Mukhtar Abbas Naqvi: ରାଜ୍ୟସଭା ନିର୍ବାଚନ ଲାଗି ସୋମବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି। ଏହି ତାଲିକାରେ ଦଳର ମୁସଲିମ ଚେହେରା ତଥା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭିଙ୍କ ନାଁ ଦଳୀୟ ପ୍ରାର୍ଥୀ ତାଲିକାରେ ନାହିଁ। ବର୍ତ୍ତମାନ ଏଭଳି ପରିସ୍ଥିତିରେ ତାଙ୍କ ମନ୍ତ୍ରୀ ପଦ ଉପରେ ପ୍ରଶ୍ନ ଚିହ୍ନ ଉଠିବାରେ ଲାଗିଛି। କାରଣ ଯଦି ସେ ସଂସଦକୁ ନିର୍ବାଚିତ ନ ହୁଅନ୍ତି ତାହେଲେ ତାଙ୍କୁ ୬ ମାସ ମଧ୍ୟରେ ମନ୍ତ୍ରୀ ପଦ ଛାଡିବାକୁ ହେବ। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଚର୍ଚ୍ଚା ହେଉଛି ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିପାରନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ରାମପୁର ଆସନରୁ ସମାଜବାଦୀ ପାର୍ଟି ନେତା ଆଜମ ଖାନ ନିର୍ବାଚିତ ହେବା ପରେ ସେ ରାମପୁର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିଜେପି ଏହି ଆସନ ଦଖଲ କରିବାକୁ ଚାହୁଁଛି।


ଯଦି ବିଜେପି ଦଳର ମୁସଲିମ ଚେହେରା ମୁଖତାର ଅବ୍ବାସ ନକଭିଙ୍କୁ ରାମପୁର ଆସନରୁ ପ୍ରାର୍ଥୀ କରେ ତାହେଲେ ଏହି ନିଷ୍ପତ୍ତି ମଧ୍ୟ ଠିକ ହୋଇପାରେ। କାରଣ ସେ ପୂର୍ବରୁ ୧୯୯୮ ଲୋକସଭା ନିର୍ବାଚନରେ ​​ରାମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସାଂସଦ ଭାବେ ନିର୍ବାଚିତ ହେବା ସହ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ ଆସନ୍ତା ଜୁନ ୨୩ ତାରିଖରେ ରାମପୁର ଲୋକସଭା ଆସନରେ ଉପନିର୍ବାଚନ  ଅନୁଷ୍ଠିତ ହେବାକୁ ଯାଉଛି।


ବିଜେପି ହାତ ଧରି ମୁଖତାର୍ ଆବ୍ବାସ ନକଭି ନିଜର ରାଜନୈତିକ ପରିଚୟ ସୃଷ୍ଟି କରିଛନ୍ତି। ସେ ଦଳର ଜଣାଶୁଣା ମୁସଲମାନ ଚେହେରା। ବର୍ତ୍ତମାନ ତାଙ୍କୁ ରାଜ୍ୟସଭା ଟିକେଟ୍ ମିଳିନଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ରାଜ୍ୟସଭାରେ ଶାସକ ବିଜେପି ଦଳର ଉପନେତା ଅଛନ୍ତି ସେ। ଗତ ୨୦୧୬ ବର୍ଷରେ  ଝାଢଖଣ୍ଡରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭି। ତାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ଜୁଲାଇ ୭ ତାରିଖରେ ଶେଷ ହେଉଛି। 


ତାଙ୍କ ସ୍ଥାନରେ ଦଳ ଆଦିତ୍ୟ ସାହୁଙ୍କୁ ଟିକେଟ ଦେଇଛି। କେନ୍ଦ୍ରମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭିଙ୍କ ବ୍ୟତୀତ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ତଥା ଜେଡିୟୁ ନେତା ଆରସିପି ସିଂହଙ୍କ ବଦଳରେ ଖୀରୁ ମାହୋତ୍ତଙ୍କୁ ଟିକେଟ ଦେଇଛି ଦଳ। ସେମାନଙ୍କ ବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ବିଜେପି ରାଷ୍ଟ୍ରୀୟ ସଚିବ ଦୁଷ୍ୟନ୍ତ ଗୌତମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳାଙ୍କୁ ମଧ୍ୟ ଟିକେଟ ଦେଇନାହିଁ ବିଜେପି।     


Also Read: ରାଜ୍ୟ ସଭା ନିର୍ବାଚନ ୨୦୨୨: ବିଜେପି ପ୍ରାର୍ଥୀ ତାଲିକାରେ ୨ କେନ୍ଦ୍ରମନ୍ତ୍ରୀ