ନୂଆଦିଲ୍ଲୀ: BJP MLA Lalan Paswan: ବିହାରରେ ଏପର୍ଯ୍ୟନ୍ତ ଶାସକ ଦଳର ନେତାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଥାଏ । କିନ୍ତୁ ଏଥର ଭାରତୀୟ ଜନତା ପାର୍ଟି (BJP) ବିଧାୟକ ଲଲନ ପାସୱାନ ଏଭଳି ବୟାନ ଦେଇଛନ୍ତି, ଯେଉଁଥିପାଇଁ ସେ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ବିଜେପି ବିଧାୟକ ଲଲନ ପାସୱାନ ହିନ୍ଦୁ ମାନ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଭାଗଲପୁରର ପିରପୈନ୍ତିରୁ ବିଜେପି ବିଧାୟକ ଲଲନ ପାସୱାନ ଏକ ପୋର୍ଟାଲରେ ସମ୍ୱାଦ କାର୍ଯ୍ୟକ୍ରମ ସମୟରେ ଦୀପାବଳୀରେ ଲକ୍ଷ୍ମୀ ପୂଜା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, "ମୁସଲମାନମାନେ ଲକ୍ଷ୍ମୀଙ୍କୁ ପୂଜା କରନ୍ତି ନାହିଁ, ତେବେ କ'ଣ ସେମାନେ ଧନୀ ହୁଅନ୍ତି ନାହିଁ କି ।"


COMMERCIAL BREAK
SCROLL TO CONTINUE READING

ବିଜେପି ବିଧାୟକ ଆଗକୁ କହିଛନ୍ତି ଯେ, ସତେ ଯେପରି ଦେବୀ ନୁହଁନ୍ତି, ପଥର । ଯେପର୍ଯ୍ୟନ୍ତ ଆପଣ ଏହାକୁ ମାନୁଛନ୍ତି ସେପର୍ଯ୍ୟନ୍ତ ଏହା ଆତ୍ମା ଓ ପରମାତ୍ମାର ଚକ୍କର । ଯଦି ମାନିବା ବନ୍ଦ କରିଦେବେ ତ ବୌଦ୍ଧିକ ଦକ୍ଷତା ବୃଦ୍ଧି ପାଇବ । ମାନ୍ୟତା ପରିବର୍ତ୍ତେ ଯେତେବେଳେ ଆପଣ ନିଜର ତର୍କ ଶକ୍ତି ସହିତ ଯୋଡ଼ିବେ, ଯେତେବେଳେ ସେମାନଙ୍କର ଚିନ୍ତାଧାରା ବୈଜ୍ଞାନିକ ହେବ ତ ସ୍ୱୟଂ ଆମ ପରି ସେମାନେ ମଧ୍ୟ ପରିବର୍ତ୍ତନ ହେବେ । ଏହି କ୍ରମରେ ବିଧାୟକ ଲଲନ ପାସୱାନ ମଧ୍ୟ ଦେବାଦେବୀଙ୍କ ଉପାସନା ଉପରେ ପ୍ରଶ୍ନ ଉଠାଇଛନ୍ତି । ଲଲନ ପାସୱାନ୍ କହିଛନ୍ତି ଯେ, ମାନ୍ୟତା ଏହା ରହିଛି କି ସରସ୍ୱତୀ ଶିକ୍ଷାର ଦେବୀ, କିନ୍ତୁ ଯଦି ମୁସଲମାନମାନେ ସରସ୍ୱତୀଙ୍କୁ ପୂଜା କରନ୍ତି ନାହିଁ, ତେବେ ସେମାନେ ପଣ୍ଡିତ ହୁଅନ୍ତି ନାହିଁ କି, ସେମାନେ IAS-IPS ହୁଅଁନ୍ତି ନାହିଁ କି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକ୍ଷ୍ମୀ ଧନର ଦେବୀ ବୋଲି ମଧ୍ୟ ଏକ ମାନ୍ୟତା ରହିଛି । ଦୀପାବଳୀ ଆସୁଛି ହିନ୍ଦୁ ଲୋକମାନେ ଲକ୍ଷ୍ମୀଙ୍କୁ ଏଥିପାଇଁ ପୂଜା କରନ୍ତି କାରଣ ସେମାନଙ୍କୁ ଅର୍ଥ ମିଳିବ । ସେ କହିଛନ୍ତି ଯେ, ମୁସଲମାନମାନେ ଲକ୍ଷ୍ମୀଙ୍କୁ ପୂଜା କରନ୍ତି ନାହିଁ, ତେବେ କ'ଣ ମୁସଲମାନମାନେ କୋଟିପତି ଓ ଟ୍ରିଲିୟନେୟାର ନୁହଁନ୍ତି କି ।


ଅଧିକ ପଢ଼ନ୍ତୁ:-ଘରୋଇ ହେଉ ଅବା ସରକାରୀ ସମସ୍ତ ଆମ୍ବୁଲାନ୍ସ ପାଇଁ '୧୦୮' ହିଁ ହେବ ଜରୁରୀ


ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କ ହାତରେ ଏହା କେଉଁ ଅସ୍ତ୍ର? ସମସ୍ତେ ଜାଣିବାକୁ ଚାହାଁନ୍ତି ଏହା ବିଷୟରେ..


ଅଧିକ ପଢ଼ନ୍ତୁ:-'ବିଜେପି ସହ ଯୋଗାଯୋଗରେ ଅଛନ୍ତି ନୀତିଶ କୁମାର, ପୁଣି ଥରେ ହୋଇପାରନ୍ତି ଏକାଠି'


ବିଜେପି ବିଧାୟକ (BJP MLA) ଏଠାରେ ଅଟକି ନାହାଁନ୍ତି । ଲଲନ ପାସୱାନ (Lalan Paswan) କହିଛନ୍ତି ଯେ, ହିନ୍ଦୁ ଧର୍ମରେ ଏହା ମଧ୍ୟ ମାନ୍ୟତ ରହିଛି କି ବଜରଙ୍ଗୱାଲୀ ଶକ୍ତିର ଦେବତା, ସେ ଶକ୍ତି ପ୍ରଦାନ କରନ୍ତି । ସେ କହିଛନ୍ତି ଯେ, ଯଦି ଖ୍ରୀଷ୍ଟିଆନ ଓ ମୁସଲମାନମାନେ ବଜରଙ୍ଗୱାଲୀଙ୍କୁ ପୂଜା କରନ୍ତି ନାହିଁ, ତା’ହେଲେ ସେମାନଙ୍କର ଶକ୍ତି ନାହିଁ । ସେ ଆଗକୁ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆପଣ କିଛି ଜିନିଷକୁ ବିଶ୍ୱାସ କରୁଛନ୍ତି, ଏହା ସେପର୍ଯ୍ୟନ୍ତ ରହିବ, ଯେଉଁ ଦିନ ଆପଣ ମାନିବା ବନ୍ଦ କରିଦେବେ ସବୁକିଛି ଶେଷ ହୋଇଯିବ । ଯେମିତି ଯେମିତି ଲୋକଙ୍କ ଚିନ୍ତାଧାରା ପ୍ରାକୃତିକ, ବୈଜ୍ଞାନିକ ଏବଂ ସାମାଜିକ ହେବ । ସେମିତି ସେମିତି ଏହି ସମସ୍ତ ରୋଗ ଶେଷ ହୋଇଯିବ ।