Patra Chawl Land Scam: ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ବିଜେପି ଉପାଧ୍ୟକ୍ଷ କିରୀଟ ସୌମୈୟା। ଏନେଇ ପ୍ରତିକ୍ରିୟା ରଖି ବିଜେପି ନେତା କହିଛନ୍ତି ସଞ୍ଜୟ ପାଣ୍ଡେ ପରେ ଏବେ ଦୁର୍ନୀତିଗ୍ରସ୍ତ ସଞ୍ଜୟ ରାଉତଙ୍କ ଉପରେ ସତର୍କ ନଜର ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସଞ୍ଜୟ ରାଉତ ଦୁବାଇ ଠାରେ କାହାକୁ ସାକ୍ଷାତ କରିଥିଲେ ଯଦି ଏସବୁ କଥା ବାହାରକୁ ଆସେ, ତାହେଲେ ସେ ଆର୍ଥର ରୋଡ ଠାରେ ନବାବ ମଲିକଙ୍କ ପଡ଼ୋଶୀ ହେବାର ସୌଭାଗ୍ୟ ଲାଭ କରିବେ। ସଞ୍ଜୟ ରାଉତଙ୍କୁ ହିସାବ ଦେବାକୁ ହେବ। ମୁଁ ଏକଥାକୁ ନେଇ ଖୁସି ଯେ ସଞ୍ଜୟ ରାଉତଙ୍କ ଅଡିଓ ସିଡି ଏବଂ ଧମକ ଦେବା ମାମଲାରେ ଏଫଆଇଆର ପଞ୍ଜୀକରଣ କରିବାକୁ ମୁମ୍ବାଇ ପୋଲିସ ରାଜି ହୋଇଛି। ବର୍ତ୍ତମାନ ମୁମ୍ବାଇ ପୋଲିସ ସ୍ୱପ୍ନା ପାଟେକରଙ୍କୁ ସୁରକ୍ଷା ଯୋଗାଇ ଦେଇଛି।


COMMERCIAL BREAK
SCROLL TO CONTINUE READING

ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ (Patra Chawl Land Scam) ଶିବସେନା ସାଂସଦ ସଞ୍ଜୟ ରାଉତ (Shiv Sena MP Sanjay Raut) ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ପକ୍ଷରୁ କରାଯାଉଥିବା ତଦନ୍ତ ପରିସର ମଧ୍ୟରେ ଅଛନ୍ତି। ତାଙ୍କ ବିରୋଧରେ ରହିଥିବା ଅଭିଯୋଗ ପ୍ରମାଣିତ ହୋଇନାହିଁ। ସେ ବର୍ତ୍ତମାନ ପରିସ୍ଥିତିରେ କୌଣସି ରାଜନୈତିକ ବୟାନ ବାଜି କରିବାରୁ ଦୂରେଇ ରହିବା ଆବଶ୍ୟକ। ଯଦି ସେ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ତାଙ୍କୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିବ ବୋଲି କହିଛନ୍ତି ମହାରାଷ୍ଟ୍ର ବିଜେପି ଉପାଧ୍ୟକ୍ଷ କିରୀଟ ସୌମୈୟା (BJP Leader Kirit Somaiya)।


ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଗିରୀଶ ମହାଜନ (BJP Leader Girish Mahajan) କହିଛନ୍ତି ସଞ୍ଜୟ ରାଉତ କହିଛନ୍ତି ସେ କିଛି ଭୁଲ କରିନାହାଁନ୍ତି। ଯଦି ସେ କୌଣସି ଭୁଲ କରିନାହାଁନ୍ତି ତାହେଲେ ତାଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ସଞ୍ଜୟ ରାଉତ ଅନାବଶ୍ୟକ ଭାବେ ସ୍ୱର୍ଗତ ବାଲାସାହେବ ଠାକରେଙ୍କ କଥା  କହୁଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଶିବସେନା କର୍ମକର୍ତ୍ତାଙ୍କୁ ଉତ୍ତେଜିତ କରିବାରେ ଲାଗିଛନ୍ତି। ଯଦି ସେ କିଛି ଭୁଲ କରିନାହାଁନ୍ତି ତାହେଲେ ତାଙ୍କୁ ଡରିବାର ଆବଶ୍ୟକତା ନାହିଁ।


ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde) କହିଛନ୍ତି ଯଦି ସଞ୍ଜୟ ରାଉତ ନିର୍ଦ୍ଦୋଷ ତାହେଲେ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ସେ ଭୟଭୀତ ହେବାର କୌଣସି କାରଣ ନାହିଁ। ସଞ୍ଚୟ ରାଉତ କହୁଛନ୍ତି ଯେ ସେ କିୌଣସି ଭୁଲ କରିନାହାଁନ୍ତି। ଯଦି ସେ  ଭୁଲ କରିନାହାଁନ୍ତି ବୋଲି କହୁଛନ୍ତି ତାହାଲେ ସେ କାହିଁକି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ତଦନ୍ତଙ୍କୁ ଭୟ କରୁଛନ୍ତି?  ଯଦି ସେ ନିର୍ଦ୍ଦୋଷ ତାହେଲେ ସେ କାହଁକି ଭୟଭୀତ ହୋଇ ଉଠୁଛନ୍ତି?


ଦଳୀୟ ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ବିରୋଧରେ ବର୍ଷିଛନ୍ତି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ। ରବିବାର ନିଜ ବାସଭବନ ମାତୋଶ୍ରୀ ଠାରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ (Shiv Sena Chief Uddhav Thackeray) କହିଛନ୍ତି ସଞ୍ଜୟ ରାଉତଙ୍କୁ ଗିରଫ ମଧ୍ୟ କରାଯାଇପାରେ। ଶିବସେନା ମୁଖପତ୍ର ସାମନା (Shiv Sena Mouthpiece Saamana) ଜରିଆରେ ସେ ରୋକ-ଠୋକ ନାମରେ ଯେଉଁ ସ୍ତମ୍ଭ ଲେଖିଛନ୍ତି ତାହା ଅନେକ ପ୍ରଶ୍ନ ଉଠାଉଛି​। କେନ୍ଦ୍ର ଆଡକୁ ସୂଚାଇ ସେ କହିଛନ୍ତି ଯେ ଲାଜ ସରମ ଛାଡି ଏଭଳି କାମ କରାଯାଉଛି। ଏହା ହେଉଛି ଦମନକାରୀ ରାଜକୀୟ ନୀତି। ବର୍ତ୍ତମାନ ଆମେ ଯେତେବେଳେ କଥା ହେଉଛେ ସେତେ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅତିଥି ହୋଇ ସଞ୍ଜୟ ରାଉତଙ୍କ ଘରେ ବସିଯାଇଛି। ଏସବୁ କଣ ​​ଚାଲିଛି। ଏହା ହେଉଛି ସବୁଠାରୁ ଭୟାଙ୍କର। 


Also Read: Maharashtra Politics: ଇଡି କାର୍ଯ୍ୟାନୁଷ୍ଠାକୁ ପ୍ରତିକ୍ରିୟା ରଖିଲେ ଏକନାଥ ସିନ୍ଦେ


Also Read: Sanjay Raut: ED କାର୍ଯ୍ୟାନୁଷ୍ଠାକୁ ନେଇ ବିଜେପି ବିରୋଧରେ ବର୍ଷିଲେ ଉଦ୍ଧବ ଠାକରେ