Bihar Politics: ସେପ୍ଟମ୍ବର ୨୩ ତାରିଖ ଶୁକ୍ରବାର ଠାରୁ ୨ ଦିନିଆ ବିହାର ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ଅବସରରେ ସେ ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲା ଠାରେ ଆୟୋଜିତ ହୋଇଥିବା ଜନ ଭବନ ରାଲିକୁ ସମ୍ବୋଧିତ କରିଛନ୍ତି। ରାଲିକୁ ସମ୍ବୋଧିତ କରିବା ବେଳେ ବିଜେପି ଚାଣକ୍ୟ ଅମିତ ଶାହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ବର୍ଷିଛନ୍ତି। ଏନେଇ ଅଭିଯୋଗ ଆଣି ସେ କହିଛନ୍ତି ଯେ, ' ବର୍ତ୍ତମାନ ନୀତୀଶ ବାବୁ ପ୍ରଧାନମନ୍ତ୍ରୀ ହେବା ପାଇଁ ପିଠିରେ ଛୁରୀ ମାରିବା ପରେ ଆରଜେଡି-କଂଗ୍ରେସ କୋଳରେ ଯାଇ ବସି ଯାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ନୀତୀଶ ବାବୁ, ବର୍ତ୍ତମାନ ଦେଶର ଲୋକେ ସଚେତନ ହୋଇ ଉଠିଛନ୍ତି। ସ୍ୱାର୍ଥପରତା ଏବଂ କୁଟୀଳ ରାଜନୀତିରେ କେହି କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ବିକାଶ କାର୍ଯ୍ୟ କରି, ନିଜ ଆଦର୍ଶରେ ଉତ୍ସର୍ଗୀକୃତ ହୋଇ ଏବଂ ଦେଶର ନିରାପତ୍ତା ସୁନିଶ୍ଚିତ କରିବା ପରେ  ଦେଶବାସୀ କାହାକୁ ସେମାନଙ୍କ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଥାନ୍ତି।


ବିହାର ମାଟି ପରିବର୍ତ୍ତନର କେନ୍ଦ୍ର ରହିଛି। ବିଜେପି ସହ ବିଶ୍ୱାସଘାତକତା କରି ନୀତୀଶ କୁମାର ସ୍ୱାର୍ଥ ଏବଂ କ୍ଷମତା ରାଜନୀତିର ଯେଉଁ ପରିଚୟ ଦେଖାଇଛନ୍ତି ତାହା ବିରୋଧରେ ବିଗୁଲ ଫୁଙ୍କିବାର ଆରମ୍ଭ ବିହାର ମାଟିରୁ ଆରମ୍ଭ ହେବ।


Also Read: Bihar Politics: ବିଜେପି ଚାଣକ୍ୟଙ୍କ ସୀମାଞ୍ଚଳ ଗସ୍ତକୁ ସରଗରମ ରାଜନୀତି, ଜାଣନ୍ତୁ କାରଣ


 


ଶୁକ୍ରବାର ବିହାର ସୀମାଞ୍ଚଳ କ୍ଷେତ୍ରରେ (Bihar Seemanchal Region) ଅବସ୍ଥିତ ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah)। ଏନେଇ ସେ କହିଛନ୍ତି ମୋର ବିହାର ଗସ୍ତକୁ (Amit Shahs Bihar Tour) ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar CM Nitish Kumar) ଏବଂ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ (RJD Supremo Lalu Yadav) ସ୍ୱୀକାର କରି ପାରୁନାହାଁନ୍ତି। ସେମାନେ କହୁଛନ୍ତି ଯେ ମୁଁ ଝଗଡ଼ା ଲଗାଇବା ପାଇଁ ବିହାର ଆସିଛି ଏବଂ କିଛି କାମ କରି ଯିବ। ଝଗଡା଼ ଲଗାଇବା ପାଇଁ ମୋର କୌଣସି ଆବଶ୍ୟକତା ନାହିଁ। ଝଗଡ଼ା ଲଗାଇବା କାମ କରିବା ପାଇଁ ଲାଲୁ ଯାଦବ ହିଁ ଯଥେଷ୍ଟ। ସେ ତାଙ୍କ ଜୀବନ ସାରା ଏହି କାର୍ଯ୍ୟ କରିଛନ୍ତି।


