ସଙ୍କଟରେ ମମତା ସରକାର!
ଟିଏମସି ସାଂସଦ ସୌଗତ ରୟ (TMC MP Saugata Roy) ଖାନଙ୍କ ମନ୍ତବ୍ୟ ଉପରେ ପାଲଟା ଆକ୍ରମଣ କରି କହିଛନ୍ତି ଯେ, `ତାଙ୍କ ଭଳି ବିଜେପି ନେତାମାନେ ସମ୍ବିଧାନ ଏବଂ ଏହାର ବ୍ୟବସ୍ଥା ବିଷୟରେ କିଛି ଜାଣି ନାହାଁନ୍ତି ।
କୋଲକାତା: West Bengal Assembly Election 2021: ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ (TMC) ଓ ବିଜେପି (BJP) ମଧ୍ୟରେ ଜୋରଦାର ଲଢ଼େଇ ଆରମ୍ଭ ହୋଇସାରିଛି । ଟିଏମସିରେ ବିଦ୍ରୋହର ସ୍ୱର ମଧ୍ୟରେ ବିଜେପି ସାଂସଦ ସୌମିତ୍ର ଖାନ (BJP MP Soumitra Kha) ଦାବି କରିଛନ୍ତି ଯେ ରାଜ୍ୟପାଳ ଖୁବ ଶୀଘ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ କହିପାରିବେ । ଅନ୍ୟପକ୍ଷେ ଟିଏମସି କହିଛି ଯେ ଗେରୁଆ କ୍ୟାମ୍ପର ନେତାଙ୍କ ମନରେ ଲୋକତନ୍ତ୍ର ପ୍ରତି ସମ୍ମାନ ନାହିଁ । ଭାରତୀୟ ଜନତା ଯୁବମୋର୍ଚ୍ଚାର ପ୍ରଦେଶାଧ୍ୟକ୍ଷ ସୌମିତ୍ର ଖାନ କହିଛନ୍ତି ଯେ, କ୍ଷମତାଧାରୀ ଦଳରେ ବର୍ତ୍ତମାନର ବିଦ୍ରୋହ ଓ ଅସନ୍ତୋଷକୁ ଦେଖି ପ୍ରଶ୍ନ ଉଠୁଛି ଯେ ଗୃହରେ ଦଳ ପାଖରେ ପର୍ଯ୍ୟାପ୍ତ ସଂଖ୍ୟକ ବିଧାୟକଙ୍କ ସମର୍ଥନ ରହିଛି କି ନାହିଁ ।
ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ହେବାକୁ ଯାଉଛି ଏହି ଚାରୋଟି ବଡ଼ ପରିବର୍ତ୍ତନ, ଜାଣନ୍ତୁ କିପରି ପ୍ରଭାବିତ ହେବେ ଆପଣ
ଖାନ କହିଛନ୍ତି ଯେ, "ଯେଉଁଭଳି ଭାବରେ ବିଧାୟକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ଏବଂ ଟିଏମସି ଛାଡୁଛନ୍ତି । ରାଜ୍ୟପାଳ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିପାରନ୍ତି ... ଏକ ସମ୍ଭାବନା ଅଛି ।" ସେ ଆହୁରି କହିଛନ୍ତି ଯେ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି ।
ଟିଏମସି ସାଂସଦ ସୌଗତ ରୟ (TMC MP Saugata Roy) ଖାନଙ୍କ ମନ୍ତବ୍ୟ ଉପରେ ପାଲଟା ଆକ୍ରମଣ କରି କହିଛନ୍ତି ଯେ, "ତାଙ୍କ ଭଳି ବିଜେପି ନେତାମାନେ ସମ୍ବିଧାନ ଏବଂ ଏହାର ବ୍ୟବସ୍ଥା ବିଷୟରେ କିଛି ଜାଣି ନାହାଁନ୍ତି । ପ୍ରଥମ କଥା ହେଉଛି, ରାଜ୍ୟପାଳ ଏହି ପ୍ରକାର ଅସାମ୍ବିଧାନିକ ପଦକ୍ଷେପ ନେବେ ବୋଲି ଖାନ କିପରି ଜାଣିଲେ? ନିର୍ବାଚିତ ସରକାରଙ୍କ ସହ ଏହିପରି ବ୍ୟବହାର କରାଯାଇପାରିବ ନାହିଁ ... ଏବଂ ଅଧିକାଂଶ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି । ଗୃହରେ ୨୧୮ ଜଣ ବିଧାୟକଙ୍କ ସମର୍ଥନ ରହିଛି ।"
ଅଧିକ ପଢ଼ନ୍ତୁ:-'ଯେକୌଣସି ସମୟରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ, କର ପ୍ରସ୍ତୁତି'
ସୂଚନାଯୋଗ୍ୟ, ସେପଟେ ଶୁଭେନ୍ଦୁ ଅଧିକାରୀ (Shubhendu Adhikar) ଙ୍କ ସମେତ ଅନେକ ଟିଏମସି ନେତା ଦଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦଳର ହାଇ କମାଣ୍ଡ ସହ ମତଭେଦ ଦେଖାଦେବାରୁ ଶୁଭେନ୍ଦୁ ଗତ ଶୁକ୍ରବାର ରାଜ୍ୟ ପରିବହନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି ଯେ ଟିଏମସି ଶୁଭେନ୍ଦୁଙ୍କୁ ହଟାଇବାକୁ ସାହସ କରୁନାହାଁନ୍ତି କାରଣ ଦଳ ଶୀଘ୍ର ଅଦୃଶ୍ୟ ହୋଇପାରେ ।