିଛନ୍ତି। ରାଜନାଥ ସିଂ ଏହି ମନିଫେଷ୍ଟୋ କମିଟିର ସଭାପତି ଓ ନିର୍ମଳା ସୀତାରମଣଙ୍କୁ ସଂଯୋଜକ କରାଯାଇଛି।


COMMERCIAL BREAK
SCROLL TO CONTINUE READING

୨୭ ସଦସ୍ୟ ସାମିଲ
ଏହି କମିଟିରେ ବିଭିନ୍ନ ରାଜ୍ୟରୁ ୨୭ ଜଣ ସଦସ୍ୟ ଅଛନ୍ତି। ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱନି ବୈଷ୍ଣବ ମଧ୍ୟ ଏହି କମିଟିରେ ସ୍ଥାନ ପାଇଛନ୍ତି। ମହାରାଷ୍ଟ୍ରର ପୀୟୁଷ ଗୋୟଲଙ୍କୁ ସହ-ସଂଯୋଜକ କରାଯାଇଛି। ଏଥି ସହିତ ଏଥିରେ ଅର୍ଜୁନ ମୁଣ୍ଡା, ଭୁପେନ୍ଦ୍ର ଯାଦବ, ଅର୍ଜୁନରାମ ମେଘୱାଲ ମଧ୍ୟ ସାମିଲ ଅଛି।



କଂଗ୍ରେସର ଅନିଲ ଆଣ୍ଟୋନି ମଧ୍ୟ ଏହି କମିଟିରେ ସ୍ଥାନ ପାଇଛନ୍ତି
କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ମଧ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ରବି ଶଙ୍କର ପ୍ରସାଦ ଏବଂ ସୁଶୀଲ ମୋଦୀଙ୍କୁ ବିହାରର ସଦସ୍ୟ କରାଯାଇଥିଲା। ଏଥି ସହିତ ଓପି ଧନଖର ଓ ମଞ୍ଜିନ୍ଦର ସିଂ ସିରସା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।