ସୀମାଞ୍ଚଳ ଗସ୍ତରେ ଆସି ଏଠାକାର ଭାଇ ଭଉଣୀଙ୍କୁ ମୁଁ ଏହା କହିବାକୁ ଆସିଛି ଯେ, ବର୍ତ୍ତମାନ ଲାଲୁ ଯାଦବ ସରକାରରେ ଯୋଗ ଦେଇଛନ୍ତି ଏବଂ ନୀତୀଶ କୁମାର ତାଙ୍କ କୋଳରେ ଯାଇ ବସି ଯାଇଛନ୍ତି। ଏହା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମୁଁ ଆପଣଙ୍କୁ କହିବାକୁ ଆସିଛି ଯେ ଏହି ସୀମାଞ୍ଚଳ କ୍ଷେତ୍ରରେ ଅବସ୍ଥିତ ଜିଲ୍ଲା ଭାରତ ବର୍ଷର ଅଂଶବିଶେଷ। ଦେଶରେ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତା ଅଛି। କାହାକୁ ଭୟ କରିବାର ଆବଶ୍ୟକତା ନାହିଁ।


ଗତ ମାସରେ  ହୋଇଥିବା ରାଜନୈତିକ ଘଟଣାକ୍ରମ କାରଣରୁ ବିଜେପି ରାଜ୍ୟରେ କ୍ଷମତା ହରାଇବା ପରେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଥମ ବିହାର ଗସ୍ତରେ ଆସିଛନ୍ତି। ତାଙ୍କର ଏହି ଗସ୍ତ ବିଜେପି ପାଇଁ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଗସ୍ତ ଅବସରରେ ପୂର୍ବତନ ବିଜେପି ଅଧ୍ୟକ୍ଷ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ମୁସଲିମ ବହୁଳ ସୀମାଞ୍ଚଳ କ୍ଷେତ୍ରରେ (Muslim Dominated Seemanchal Region)) ନିର୍ବାଚନ ବିଗୁଲ ବଜାଇଛନ୍ତି। 


Also Read: Ravi Shankar Prasad: ଅମିତ ଶାହଙ୍କ ବିହାର ଗସ୍ତକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ଲାଲୁ ଯାଦବ-ନୀତୀଶ କୁମାର


 


ଗତ ୨୦୧୯ ଲୋକସଭା ନିର୍ବାଚନରେ ​​କିଶନଗଞ୍ଜ ବ୍ୟତୀତ ସମଗ୍ର ସୀମାଞ୍ଚଳ କ୍ଷେତ୍ର ଅଧିନରେ ଅବସ୍ଥିତ ସମସ୍ତ ଲୋକସଭା ଆସନରେ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ମେଣ୍ଟ ଏକ ବଡ ବିଜୟ ହାସଲ କରିଛି। ହେଲେ ଏଥର ପୂର୍ଣ୍ଣିୟା, କଟିହାର ଏବଂ ଅରରିୟା ଆସନରେ ନିଜର ଏକକ ଶକ୍ତି ପ୍ରଦର୍ଶିତ କରିବାକୁ ଚାହୁଁଛି ବିଜେପି। ଜେଡିୟୁ ସହ ମେଣ୍ଟ ହେତୁ ସିଟ୍ ବାଣ୍ଟିବା ସମସ୍ୟା କାରଣରୁ ବିଭିନ୍ନ ସମୟରେ ଦଳ ଛାଡିଥିବା ଅନେକ ବିଜେପି ନେତାଙ୍କ ବାବଦରେ ଏହି ଗସ୍ତ ସମୟରେ ପୁନର୍ବାର ବିଚାର କରାଯିବ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ନିଜ ଶକ୍ତି ବଳରେ ୩୫ ସିଟ୍ ଜିତିବାର ଲକ୍ଷ୍ୟ ରଖିଛି। କେନ୍ଦ୍ରମନ୍ତ୍ରୀ ଶାହଙ୍କ ଏହି ଗସ୍ତକୁ ୨୦୨୪ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ନୀତୀଶ କୁମାର ଏବଂ ଲାଲୁ ଯାଦବଙ୍କ ମହାମେଣ୍ଟ ବିରୋରେ ଏକ ଶଙ୍ଖ ନାଦ ଭାବେ ଦେଖାଯାଉଛି।